ଜଣେ ମହିଳା ୨୨ ଥର ଭୋଟ ଦେଇଛନ୍ତି:ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ପୁଣି ଥରେ ବିଜେପିକୁ ଟାର୍ଗେଟ କଲେ କଂଗ୍ରେସ ସାଂସଦ ତଥା ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ। ‌ଭୋଟ ଚୋରି ନେଇ ସେ ପୂର୍ବରୁ ଅନେକ ଥର ବିଜେପିକୁ ସମାଲୋଚନା କରିଥିବା ବେଳେ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ‘ଏଚ୍ ଫାଇଲ୍ସ’ ନାମକ ଏକ ପ୍ରେଜେଣ୍ଟସନ ଉପସ୍ଥାପନ କରିଛନ୍ତି। ଏହା ମାଧ୍ୟମରେ ସେ ପୁଣି ଥରେ ଭୋଟ ଚୋରି ପ୍ରସଙ୍ଗ ଉଠାଇଛନ୍ତି। ହରିୟାଣାରେ କଂଗ୍ରେସ ହାରିବା ପଛରେ ଭୋଟ୍ ‌ଚୋରି ଏକ ବଡ଼ କାରଣ ଥିଲା ବୋଲି ଦାବି କରିବା ସହ “ନକଲି ଭୋଟ” ଏବଂ ପୋଷ୍ଟାଲ ବାଲଟର ବ୍ୟାପକ ହେରଫେର ମାଧ୍ୟମରେ ବିଜେପି ନିର୍ବାଚନ ଜିତିଥିବା କହିଛନ୍ତି ରାହୁଲ।
ଜଣେ ମହିଳାଙ୍କ ଫଟୋ ଦେଖାଇ ସେ କହିଛନ୍ତି ଯେ,, “କଂଗ୍ରେସ ୨୨,୦୦୦ ଭୋଟରେ ନିର୍ବାଚନ ହାରିଗଲା। କିନ୍ତୁ ଏହି ମହିଳା କିଏ? ସେ ହରିୟାଣା ନିର୍ବାଚନରେ ୨୨ ଥର ଭୋଟ ଦେଇଛନ୍ତି। ପୁଣି ୧୦ଟି ଭିନ୍ନ ବୁଥରେ। ତାଙ୍କର ଅନେକ ନାମ ଅଛି। ଏହାର ଅର୍ଥ ହେଉଛି ଏସବୁ କେନ୍ଦ୍ରରୁ କରାଯାଇଛି। ମହିଳାଜଣକ ଜଣେ ବ୍ରାଜିଲିୟ ମଡେଲ। କେବଳ ଏହି ଜଣେ ମହିଳା ନୁହନ୍ତି, ଏଭଳି ଅନେକ ଘଟଣା ଆମ ସାମ୍ନାକୁ ଆସିଛି। ସମାନ ଫଟୋ ସହ ଭିନ୍ନ ଭିନ୍ନ ନାମରେ ମତଦାନ କରାଯାଇଥିବା ଆମେ ଜାଣିବାକୁ ପାଇଛୁ। ସମସ୍ତ Exit ପୋଲରେ କଂଗ୍ରେସ ପ୍ରାୟ ୫୨-୬୨ ଆସନ ପାଇବ ବୋଲି ଦର୍ଶାଯାଇଥିଲା। କିନ୍ତୁ ଫଳାଫଳ ସମ୍ପୂର୍ଣ୍ଣ ଭିନ୍ନ ଥିଲା। ହରିୟାଣାର ନିର୍ବାଚନ ଇତିହାସରେ ପ୍ରଥମ ଥର ପାଇଁ, ପୋଷ୍ଟାଲ୍ ଭୋଟ୍ ସାଧାରଣ ଭୋଟ୍ ଧାରା ସହିତ ମେଳ ଖାଉ ନଥିଲା।”
ସେ ଆହୁରି ଦାବି କରିଛନ୍ତି ଯେ, “ହରିଆଣାରେ ୨୫ଲକ୍ଷ ଭୋଟ ଚୋରି ହୋଇଛି। ମତଦାନରେ ୧୨.୫ ପ୍ରତିଶତ ନକଲି ଭୋଟ ଥିବା ବେଳେ ପ୍ରାୟ ୯୩ହଜାର ଠିକଣା ଅବୈଧ ଥିଲା। ମୁଁ ଚାହୁଁଛି ଯେ ଯୁବପିଢ଼ି, ଭାରତର ଜେନ୍ ଜି, ଏହାକୁ ସ୍ପଷ୍ଟ ଭାବରେ ବୁଝନ୍ତୁ। କାରଣ ଏହା ଆପଣଙ୍କ ଭବିଷ୍ୟତ ଉପରେ ପ୍ରଭାବ ପକାଇବ। ମୁଁ ନିର୍ବାଚନ କମିଶନ, ଭାରତରେ ଗଣତାନ୍ତ୍ରିକ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଉଛି ଏବଂ ମୁଁ ଏହା ୧୦୦ପ୍ରତିଶତ ପ୍ରମାଣ ସହିତ କରୁଛି। ଆମେ ନିଶ୍ଚିତ ଯେ, କଂଗ୍ରେସର ବିଶାଳ ବିଜୟକୁ ପରାଜୟରେ ପରିଣତ କରିବା ପାଇଁ ଏକ ଯୋଜନା କାର୍ଯ୍ୟକାରୀ ହୋଇଥିଲା।”

  • Related Posts

    କେରଳମ୍ ଛୁଇଁଲା ମୌସୁମୀ ବାୟୁ

    କେରଳମ୍ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଦିଆଯାଇଛି ଏହି ସୂଚନା। ସାଧାରଣତଃ ଜୁନ୍ ୧ ତାରିଖରେ ମୌସୁମୀ ବାୟୁ କେରଳମ୍ ଛୁଇଁଥାଏ। ଚଳିତ ବର୍ଷ ମେ’ ୨୬ ତାରିଖରେ ମୌସୁମୀ ବାୟୁ କେରଳମ୍ ଛୁଇଁବ ବୋଲି…

    Continue reading
    ବିଜେଡିରୁ ୨ ନେତା ନିଲମ୍ବିତ

    ବାଲିଗୁଡ଼ା : ବାଲିଗୁଡ଼ା ରାଜନୀତିରେ ଏକ ବଡ଼ ଘଟଣା ଘଟିଛି । ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଦଳ ବିରୋଧୀ କାର୍ଯ୍ୟକଳାପ ଅଭିଯୋଗରେ ଦୁଇ ଜଣ ପ୍ରମୁଖ ନେତାଙ୍କୁ ଦଳରୁ ନିଲମ୍ବନ କରାଯାଇଛି । ସୂଚନା ଅନୁସାରେ, ଟୁନା ଦାସ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ