ଜାରି ହେଲା ବିଜ୍ଞପ୍ତି ସରକାରୀ ଚାକିରୀ ପାଇଁ କମ୍ପ୍ୟୁଟର ବାଧ୍ୟତାମୂଳକ

ଭୁବନେଶ୍ୱର,୦୩/୦୨: ରାଜ୍ୟରେ ସରକାରୀ, ଅର୍ଦ୍ଧ-ସରକାରୀ ଓ ପିଏସୟୁ ନିଯୁକ୍ତିରେ କମ୍ପ୍ୟୁଟର ଯୋଗ୍ୟତା ସମ୍ପର୍କିତ ନିୟମକୁ ସଠିକ୍ ଭାବେ ପାଳନ କରିବା ପାଇଁ ରାଜ୍ୟ ସରକାର କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ ବିଭାଗ, ବିଭାଗୀୟ ମୁଖ୍ୟ, ରେଭେନ୍ୟୁ ଡିଭିଜନାଲ୍ କମିଶନର ଓ ଜିଲ୍ଲାପାଳମାନଙ୍କୁ ଏହି ନିୟମ କଡାକଡ଼ି ଭାବେ ପାଳନ କରିବାକୁ କୁହାଯାଇଛି। ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗ ପକ୍ଷରୁ ଗତ ୨୭ ତାରିଖରେ ଜାରି ହୋଇଥିବା ସରକାରୀ ପତ୍ରରେ ଏହା କୁହାଯାଇଛି।
ସରକାରୀ ପତ୍ରରେ ୮ ଫେବୃଆରୀ ୨୦୨୧ ତାରିଖରେ ଜାରି ହୋଇଥିବା ନୋଟିଫିକେସନକୁ ଉଦ୍ଧୃତ କରାଯାଇଛି। ସେହି ନୋଟିଫିକେସନ୍ ଅନୁଯାୟୀ, ଓଡ଼ିଶା ଜ୍ଞାନ କର୍ପୋରେସନ୍ ଲିମିଟେଡ୍ ଦ୍ୱାରା ପରିଚାଳିତ ରାଜ୍ୟସ୍ତରୀୟ କମ୍ପ୍ୟୁଟର ପାଠ୍ୟକ୍ରମ (OS-CIT) କୁ ସରକାରୀ ନିଯୁକ୍ତି ପାଇଁ ମୌଳିକ କମ୍ପ୍ୟୁଟର ଦକ୍ଷତାର ଏକ ମାନ୍ୟତାପ୍ରାପ୍ତ ଓ ଭରସାଯୋଗ୍ୟ ପ୍ରମାଣ ଭାବେ ସ୍ୱୀକୃତି ଦିଆଯାଇଛି। ପତ୍ରରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ, UGC କିମ୍ବା AICTE ସ୍ୱୀକୃତ ସଂସ୍ଥାରୁ ପ୍ରଦତ୍ତ PGDCA ଓ DCA ସାର୍ଟିଫିକେଟ୍, ଏବଂ NIELIT ‘O’ ଲେଭେଲ୍ ଯେଉଁଠାରେ କମ୍ପ୍ୟୁଟର ଯୋଗ୍ୟତା ନିର୍ଦ୍ଦିଷ୍ଟ ରହିଛି, ସେଠାରେ OS-CIT ପାଠ୍ୟକ୍ରମକୁ ସମତୁଲ୍ୟ ଯୋଗ୍ୟତା ଭାବେ ଗ୍ରହଣ କରାଯିବ।
ଓଡ଼ିଶା ନଲେଜ୍ କର୍ପୋରେସନ୍ ଲିମିଟେଡ୍( ଓକେସିଏଲ) ଦ୍ୱାରା ପରିଚାଳିତ ରାଜ୍ୟସ୍ତରୀୟ କମ୍ପ୍ୟୁଟର ପାଠ୍ୟକ୍ରମ (ଓଏସ୍‌ସିଆଇଟି)କୁ ସରକାରୀ ନିଯୁକ୍ତି ପାଇଁ ମୌଳିକ କମ୍ପ୍ୟୁଟର ଦକ୍ଷତାର ଏକ ମାନ୍ୟତାପ୍ରାପ୍ତ ଓ ଭରସାଯୋଗ୍ୟ ପ୍ରମାଣ ଭାବେ ସ୍ୱୀକୃତି ଦିଆଯାଇଛି। ସରକାରଙ୍କ ଏହି ସ୍ପଷ୍ଟିକରଣ ଦ୍ୱାରା ସରକାରୀ ଚାକିରି ଆକାଂକ୍ଷୀମାନଙ୍କ ମଧ୍ୟରେ ଥିବା ଦ୍ୱନ୍ଦ୍ୱ ଦୂର ହେବ ଏବଂ ରାଜ୍ୟସ୍ତରୀୟ କମ୍ପ୍ୟୁଟର ପାଠ୍ୟକ୍ରମ ସମ୍ପୂର୍ଣ୍ଣ କରିଥିବା ପ୍ରାର୍ଥୀମାନେ ନିଯୁକ୍ତି ପ୍ରକ୍ରିୟାରେ ସମାନ ସୁଯୋଗ ପାଇପାରିବେ ବୋଲି ଆଶା କରାଯାଉଛି।

  • Related Posts

    ପ୍ରଶ୍ନପତ୍ର ଲିକ୍ ଘଟଣା: ଏମ୍‌କେସିଜିରେ ପହଞ୍ଚିଲା ସ୍ୱାସ୍ଥ୍ୟ ବିଭାଗର ଉଚ୍ଚସ୍ତରୀୟ ଟିମ୍

    ଏମ୍‌କେସିଜି ମେଡିକାଲ କଲେଜରେ ମେଡିକାଲ ପିଜି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲା । ଘଟଣାର ତଦନ୍ତ କରିବା ପାଇଁ ଆଜି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଏକ ୩ ଜଣିଆ ସ୍ୱତନ୍ତ୍ର ଟିମ୍ ଏମ୍‌କେସିଜି ମେଡିକାଲ କଲେଜରେ ପହଞ୍ଚିଛନ୍ତି…

    Continue reading
    ପ୍ରଥମ ଶ୍ରେଣୀ ସାହିତ୍ୟ ବହିରେ ଗୁରୁତର ତ୍ରୁଟି

    ଭୁବନେଶ୍ବର,: ପ୍ରଥମ ଶ୍ରେଣୀ ସାହିତ୍ୟ ବହିରେ ଗୁରୁତର ତ୍ରୁଟି । ଝୁଲଣା-୧ବହିରେ ‘ଅ’ ବଦଳରେ ‘ଚ’ରୁ ଆରମ୍ଭ ହୋଇଛି ବର୍ଣ୍ଣମାଳା । ସେହିପରି ‘ବନ୍ଦେ ଉତ୍କଳ ଜନନୀ’ରେ ବି ଭୁଲ୍ । ଜାତୀୟ ସଙ୍ଗୀତରେ ବି ଗୁରୁତର ତ୍ରୁଟି ଦେଖାଦେଇଛି ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ