
ଦେବଗଡ:ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ପିଏମକିସାନ୍ ଯୋଜନାର ୨୪ ତମ କିସ୍ତି ଅର୍ଥ ରାଶି ହସ୍ତାନ୍ତର କରାଯାଇଛି। ଏହି ଅବସରରେ ଆଜି ଜିଲ୍ଲାସ୍ତରୀୟ ପିଏମ ଓ ସିଏମ କିସାନ୍ ଉତ୍ସବ ଦିବସ ପାଳିତ ହୋଇଯାଇଛି। ସ୍ଥାନୀୟ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀଙ୍କ କାର୍ଯାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ବାଳ ମୁଖ୍ୟଅତିଥି,ଅତିରିକ୍ତ ଜିଲ୍ଲାପାଳ ରେବେକା ବିଲୁଙ୍ଗ,ଭାରପ୍ରାପ୍ତ ମୁଖ୍ୟ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ମନୋଜ ମାରାଣ୍ଡି ,ସହକାରୀ ମତ୍ସ୍ୟ ଅଧିକାରୀ ଭୁପେନ୍ଦ୍ର ଆଚାର୍ଯ୍ୟ, ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ମାନସୀ ଭୋଳ,କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ କ୍ଷୀରୋଦ ବିଶ୍ୱାଳ ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ନିଜର ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ପିଏମକିସାନ ସମ୍ମାନନିଧି ଯୋଜନାରେ ଦେବଗଡ଼ ଜିଲ୍ଲାରୁ ୩୮,୨୩୨ ଜଣ ଚାଷୀ ଭାଇ ଓ ଭଉଣୀଙ୍କୁ ଡିବିଟି ମାଧ୍ୟମରେ ସହାୟତା ରାଶି ପ୍ରଦାନ କରାଯାଇଥିଲା।ଜାତୀୟସ୍ତରୀୟ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନର ସିଧାପ୍ରସାରଣ କାର୍ଯ୍ୟକ୍ରମର ପ୍ରଦର୍ଶିତ କରାଯାଇଥିଲା।କାର୍ଯ୍ୟକ୍ରମରେ ଜିଲ୍ଲାର ଚାଷୀମାନେ ଉପସ୍ଥିତ ଥିଲେ।




