
ଦେବଗଡ଼: ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ପକ୍ଷରୁ ବାରକୋଟ ବ୍ଲକର କୁଣ୍ଡାପିଠା ଉଚ୍ଚ ବିଦ୍ୟାଳୟରେ ଆଜି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର ସଚିବ ସୃଜନ ସାରସ୍ୱତ,ପାନେଲ ଆଡଭୋକେଟ୍ ପୂର୍ଣ ଚନ୍ଦ୍ର ବୁଡା ଉପସ୍ଥିତ ରହି ବିକଳ୍ପ ବିବାଦର ସମାଧାନ ତଥା ମଧ୍ୟସ୍ଥତା ଏବଂ ସ୍ଥାୟୀ ଲୋକ ଅଦାଲତ ସଂପର୍କରେ ଛାତ୍ରଛାତ୍ରୀମାନଙ୍କୁ ବୁଝାଇଥିଲେ। କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକଶିକ୍ଷୟିତ୍ରୀ,ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।




