ଟିଭିକେର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଥାଲାପତି ବିଜୟ

ଚେନ୍ନାଇ: ତାମିଲ ଅଭିନେତା ଏବଂ ତାମିଲଗା ଭେଟ୍ରି କାଝାଗମ (ଟିଭିକେ) ଦଳର ମୁଖ୍ୟ ଥାଲାପତି ବିଜୟଙ୍କୁ ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନ ପାଇଁ ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରାଯାଇଛି। ତାଙ୍କୁ ମେଣ୍ଟ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନେବାର ଅଧିକାର ମଧ୍ୟ ଦିଆଯାଇଛି। ମହାବଳୀପୁରମର ଏକ ଘରୋଇ ହୋଟେଲରେ ବୁଧବାର ଅନୁଷ୍ଠିତ ଟିଭିକେର ସ୍ୱତନ୍ତ୍ର ସାଧାରଣ ପରିଷଦ ବୈଠକରେ ସର୍ବସମ୍ମତିକ୍ରମେ ଏହି ନିଷ୍ପତ୍ତି ନିଆଯାଇଛି।

ବୈଠକରେ ମୋଟ ୧୨ଟି ପ୍ରସ୍ତାବ ଗୃହୀତ ହୋଇଛି । ଯେଉଁଥିରେ ତାମିଲନାଡୁରେ ମହିଳାଙ୍କ ସୁରକ୍ଷା, ଶ୍ରୀଲଙ୍କା ନୌସେନା ଦ୍ୱାରା ଭାରତୀୟ ମତ୍ସ୍ୟଜୀବୀଙ୍କ ବାରମ୍ବାର ଗିରଫଦାରୀ ଏବଂ ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ ପ୍ରକ୍ରିୟା (ଝଓଜ) ଭଳି ପ୍ରସଙ୍ଗ ଅନ୍ତର୍ଭୁକ୍ତ। ଟିଭିକେ ସାଧାରଣ ସଭା ଏହାର ପ୍ରସ୍ତାବରେ କହିଛି ଯେ, ବିଜୟ ସମସ୍ତ ବର୍ଗର ଲୋକଙ୍କ ଦ୍ୱାରା ପ୍ରିୟ ନେତା। ଦଳ ତାଙ୍କ ନେତୃତ୍ୱରେ ୨୦୨୬ ବିଧାନସଭା ନିର୍ବାଚନ ଲଢ଼ିବ। ତାଙ୍କୁ ସମସ୍ତ ମେଣ୍ଟ ସମ୍ବନ୍ଧୀୟ ନିଷ୍ପତ୍ତି ନେବାର ଅଧିକାର ଦିଆଯାଇଛି।

କରୁର ରାଲିରେ ଦଳାଚକଟାରେ ପ୍ରାଣ ହରାଇଥିବା ୪୧ ଜଣଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ବୈଠକ ଆରମ୍ଭ ହୋଇଥିଲା। ସଦସ୍ୟମାନେ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରିଥିଲେ। ଏହା ସହିତ ଟିଭିକେ କାର୍ୟ୍ୟକ୍ରମ ସମୟରେ ବିଜୟ ଏବଂ ଜନସାଧାରଣଙ୍କ ପାଇଁ ପର୍ୟ୍ୟାପ୍ତ ପୁଲିସ ସୁରକ୍ଷା ଦାବି କରାଯାଇଛି । ବିଜୟ ବୈଠକରେ କହିଛନ୍ତି ଯେ, ବର୍ତ୍ତମାନର ରାଜନୈତିକ ପାଣିପାଗ ଦଳ ସପକ୍ଷରେ ରହିଛି । ତେଣୁ ଆଗାମୀ ନିର୍ବାଚନ ସମ୍ପର୍କରେ ରଣନୈତିକ ନିଷ୍ପତ୍ତି ସମୟାନୁସାରେ ନିଆଯିବ।

ଟିଭିକେ ପୂର୍ବରୁ ଘୋଷଣା କରିସାରିଛି ଯେ, ଦଳ ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନ ଏକାକୀ ଲଢ଼ିବ। ବିଜୟ ଗତ କିଛି ମାସ ମଧ୍ୟରେ ରାଜ୍ୟର କ୍ଷମତାସୀନ ଡିଏମକେ ସରକାରଙ୍କ ଉପରେ ତୀବ୍ର ଆକ୍ରମଣ କରିଛନ୍ତି ଏବଂ ଜନସାଧାରଣଙ୍କ ମଧ୍ୟରେ ତାଙ୍କର ଲୋକପ୍ରିୟତା ଲଗାତାର ବୃଦ୍ଧି ପାଉଛି। ଜନସାଧାରଣଙ୍କ ବିଶ୍ୱାସ ହଜିଯାଇଛି । ୨୦୨୬ରେ ପ୍ରକୃତ ପ୍ରତିଯୋଗିତା ଡିଏମକେ ଏବଂ ଟିଭିକେ ମଧ୍ୟରେ ହେବ ବୋଲି ବିଜୟ କହିଛନ୍ତି ।

ବିଜୟ ଆହୁରି କହିଛନ୍ତି, ମୁଖ୍ୟମନ୍ତ୍ରୀ ରାଜନୈତିକ ଲାଭ ପାଇଁ ଏକ ନୂତନ ଖେଳ ଆରମ୍ଭ କରିଛନ୍ତି। ଯଦି ସେ ତାଙ୍କ ନିଜ ସରକାର ଦ୍ୱାରା କରାଯାଇଥିବା ତଦନ୍ତକୁ ସନ୍ଦେହ କରୁଛନ୍ତି, ତେବେ ଏହାର ଅର୍ଥ ସରକାରଙ୍କ ଉପରେ ଆଉ କୌଣସି ବିଶ୍ୱାସ ନାହିଁ। ଜନସାଧାରଣ ଏହି ସରକାରଙ୍କ ଉପରେ ବିଶ୍ୱାସ ହରାଇଛନ୍ତି। ମୁଖ୍ୟମନ୍ତ୍ରୀ ବୁଝିବା ଉଚିତ ଯେ, ଜନସାଧାରଣ ଏବେ ତାଙ୍କୁ ଉତ୍ତର ଦେବାକୁ ପ୍ରସ୍ତୁତ। ଯଦି ସେ ହାରିଯାଆନ୍ତି, ତେବେ ଜନସାଧାରଣଙ୍କ ରାୟକୁ ଗ୍ରହଣ କରିବା ପାଇଁ ସେମାନଙ୍କର ଏକ ସ୍ବୀକାରୋକ୍ତି ପ୍ରସ୍ତୁତ ରହିବା ଉଚିତ। ୨୦୨୬ ବିଧାନସଭା ନିର୍ବାଚନରେ ​​ଦ୍ରାବିଡ ମୁନେତ୍ର କାଝାଗମ ଏବଂ ତାମିଲନାଡୁ ଭେଟ୍ରି କାଝାଗମ ମଧ୍ୟରେ ସିଧାସଳଖ ଲଢ଼େଇ ହେବ।

  • Related Posts

    କେରଳମ୍ ଛୁଇଁଲା ମୌସୁମୀ ବାୟୁ

    କେରଳମ୍ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଦିଆଯାଇଛି ଏହି ସୂଚନା। ସାଧାରଣତଃ ଜୁନ୍ ୧ ତାରିଖରେ ମୌସୁମୀ ବାୟୁ କେରଳମ୍ ଛୁଇଁଥାଏ। ଚଳିତ ବର୍ଷ ମେ’ ୨୬ ତାରିଖରେ ମୌସୁମୀ ବାୟୁ କେରଳମ୍ ଛୁଇଁବ ବୋଲି…

    Continue reading
    ଦିଲ୍ଲୀ ହୋଟେଲ ନିଆଁରେ ୨୧ ମୃତ

    ଦକ୍ଷିଣ ଦିଲ୍ଲୀର ମାଲବୀୟ ନଗରର ଗୋଟିଏ ହୋଟେଲରେ ଘଟିଥିବା ଭୟଙ୍କ ଅଗ୍ନିକାଣ୍ଡ ୨୧ ଜଣଙ୍କ ଜୀବନ ନେଇଛି। ସେହିପରି ୪୦ ଜଣଙ୍କୁ ଉଦ୍ଧାର କରାଯାଇଛି। ଅଗ୍ନିକାଣ୍ଡରେ ଆହତ ହୋଇଥିବା ୮ ଜଣ ଏବେ ଭେଣ୍ଟିଲେଟରରେ ଚିକିତ୍ସିତ ହେଉଛନ୍ତି। ମୃତାହତଙ୍କ ମଧ୍ୟରେ ରହିଛନ୍ତି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ