ଜଙ୍ଗଲରୁ ପୁଣି ମିଳିଲା ମାଈ ହାତୀଛୁଆର ମୃତଦେହ

କେନ୍ଦୁଝର: କେନ୍ଦୁଝର ବନ ବିଭାଗ କର୍ମଚାରୀ ଶନିବାର ତେଲକୋଇ ରେଞ୍ଜ ଅଞ୍ଚଳରୁ ଏକ ୧୦ ବର୍ଷ ହାତୀର ମୃତଦେହ ଉଦ୍ଧାର କରିଛି। ଶନିବାର ସକାଳେ ତେଲକୋଇ ରେଞ୍ଜ କନ୍ତଲାଇ ଗ୍ରାମ ନିକଟରୁ ଏହି ହାତୀଛୁଆର ମୃତଦେହ ଉଦ୍ଧାର ହୋଇଛି। ଖବର ପାଇ ବନ ବିଭାଗ କର୍ମଚାରୀ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ କାରଣ ଖୋଜୁଛି। ପାରିପାର୍ଶ୍ୱିକ ଅବସ୍ଥା ଓ ହାତୀ ଦେହରେ ଥିବା କ୍ଷତଚିହ୍ନ ଦେଖି ମୃତ୍ୟୁର କାରଣ ହାତୀ-ହାତୀ ମଧ୍ୟରେ ଲଢେଇ ବୋଲି ଡିଏଫ୍‌ଓ ଧନରାଜ ଏଚ୍‌.ଡି ସୂଚନା ଦେଇଛନ୍ତି।
ସୂଚନାନୁସାରେ, ପ୍ରାୟ ୫୪ ଟି ହାତୀ ସେହି ଅଞ୍ଚଳରେ ଦୀର୍ଘ ଦିନ ହେଲା ଦୁଇଟି ଦଳରେ ବୁଲୁଛନ୍ତି । ଫଳରେ ବ୍ୟାପକ କ୍ଷୟ କ୍ଷତି ଘଟାଇଥିବାରୁ ଲୋକେ ଆତଙ୍କ ହୋଇପଡ଼ିଛନ୍ତି। ଶୁକ୍ରବାର ରାତିରେ ହାତୀମାନଙ୍କ ମଧ୍ୟରେ ଲଢ଼େଇ ହୋଇଥିଲା। ଶନିବାର ସକାଳେ ମୃତ ହାତୀ ବିଷୟରେ ସୂଚନା ପାଇବା ପରେ ଜଙ୍ଗଲ ବିଭାଗର ଏକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଥିଲେ।
ମୃତ ହାତୀଟି ଏକ ଫସଲ କ୍ଷେତରେ ଦେଖିବାକୁ ମିଳିଥିଲା। ହାତୀ ଦେହରେ ଗଭୀର ଦାନ୍ତ କ୍ଷତ ଦେଖିବାକୁ ମିଳିଛି। ଏଣୁ ଏହାର ମୃତ୍ୟୁ ହାତୀ ହାତୀ ମଧ୍ୟରେ ଲଢ଼େଇ ବୋଲି ଆଶଙ୍କା କରାଯାଉଛି।
ମୃତ୍ୟୁର ପ୍ରକୃତ କାରଣ ଜାଣିବା ପାଇଁ ପ୍ରାଣୀ ଚିକିତ୍ସକଙ୍କ ଏକ ଟିମ୍‌ ଆଜି ପୋଷ୍ଟ ମର୍ଟମ କରିଛନ୍ତି। ତେଲକୋଇ ଅଞ୍ଚଳରେ କିଛି ମାସ ମଧ୍ୟରେ ଏହାକୁ ମିଶାଇ ୩ ହାତୀର ମୃତ୍ୟୁ ହୋଇସାରିଲାଣି। ଯାହାକୁ ନେଇ ପରିବେଶମିତ୍‌ମାନେ ଚିନ୍ତାରେ ପଡ଼ିଛନ୍ତି।

  • Related Posts

    ବିଜେପିର ୪୬ ତମ ପ୍ରତିଷ୍ଠା ଦିବସ: ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

    ଭୁବନେଶ୍ବର: ବିଶ୍ବର ସର୍ବବୃହତ ରାଜନୈତିକ ଦଳ ବିଜେପିର ଆଜି ୪୬ ତମ ପ୍ରତିଷ୍ଠା ଦିବସ । ୪୫ ବର୍ଷ ତଳେ ଆଜିର ଦିନରେ ଅର୍ଥାତ ୬ ଏପ୍ରିଲ ୧୯୮୦ରେ ତିଆରି ହୋଇଥିଲା ଭାରତୀୟ ଜନତା ପାର୍ଟୀ। ବିଜେପିର ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା…

    Continue reading
    କଟକ ନେତାଜୀ ବସ ଟର୍ମିନାଲ ସ୍ଥାନାନ୍ତର ଦାବି ଉଠାଇଲେ ଭର୍ତ୍ତୃହରି

    କଟକ : କଟକ ନେତାଜୀ ବସ ଟର୍ମିନାଲରେ ସ୍ଥାନାନ୍ତର ନେଇ କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କ ଦାବି । ଭର୍ତ୍ତୃହରି କହିଛନ୍ତି, କଟକ ବସ ଗମନାଗମନ ସୁଗମ କରିବାକୁ କାଠଯୋଡ଼ି ଉପରେ ୧୩୦ କୋଟି ଟଙ୍କା ବ୍ୟୟରେ ୬ ଲେନ୍ ସେତୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ