bharatiya janata party ଜେନ୍‌-ଜି ପାଇଁ ଟିମ୍‌ ଗଢ଼ିଲା ବିଜେପି

ନୂଆଦିଲ୍ଲୀ: ଜେନ୍‌ ଜି ଅର୍ଥାତ୍‌ ଯୁବବର୍ଗଙ୍କ ସହ ଯୋଡ଼ି ହେବା ଲାଗି ବିଜେପି ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରିଛି । ଏଥିରେ ବିଜେପି ଅଧ୍ୟକ୍ଷ ନୀତିନ ନବୀନ, ରାଷ୍ଟ୍ରୀୟ ମହାସଚିବ ସ୍ମୃତି ଇରାନୀ, ବିନୋଦ ତାୱଡ଼େ, ଗୁଜରାଟର ମନ୍ତ୍ରୀ ହର୍ଷ ସାଂଘଭି ଏବଂ ଛତିଶଗଡ଼ ମନ୍ତ୍ରୀ ଓପି ଚୌଧରୀଙ୍କ ଭଳି ପ୍ରମୁଖ ନେତା ସାମିଲ ଅଛନ୍ତି । ଏହି ଟିମ୍‌ ‘ଯୁବ ସମ୍ବାଦ’ ଅଭିଯାନ ଜରିଆରେ ୧୪ରୁ ୨୫ ବର୍ଷୀୟ ଯୁବବର୍ଗଙ୍କ ସହ ଯୋଡ଼ିହେବ । ଆଲୋଚନା ଜରିଆରେ ଜେନ୍‌-ଜିଙ୍କ ବିଚାରଧାରା, ବିଭିନ୍ନ ସମସ୍ୟା ଏବଂ ଆକାଂକ୍ଷାକୁ ବୁଝିବାକୁ ଟିମ୍‌ ଉଦ୍ୟମ କରିବ । ଯୁବବର୍ଗଙ୍କ ନିକଟରେ ବିଜେପି ନେତାଙ୍କୁ ସିଧା ପ୍ରଶ୍ନ କରିବା ଏବଂ ନିଜ କଥା ରଖିବାର ସୁଯୋଗ ବି ମିଳିବ । ଖୁବ୍‌ଶୀଘ୍ର ଅଭିଯାନର କାର୍ଯ୍ୟସୂଚୀ ସଂପର୍କରେ ସୂଚନା ଜାରି ହେବ ବୋଲି ଜଣାପଡି଼ଛି ।

ଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ଶନିବାର ନୀତିନ ନବୀନଙ୍କ ଅଧ୍ୟକ୍ଷତାରେ ୬୫ ସଦସ୍ୟ ବିଶିଷ୍ଟ ନୂଆ ରାଷ୍ଟ୍ରୀୟ ଟିମ୍‌ର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ କଂଗ୍ରେସର ସମ୍ପୂର୍ଣ୍ଣ ବନ୍ଦେ ମାତରମ ନ ଗାଇବା ନିଷ୍ପତ୍ତି ବିରୋଧରେ ପ୍ରସ୍ତାବ ଗୃହୀତ ହୋଇଛି । ଏଥିସହ ଆଗାମୀ ବିଧାନସଭା ନିର୍ବାଚନ ଲାଗି ପ୍ରସ୍ତୁତି, ବୁଥ୍‌ ଏବଂ ତୃଣମୂଳ ସ୍ତରରେ ସଙ୍ଗଠନକୁ ମଜଭୁତ କରିବା, ଦଳୀୟ କାର୍ଯ୍ୟକ୍ରମ, ବିରୋଧୀ ଦଳଙ୍କୁ ଘେରିବା, ସରକାରଙ୍କ ଯୋଜନାକୁ ଜନତାଙ୍କ ନ ପହଞ୍ଚାଇବା ଭଳି ରଣନୀତି ଉପରେ ବ୍ୟାପକ ଚର୍ଚ୍ଚା ହୋଇଛି । ନୀତିନ ନବୀନ କହିଥିଲେ ଯେ ବିଜେପି ବନ୍ଦେ ମାତରମ୍‌ର ଇତିହାସ ଏବଂ ମହତ୍ତ୍ୱ ସାରା ଦେଶରେ ପହଞ୍ଚାଇବା ଲାଗି ଅଭିଯାନ ଚଳାଇବ । ବିଶେଷକରି ଯୁବବର୍ଗଙ୍କ ମଧ୍ୟରେ ସଚେତନତା ଅଭିଯାନ ଚଳାଯିବ ଯେପରିକି ନୂଆ ପିଢ଼ି ବନ୍ଦେ ମାତରମ୍‌ ଏବଂ ସେଥିସହ ଜଡି଼ତ ଇତିହାସକୁ ଜାଣିପାରିବେ ।
ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ସନ୍ଧ୍ୟାରେ ବିଜେପି ମୁଖ୍ୟାଳୟ ପହଞ୍ଚି ଦଳର ନୂଆ ରାଷ୍ଟ୍ରୀୟ ଟିମ୍‌ ସହ ସାକ୍ଷାତ କରିଛନ୍ତି । ସୋସିଆଲ ମିଡିଆ ଏକ୍ସରେ ପ୍ରଧାନମନ୍ତ୍ରୀ ଏ ସଂପର୍କରେ ସୂଚନା ଦେଇଛନ୍ତି । ସେଥିରେ ସେ ଲେଖିଛନ୍ତି ଯେ, ଦଳୀୟ ସହଯୋଗୀଙ୍କ ସହ ଫଳପ୍ରଦ ବୈଠକ ହୋଇଛି । ଏଭଳି ବୈଠକ ଦଳକୁ ସୁଦୃଢ଼ କରିବା ଏବଂ ଜନତାଙ୍କ ସହ ଯୋଡ଼ିହେବା ଲାଗି ଗଭୀର ଆଲୋଚନା ପାଇଁ ଏକ ମଞ୍ଚ ଭଳି କାର୍ଯ୍ୟ କରିଥାଏ ।

ସୂଚନାଥାଉକି, ଅଗଷ୍ଟ ୧୯ ତାରିଖରେ କଂଗ୍ରେସ କାର୍ଯ୍ୟକାରିଣୀ କମିଟି (ସିଡବ୍ଲ୍ୟୁସି) ବୈଠକରେ ୧୯୩୭ର ନିଷ୍ପତ୍ତି ଉପରେ କାଏମ ରହିବାକୁ ନିଷ୍ପତ୍ତି ନିଆଯାଇଥିଲା । ସେହି ନିଷ୍ପତ୍ତି ଅନୁସାରେ କଂଗ୍ରେସ ତାର ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ବନ୍ଦେ ମାତରମ୍‌ର ପୂର୍ଣ୍ଣ ୬ ପଦ ଗାନ କରିବା ବଦଳରେ କେବଳ ୨ ପଦ ଗାଇବାକୁ ନିଷ୍ପତ୍ତି ନେଇଥିଲା । କଂଗ୍ରେସର ଏଭଳି ନିଷ୍ପତ୍ତିକୁ ବିଜେପି ବିରୋଧ କରିବା ସହ ଦେଶଦ୍ରୋହ ବୋଲି କହିଥିଲା

  • Related Posts

    assembly odisha ଖୁବ୍‌ଶୀଘ୍ର ବିଧାନସଭା ମୌସୁମି ଅଧିବେଶନ; ସରକାରଙ୍କୁ ସଣ୍ଢୁଆଶୀ ଆକ୍ରମଣ ପାଇଁ ବିରୋଧୀଙ୍କ ପାଖରେ ଅନେକ ପ୍ରସଙ୍ଗ

    ଭୁବନେଶ୍ବର: ଖୁବ୍‌ଶୀଘ୍ର ବସିବାକୁ ଯାଉଥିବା ଓଡ଼ିଶା ବିଧାନସଭାର ମୌସୁମି ଅଧିବେଶନରେ ସରକାରଙ୍କୁ ସଣ୍ଢୁଆଶୀ ଆକ୍ରମଣ ପାଇଁ ବିରୋଧୀଙ୍କ ପାଖରେ ଅନେକ ପ୍ରସଙ୍ଗ ରହିଛି। ସେଗୁଡ଼ିକ ମଧ୍ୟରୁ ଏମ୍‌ଏମ୍‌ଡିଆର ସଂଶୋଧନ ବିଧେୟକକୁ ନେଇ ବିଧାନସଭା ହୁଲସ୍ତୁଲ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଏମ୍‌ଏମ୍‌ଡିଆର…

    Continue reading
    politics for mmdr ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନକୁ ନେଇ ରାଜନୀତି

    ଭୁବନେଶ୍ୱର: ନିକଟରେ ପାର୍ଲାମେଣ୍ଟରେ ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନ-୨୦୨୬ ବିଲ୍‌ ପାରିତ ହୋଇଯାଇଛି। ଏହାକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ମଧ୍ୟ ମିଳିସାରିଛି। ମାତ୍ର ଓଡ଼ିଶାରେ ଉକ୍ତ ଆଇନ ଲାଗୁହେଲେ ରାଜ୍ୟର ରାଜସ୍ୱ ଉପରେ ଗଭୀର ପ୍ରଭାବ ପଡ଼ିବ ବୋଲି ବିରୋଧୀ ଅଭିଯୋଗ କରିଛନ୍ତି। ତେଣୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ