ଟ୍ରମ୍ପ ଦେଲେ ଫାଇନାଲ ଅଲଟିମେଟମ: ‘ଡିଲ୍ କର ନଚେତ୍ ବୋମାମାଡ଼’

ନୂଆଦିଲ୍ଲୀ: ଶାନ୍ତି ଆଲୋଚନା ପୂର୍ବରୁ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ପୁଣି ଚେତାବନୀ ଦେଇଛନ୍ତି । ଇରାନକୁ ନେଇ ଆରାପାର ମୁଡରେ ରହିଛନ୍ତି ଆମେରିକା ରାଷ୍ଟ୍ରପତି । ଧମକ ଦେଇ ବୁଧବାର ସୁଦ୍ଧା ଡିଲ୍ ନ ହେଲେ ଯୁଦ୍ଧବିରତି ବୃଦ୍ଧି କରାଯାଇ ପାରିବ ନାହିଁ । ଇରାନ ବନ୍ଦରଗୁଡ଼ିକ ଉପରେ ନିରନ୍ତର ଅବରୋଧ ଜାରି ରହିବ । ଦୁର୍ଭାଗ୍ୟବଶତଃ ଆମକୁ ପୁଣି ଥରେ ବୋମା ପକାଇବାକୁ ପଡ଼ିବ ବୋଲି ଚେତାବନୀ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ।ଇରାନ ସହିତ ଯୁଦ୍ଧ ଶେଷ କରିବାକୁ ନେଇ ହ୍ୱାଇଟ୍ ହାଉସରେ ପାର୍ଟି କଥା କହୁଥିବା ଟ୍ରମ୍ପ ଚେତାବନୀ ବି ଦେଇଛନ୍ତି । ସେ କହିଛନ୍ତି ଯଦି ଯୁଦ୍ଧବିରତି ଯାଏ ଡିଲ୍ ନହୁଏ ତେବେ ସିଜିଫାୟାର ଶେଷ ପରେ ତୁରନ୍ତ ବୋମାମାଡ଼ ଆରମ୍ଭ ହୋଇଯିବ ।​​​​​​

ଏୟାର ଫୋର୍ସ ୱାନରେ ଗଣମାଧ୍ୟମ ସହ କଥାବର୍ତ୍ତା ସମୟରେ ଟ୍ରମ୍ପ ସ୍ପଷ୍ଟ କରିଥିଲେ ଯେ, ଇରାନ ସହିତ ଯୁଦ୍ଧବିରତି ବୃଦ୍ଧି କରିବା ମନୋଭାବରେ ନଥାଇପାରନ୍ତି । ମୁଁ ହୁଏତ ଏହାକୁ ବୃଦ୍ଧି କରିବି ନାହିଁ । ଯଦି ଏପରି ହୁଏ, ତେବେ ଅବରୋଧ ଜାରି ରହିବ ଏବଂ ଆମକୁ ପୁଣି ଥରେ ବୋମାମାଡ଼ କକିବାକୁ ପଡିପାରେ । ରାଷ୍ଟ୍ରପତି ଟ୍ରମ୍ପ ସୂଚାଇ ଦେଇଛନ୍ତି ଯେ, ଏପ୍ରିଲ ୨୧ ତାରିଖ ଶେଷ ତାରିଖ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଯଦି ଏହି ତାରିଖ ସୁଦ୍ଧା ଆମେରିକା ଏବଂ ଇରାନ ମଧ୍ୟରେ ଏକ ଠୋସ୍ ଚୁକ୍ତିନାମା ନହୁଏ, ତେବେ ଯୁଦ୍ଧବିରତି ସମାପ୍ତ ହୋଇପାରେ । ଏହାର ସ୍ପଷ୍ଟ ଅର୍ଥ, ମଧ୍ୟପ୍ରାଚ୍ୟ ପୁଣି ଥରେ ଏକ ବଡ ସାମରିକ ସଂଘର୍ଷ ଆଡକୁ ମୁହାଁଇପାରେ । ତଥାପି, ଟ୍ରମ୍ପ ମଧ୍ୟ ଆଶା ପ୍ରକାଶ କରିଛନ୍ତି ଯେ, ଚୁକ୍ତି ହେବ । ମୁଁ ଭାବୁଛି ଏହା ଘଟିବ, କିନ୍ତୁ ଇରାନ କହିଛି ଯେ, ତାଙ୍କ କଥାରେ ବହୁତ କମ୍ ବିଶ୍ୱାସ ଅଛି ।

ହୋର୍ମୁଜ ଅବରୋଧ ଜାରି ରହିବ- ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ସ୍ପଷ୍ଟ କରିଛନ୍ତି ଯେ, ଯୁଦ୍ଧବିରତି ବୃଦ୍ଧି ହେଉ କି ନହେଉ, ଇରାନ ଉପରେ ଆମେରିକାର ନୌସେନା ଅବରୋo ଜାରି ରହିବ । ଏହି ଅବରୋଧ ଇରାନର ଅର୍ଥନୀତିକୁ ଚାପ ଦେବା ପାଇଁ ବୃହତ ରଣନୀତିର ଏକ ଅଂଶ କାରଣ ଏହା ସିଧାସଳଖ ଏହାର ତୈଳ ରପ୍ତାନିକୁ ପ୍ରଭାବିତ କରେ । ଏହାର ଅର୍ଥ ଆଲୋଚନା ଜାରି ରହିଲେ ମଧ୍ୟ ଚାପର ରାଜନୀତି ଜାରି ରହିବ । ଅନ୍ୟପଟେ ରିପୋର୍ଟ ଆସୁଛି କି, ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା ପାଇଁ ଆମେରିକା ଏବଂ ଇରାନ ପ୍ରତିନିଧିମାନେ ଶୀଘ୍ର ପାକିସ୍ତାନରେ ଏକ ନୂତନ ପର୍ଯ୍ୟାୟ ଆଲୋଚନା ପାଇଁ ସାକ୍ଷାତ କରିପାରନ୍ତି ।
ଟ୍ରମ୍ପଙ୍କ ”ଡବଲ୍ ଗେମ୍‌”- ଟ୍ରମ୍ପଙ୍କ ରଣନୀତି ବୁଝିବା କଷ୍ଟକର ନୁହେଁ । ଗୋଟିଏ ପଟେ, ସେ ଆଲୋଚନାମୂଳକ ସମାଧାନ ପାଇଁ ସମର୍ଥନ କରନ୍ତି ଅନ୍ୟପଟେ ସେ ସାମରିକ ଚାପ ବଜାୟ ରଖନ୍ତି । ପରିସ୍ଥିତି ବର୍ତ୍ତମାନ ଅତ୍ୟନ୍ତ ସଙ୍କଟମୟ । ଏପ୍ରିଲ ୨୧ ତାରିଖର ଶେଷ ପାଖେଇ ଆସୁଛି । ସମଗ୍ର ବିଶ୍ୱ ଆମେରିକା ଏବଂ ଇରାନ ମଧ୍ୟରେ ଏକ ଚୁକ୍ତି ହୋଇପାରିବ କି ନାହିଁ ତାହା ଦେଖିବା ପାଇଁ ଚାହିଁ ରହିଛି ।

  • Related Posts

    ଅଧିନାୟକ ପଦ ଛାଡିଲେ ହରମନପ୍ରୀତ

    ନୂଆଦିଲ୍ଲୀ : ହରମନପ୍ରୀତ କୌର ଭାରତୀୟ ମହିଳା କ୍ରିକେଟ ଦଳର ଅଧିନାୟକ ପଦ ଛାଡିଛନ୍ତି। ସେ ମଙ୍ଗଳବାର ସୋସିଆଲ ମିଡିଆରେ ଏକ ପୋଷ୍ଟ ମାଧ୍ୟମରେ ଏହା ଘୋଷଣା କରିଛନ୍ତି। ସ୍ମୃତି ମନ୍ଧାନା ନୂତନ ଅଧିନାୟକ ଭାବରେ ହରମନପ୍ରୀତଙ୍କ ସ୍ଥାନ ନେବେ ବୋଲି…

    Continue reading
    ବ୍ୟାରିକେଡ୍ ଉପରେ ଚଢି ଆକାଶବାଣୀ ଭବନରେ ପଶିଲେ ରାହୁଲ

    ନୂଆଦିଲ୍ଲୀ:  ବିରୋଧି ସାଂସଦଙ୍କ ‘ସେଭ ଡେମୋକ୍ରାସି’ ମାର୍ଚ୍ଚ ମଙ୍ଗଳବାର ସକାଳେ ସଂସଦ ଭବନରୁ ଆରମ୍ଭ ହୋଇଥିଲା। ନିର୍ବାଚନ ସଦନ (ଇସିଆଇ) ମୁଖ୍ୟାଳୟ ଆଡକୁ ବଢିଥିଲା, କିନ୍ତୁ ଦିଲ୍ଳୀ ପୋଲିସ ରାସ୍ତାରେ ବ୍ୟାରିକେଡ୍ କରି ପଦଯାତ୍ରାକୁ ରୋକିଥିଲା। ରୋକିବା ପରେ କଂଗ୍ରେସ ସାଂସଦ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ