ଜଙ୍ଗଲରୁ ପୁଣି ମିଳିଲା ମାଈ ହାତୀଛୁଆର ମୃତଦେହ

କେନ୍ଦୁଝର: କେନ୍ଦୁଝର ବନ ବିଭାଗ କର୍ମଚାରୀ ଶନିବାର ତେଲକୋଇ ରେଞ୍ଜ ଅଞ୍ଚଳରୁ ଏକ ୧୦ ବର୍ଷ ହାତୀର ମୃତଦେହ ଉଦ୍ଧାର କରିଛି। ଶନିବାର ସକାଳେ ତେଲକୋଇ ରେଞ୍ଜ କନ୍ତଲାଇ ଗ୍ରାମ ନିକଟରୁ ଏହି ହାତୀଛୁଆର ମୃତଦେହ ଉଦ୍ଧାର ହୋଇଛି। ଖବର ପାଇ ବନ ବିଭାଗ କର୍ମଚାରୀ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ କାରଣ ଖୋଜୁଛି। ପାରିପାର୍ଶ୍ୱିକ ଅବସ୍ଥା ଓ ହାତୀ ଦେହରେ ଥିବା କ୍ଷତଚିହ୍ନ ଦେଖି ମୃତ୍ୟୁର କାରଣ ହାତୀ-ହାତୀ ମଧ୍ୟରେ ଲଢେଇ ବୋଲି ଡିଏଫ୍‌ଓ ଧନରାଜ ଏଚ୍‌.ଡି ସୂଚନା ଦେଇଛନ୍ତି।
ସୂଚନାନୁସାରେ, ପ୍ରାୟ ୫୪ ଟି ହାତୀ ସେହି ଅଞ୍ଚଳରେ ଦୀର୍ଘ ଦିନ ହେଲା ଦୁଇଟି ଦଳରେ ବୁଲୁଛନ୍ତି । ଫଳରେ ବ୍ୟାପକ କ୍ଷୟ କ୍ଷତି ଘଟାଇଥିବାରୁ ଲୋକେ ଆତଙ୍କ ହୋଇପଡ଼ିଛନ୍ତି। ଶୁକ୍ରବାର ରାତିରେ ହାତୀମାନଙ୍କ ମଧ୍ୟରେ ଲଢ଼େଇ ହୋଇଥିଲା। ଶନିବାର ସକାଳେ ମୃତ ହାତୀ ବିଷୟରେ ସୂଚନା ପାଇବା ପରେ ଜଙ୍ଗଲ ବିଭାଗର ଏକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଥିଲେ।
ମୃତ ହାତୀଟି ଏକ ଫସଲ କ୍ଷେତରେ ଦେଖିବାକୁ ମିଳିଥିଲା। ହାତୀ ଦେହରେ ଗଭୀର ଦାନ୍ତ କ୍ଷତ ଦେଖିବାକୁ ମିଳିଛି। ଏଣୁ ଏହାର ମୃତ୍ୟୁ ହାତୀ ହାତୀ ମଧ୍ୟରେ ଲଢ଼େଇ ବୋଲି ଆଶଙ୍କା କରାଯାଉଛି।
ମୃତ୍ୟୁର ପ୍ରକୃତ କାରଣ ଜାଣିବା ପାଇଁ ପ୍ରାଣୀ ଚିକିତ୍ସକଙ୍କ ଏକ ଟିମ୍‌ ଆଜି ପୋଷ୍ଟ ମର୍ଟମ କରିଛନ୍ତି। ତେଲକୋଇ ଅଞ୍ଚଳରେ କିଛି ମାସ ମଧ୍ୟରେ ଏହାକୁ ମିଶାଇ ୩ ହାତୀର ମୃତ୍ୟୁ ହୋଇସାରିଲାଣି। ଯାହାକୁ ନେଇ ପରିବେଶମିତ୍‌ମାନେ ଚିନ୍ତାରେ ପଡ଼ିଛନ୍ତି।

  • Related Posts

    ସୋଭନା ମହାନ୍ତି ହେଲେ ମହିଳା କମିଶନ ଅଧ୍ୟକ୍ଷା

    ଭୁବନେଶ୍ୱର:ସୋଭନା ମହାନ୍ତି ହେଲେ ନୂଆ ମହିଳା କମିଶନ ଅଧ୍ୟକ୍ଷା । ୩ ବର୍ଷ ପାଇଁ ରାଜ୍ୟ ସରକାର ତାଙ୍କୁ ନିଯୁକ୍ତି ଦେଇଛନ୍ତି । ସେହିପରି ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା ଭାବେ ବବିତା ପାତ୍ର ନିଯୁକ୍ତ ହୋଇଛନ୍ତି । ୩ ବର୍ଷ…

    ବୋର୍ଡ ଉପସଭାପତି ନିହାର ରଂଜନ ମହାନ୍ତି ନିଲମ୍ବିତ

    ଭୁବନେଶ୍ୱର: ନିଲମ୍ବିତ ହେଲେ ନିହାର ରଂଜନ ମହାନ୍ତି । ବୋର୍ଡ ଉପସଭାପତି ନିହାର ରଂଜନ ମହାନ୍ତିଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିଲମ୍ବିତ କରିଛି । କ୍ରାଇମ୍ ବ୍ରାଞ୍ଚ ଦ୍ବାରା ଗିରଫ ହେବା ପରେ ଏହି ବଡ଼ ପହକ୍ଷେପ ନେଇଛି ବିଭାଗ…

    Leave a Reply

    Your email address will not be published. Required fields are marked *

    You Missed

    ବିଶ୍ୱସ୍ତରୀୟ ଚଳଚ୍ଚିତ୍ର ନିର୍ମାଣ ଲାଗି ଇଣ୍ଡିଆ ସିନେ ହବ୍ ପୋର୍ଟାଲ୍

    ସୋଭନା ମହାନ୍ତି ହେଲେ ମହିଳା କମିଶନ ଅଧ୍ୟକ୍ଷା

    ବୋର୍ଡ ଉପସଭାପତି ନିହାର ରଂଜନ ମହାନ୍ତି ନିଲମ୍ବିତ

    ଧାରଣାରେ ୫୫ ଆଦିବାସୀ ପରିବାର

    ଇନଷ୍ଟ୍ରାଗ୍ରାମରେ ଦୀପିକାଙ୍କ ନୂଆ ରେକର୍ଡ ରିଲ୍ସକୁ ମିଳିଲା ୧.୯ ବିଲିୟନ ଭ୍ୟୁ

    ୧୫ ହଜାର ଲାଞ୍ଚ ନେବାବେଳେ ଶିକ୍ଷା ବିଭାଗ କିରାଣିଙ୍କୁ ଧରିଛି ଭିଜିଲାନସ୍