ଟ୍ରେନିଂ ବିମାନ ଦୁର୍ଘଟଣାଗ୍ରସ୍ତ: ୨ ପାଇଲଟ ମୃତ

କାନପୁର ନିକଟବର୍ତୀ ଗଙ୍ଗାନଦୀ କୂଳରେ ଗୁରୁବାର ପୂର୍ବାହ୍ନ ପ୍ରାୟ ୧୧.୫୦ ମିନିଟ୍‌ରେ ଟ୍ରେନିଂ ପାଇଁ ଥିବା ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ ପାଇଲଟ ଏବଂ କୋ-ପାଇଲଟ୍‌ଙ୍କ ମୃତ୍ୟୁ ଘଟିଛି । ମୃତ ପାଇଲଟ ହେଲେ ଗୁଜରାଟର ସଚ୍ଚିନ ଭାଟିଆ ଏବଂ କୋ ପାଇଲଟ ଜଣକ ହେଲେ କର୍ଣ୍ଣାଟକର ଅଭିଷେକ ପୂଜାରୀ । ଡିଜିସିଏରୁ ମିଳିଥିବା ତଥ୍ୟ ଅନୁଯାୟୀ ୨ ସିଟର୍ ବିଶିଷ୍ଟ ଏହି ବିମାନଟି କାନପୁର ସିଭିଲ ଏୟାରପୋର୍ଟରୁ ୧୧.୩୦ରେ ଉଡ଼ାଣ ଆରମ୍ଭ କରିଥିଲା । ତେବେ ତାଲିମ ସାରି ବେସ୍‌କୁ ଫେରୁଥିବା ବେଳେ ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁର୍ଘଟଣା ପରେ ବିମାନଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଘଟଣା ସମ୍ପର୍କରେ ସୂଚନା ଦେବାକୁ ଯାଇ କାନପୁର ନଗର ପୁଲିସ କମିଶନର ରଘୁବର ଲାଲ କହିଛନ୍ତି, ‘ବିମାନ ଚଳାଉଥିବା ପାଇଲଟ୍‌ଙ୍କର ଦୀର୍ଘ ୩୦୦୦ ଘଂଟା ଏୟାରକ୍ରାଫ୍‌ଟ ଚଳାଇବାର ଅଭିଜ୍ଞତା ଥିଲା । ତେବେ କେଉଁ କାରଣରୁ ବିମାନ ଦୁର୍ଘଟଣାଗ୍ରସ୍ତ ହେଲା, ସେ ନେଇ ଡିଜିସିଏଠାରୁ ତଥ୍ୟ ମଗାଯାଇଛି ।’
ଉଲ୍ଲେଖଯୋଗ୍ୟ ଯେ, ଏହି ଟ୍ରେନିଂ ବିମାନଟି ଗତ ୨୦୨୩ ମସିହାରେ କିଣାଯାଇଥିଲା ଏବଂ ଏଥିରେ ଡବଲ ଇଂଜିନ ରହିଥିଲା । ଏହି ଘଟଣାରେ ଉତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗଭୀର ଶୋକ ପ୍ରକାଶ କରିବା ସହ ମୃତ ପାଇଲଟଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ।

  • Related Posts

    flood in nepal ନେପାଳରେ ପ୍ରଳୟଙ୍କରୀ ବନ୍ୟା: 160ରୁ ଅଧିକ ମୃତ

    କାଠମାଣ୍ଡୁ: ନେପାଳରେ ତାଣ୍ଡବ ରଚିଛି ପ୍ରଳୟଙ୍କରୀ ବନ୍ୟା । ତିବ୍ଦତରୁ ଆସିଥିବା ଏହି ଭୟଙ୍କର ବନ୍ୟା ନେପାଳର ମଧ୍ୟଭାଗକୁ ପ୍ରବାହିତ ହେବା ପରେ ପ୍ରାୟ 160 ଜଣଙ୍କର ମୃତ୍ୟୁ ଘଟିଛି । 133 ଜଣ ଭାରତୀୟ ନାଗରିକଙ୍କ ସମେତ 750ରୁ ଅଧିକ…

    Continue reading
    ନେପାଳରେ ଜଳପ୍ରଳୟ : ଶତାଧିକ ମୃତ

    କାଠମାଣ୍ଡୁ/ନୂଆଦିଲ୍ଲୀ : ନେପାଳ-ତିବ୍‌ବତ ସୀମାନ୍ତ ରସୁୱା ଜିଲାର ଭୋଟେକୋଶୀ ନଦୀରେ ଆକସ୍ମିକ ବନ୍ୟା ଆସି ସମଗ୍ର ଅଞ୍ଚଳରେ ତାଣ୍ଡବ ରଚିଛି। ନେପାଳରେ ବୁଧବାର ହୋଇଥିବା ଏହି ପ୍ରଳୟଙ୍କରୀ ବନ୍ୟାରେ ଶତାଧିକ ପ୍ରାଣ ହରାଇଥିବାବେଳେ ୪୦୦ରୁ ଅଧିକ ଲୋକ ନିଖୋଜ ହୋଇଛନ୍ତି। ନିଖୋଜ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ