ଜ୍ଞାନେଶ କୁମାରଙ୍କୁ ବହିଷ୍କାର ଦାବି,ଖଡ୍‌ଗେଙ୍କ ବାସଭବନରେ ‘ଗଣ ମହାଭିଯୋଗ’ କାର୍ଯ୍ୟକ୍ରମ

ନୂଆଦିଲ୍ଲୀ : ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କ ବିରୋଧରେ ଆନ୍ଦୋଳନକୁ ଆହୁରି ତୀବ୍ର କରିବାକୁ ଯୋଜନା କରୁଛି ବିରୋଧୀ ମେଣ୍ଟ ଇଣ୍ଡିଆ ବ୍ଲକ। ନଭେମ୍ବର ୧ ତାରିଖରେ ଦିଲ୍ଲୀର ରାମଲୀଳା ମୈଦାନରେ ହେବାକୁ ଥିବା ବିଶାଳ ରାଲି ପୂର୍ବରୁ ଅକ୍ଟୋବର ୩୦ ତାରିଖରେ ଆୟୋଜନ ‘ପବ୍ଲିକ୍‌ ଇମ୍ପିଚ୍‌ମେଣ୍ଟ’ (ଗଣ ମହାଭିଯୋଗ) କାର୍ଯ୍ୟକ୍ରମ ଆୟୋଜିତ ହେବ। ଏହା ଜରିଆରେ ନିର୍ବାଚନ କମିସନଙ୍କ କାର୍ଯ୍ୟପ୍ରଣାଳୀ ଓ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟାକୁ ନେଇ ବିରୋଧୀ ନିଜର ଅସନ୍ତୋଷ ପ୍ରକାଶ କରିବେ।
ପ୍ରଥମେ ଏହି କାର୍ଯ୍ୟକ୍ରମ ପାଇଁ ଅଶୋକା ହୋଟେଲ ଓ ରାମଲୀଳା ମୈଦାନକୁ ବାଛିଥିଲେ ବିରୋଧୀ କିନ୍ତୁ ଏହି ଦୁଇଟି ସ୍ଥାନରେ ଅନୁମତି ମିଳିନଥିବା କଂଗ୍ରେସ ଦର୍ଶାଇଛି। ଏହା ପରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ୍‌ଗେଙ୍କ ଦିଲ୍ଲୀସ୍ଥିତ ବାସଭବନରେ ଏହି କାର୍ଯ୍ୟକ୍ରମ ଆୟୋଜନ କରିବାକୁ ନିଷ୍ପତ୍ତି ହୋଇଛି। ଏହି ବାସଭବନରେ ପୂର୍ବରୁ ଇଣ୍ଡିଆ ବ୍ଲକର ଅନେକ ଗୁରୁତ୍ୱପୂର୍ଣ୍ଣ ବୈଠକ ଓ ରଣନୀତି ପ୍ରସ୍ତୁତି ହୋଇଛି। ଅଖିଳେଶ ଯାଦବ, ତେଜସ୍ୱୀ ଯାଦବ ଓ ଓମାର ଅବଦୁଲ୍ଲାଙ୍କ ପରି ପ୍ରମୁଖ ବିରୋଧୀ ନେତା ମଧ୍ୟ ଏଠାରେ ଅନୁଷ୍ଠିତ ବୈଠକରେ ଯୋଗ ଦେଇଛନ୍ତି।
ଅକ୍ଟୋବର ୩୦ ତାରିଖ ଅପରାହ୍ଣ ୩ଟା ୩୦ରୁ ସନ୍ଧ୍ୟା ୬ଟା ୩୦ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲିବ। ଏଥିରେ ଇଣ୍ଡିଆ ବ୍ଲକର ସାଂସଦଙ୍କ ସହ ନାଗରିକ ସମାଜର ପ୍ରତିନିଧି ଓ ଆଇନ କ୍ଷେତ୍ରର ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେବେ। କେତେକ ପୂର୍ବତନ ବିଚାରପତି ମଧ୍ୟ ଏଥିରେ ସାମିଲ ହେବାର ସମ୍ଭାବନା ରହିଛି। କାର୍ଯ୍ୟକ୍ରମରେ ସମୟାନୁସାରେ ଉପସ୍ଥିତ ରହିବାକୁ ବିରୋଧୀ ସାଂସଦମାନଙ୍କୁ ସୂଚନା ଦିଆଯାଇଛି। ଏହି ବୈଠକରେ ଜ୍ଞାନେଶ କୁମାରଙ୍କ ବିରୋଧରେ ପୂର୍ବରୁ ପ୍ରସ୍ତୁତ ହୋଇଥିବା ଏକ ପ୍ରସ୍ତାବ ଉପସ୍ଥାପନ କରାଯିବ। ବିଶେଷକରି ଏସଆଇଆର ପ୍ରକ୍ରିୟା ଏବଂ ଏହା ମାଧ୍ୟମରେ ବହୁ ସଂଖ୍ୟକ ଭୋଟରଙ୍କ ନାମ ଭୋଟର ତାଲିକାରୁ ବାଦ୍ ପଡ଼ିବାର ଆଶଙ୍କା ଉପରେ ଆଲୋଚନା ହେବ। ଭୋଟରଙ୍କ ଅଧିକାର ଓ ନିର୍ବାଚନ ପ୍ରକ୍ରିୟାର ସ୍ୱଚ୍ଛତାକୁ ନେଇ ମଧ୍ୟ ବିରୋଧୀ ଦଳର ନେତା ନିଜ ବକ୍ତବ୍ୟ ରଖିବେ।
ମହାଭିଯୋଗ ପ୍ରସ୍ତାବରେ ଜ୍ଞାନେଶ କୁମାରଙ୍କ ଉପରେ ମନମୁଖି ନିଷ୍ପତ୍ତି ନେବା ସହ ଅନ୍ୟ ଦୁଇ ନିର୍ବାଚନ କମିସନରଙ୍କୁ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ ସାମିଲ ନ କରିବା ଭଳି ଅଭିଯୋଗ ଉଠାଯିବ। ଏଭଳି ପରିସ୍ଥିତିରେ ସେ ମୁଖ୍ୟ ନିର୍ବାଚନ କମିସନର ପଦରେ ରହିବା ଉଚିତ ନୁହେଁ ବୋଲି ବିରୋଧୀ ଯୁକ୍ତି ଦର୍ଶାଇବେ। ଜଣେ ବରିଷ୍ଠ କଂଗ୍ରେସ ନେତାଙ୍କ କହିବା ଅନୁଯାୟୀ, ଏହା କୌଣସି ‘ମକ୍ ପାର୍ଲାମେଣ୍ଟ’ ନୁହେଁ; ବରଂ ଏକ ‘ଗଣ ମହାଭିଯୋଗ’। ଏଥିରେ ବିଭିନ୍ନ କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତି ଓ ପୂର୍ବତନ ବିଚାରପତିଙ୍କୁ ସାମିଲ କରି ନିର୍ବାଚନ କମିସନ ଏବଂ ଏସଆଇଆର ପ୍ରକ୍ରିୟା ସମ୍ପର୍କିତ ପ୍ରସଙ୍ଗଗୁଡ଼ିକୁ ବ୍ୟାପକ ଭାବେ ଉପସ୍ଥାପନ କରାଯିବ। ନଭେମ୍ବର ୧ ତାରିଖରେ ହେବାକୁ ଥିବା ବିଶାଳ ରାଲି ପୂର୍ବରୁ ଏହି କାର୍ଯ୍ୟକ୍ରମ ଜରିଆରେ ବିରୋଧୀ ନିଜର ଏକତା ଓ ରାଜନୈତିକ ଶକ୍ତି ପ୍ରଦର୍ଶନ କରିବାକୁ ଲକ୍ଷ୍ୟ ରଖିଛନ୍ତି।

  • Related Posts

    କୋଟିଆ ସମସ୍ୟା-ବିଜେଡି ଓ ବିଜେପି ସରକାର ଦାୟୀ:ଭକ୍ତ ଦାସ

    ଭୁବନେଶ୍ୱର: କୋଟିଆ ସମସ୍ୟାର ସମାଧାନ ନହେବା ପାଇଁ ଭକ୍ତ ଦାସ ପୂର୍ବତନ ବିଜେଡି ସରକାର ଓ ବର୍ତ୍ତମାନର ବିଜେପି ସରକାରକୁ ଦାୟୀ କରିଛନ୍ତି । ଦୀର୍ଘ ୨୪ ବର୍ଷର ବିଜେଡି ଶାସନ କାଳରେ ଏହି ସମସ୍ୟାର ସମାଧାନ ହୋଇପାରିନଥିବା ସେ କହିଛନ୍ତି…

    Continue reading
    କଂଗ୍ରେସ ଶାସିତ କର୍ଣ୍ଣାଟକାରେ ବିଜେପିର ଦବଦବା

    କଂଗ୍ରେସ ଶାସିତ କର୍ଣ୍ଣାଟକାରେ ବିଜେପିର ଦବଦବା। କର୍ଣ୍ଣାଟକା ବିଧାନ ପରିଷଦ ନିର୍ବାଚନରେ ଶାସକ କଂଗ୍ରେସକୁ ଜଳକା କରିଛି ବିଜେପି। କର୍ଣ୍ଣାଟକାର ୪ଟି ଯାକ ବିଧାନ ପରିଷଦ ଆସନରେ ବିଜୟ ବାନା ଉଡ଼ାଇଛନ୍ତି ବିଜେପି ଓ ସହଯୋଗୀ ଜେଡିଏସ୍‌। କଂଗ୍ରେସ କ୍ଷମତାରେ ଥାଇ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    କମଳା ଚୋପାରୁ ଡ୍ରେସ୍‌ !

    ବିନା ପେଟ୍ରୋଲ, ଡିଜେଲ, ସିଏନ୍‌ଜି ଓ ବ୍ୟାଟେରିରେ ବି ଚାଲିବ ଗାଡ଼ି

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ