ଟ୍ରେନ୍‌ରେ କଟି ଦୁଇ ମହିଳା ମୃତ

ଗଞ୍ଜାମ : ଭୁବନେଶ୍ୱରରେ ପାଚିକା ସହାୟିକା ସଂଘର ରାଲିରେ ଯୋଗ ଦେବାକୁ ଯାଉଥିବା ବେଳେ ଟ୍ରେନ୍‌ରୁ ପଡ଼ି ଦୁଇ ଜଣ ପାଚିକା ସହାୟିକାଙ୍କ ମୃତ୍ୟୁ ଘଟିଛି। ଗଞ୍ଜାମ ଜିଲ୍ଲା ସୁରଳ ରୋଡ୍ ରେଳ ଷ୍ଟେସନ ଆଜି ସକାଳେ ଘଟିଛି ଏହି ଘଟଣା।

ମୃତ ପାଚିକା ସହାୟିକା ଦ୍ୱୟ ହେଉଛନ୍ତି ପାର୍ବତୀ ଗୌଡ଼ ଓ ଝୁନୁ ଗୌଡ଼। ସେମାନଙ୍କ ଘର ଚିକିଟି ବ୍ଲକ ପିତାତଳି ପଞ୍ଚାୟତ ଜଗନ୍ନାଥପୁର ଗାଁରେ। ସେମାନେ ଜଗନ୍ନାଥପୁର ହାଇସ୍କୁଲରେ ପାଚିକା ସହାୟିକା ଭାବେ କାର୍ୟ୍ୟ କରୁଥିଲେ।

ଭୁବନେଶ୍ୱର ଯିବା ପାଇଁ ସେମାନେ ଆଜି ସକାଳେ ପଲାସା-କଟକ ଡିଏମ୍‌ୟୁରେ ଚଢ଼ିଥିଲେ। ସୂଚନା ଅନୁଯାୟୀ, ସେମାନେ ତରତର ହୋଇ ଟ୍ରେନ୍‌ରେ ଚଢ଼ୁଥିବା ବେଳେ ପଡ଼ି ଯାଇଥିଲେ। ପ୍ରଥମେ ଜଣେ ପଡ଼ି ଯାଇଥିଲେ। ତାଙ୍କୁ ରକ୍ଷା କରିବାକୁ ଯାଇ ଅନ୍ୟ ଜଣେ ପଡ଼ି ଯାଇଥିଲେ। ଫଳରେ ଟ୍ରେନ୍‌ରେ କଟି ସେମାନଙ୍କର ସେହିଠାରେ ମୃତ୍ୟୁ ଘଟିଥିଲା।

ଆରପିଏଫ୍‌ ମୃତଦେହ ଦୁଇଟିକୁ ଜବତ ପାଇଁ ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହା ସହିତ ମାମଲା ରୁଜୁ କରି କେମିତି ଏଭଳି ଏକ ଘଟଣା ଘଟିଲା ତା’ର ତଦନ୍ତ କରୁଛି।

  • Related Posts

    ଛାତ୍ରୀଙ୍କୁ ନିର୍ୟାତନା: ପଦରୁ ହଟିଲେ ଓଡ଼ିଆ ବିଭାଗ ଏଚ୍‌ଓଡି

    ବାଲେଶ୍ୱର: ଜଣେ ଛାତ୍ରୀଙ୍କୁ ନିର୍ୟାତନା ଦେବା ଅଭିଯୋଗରେ ଫକୀର ମୋହନ ସ୍ୱୟଂଶାସିତ କଲେଜର ଓଡ଼ିଆ ବିଭାଗର ବିଭାଗୀୟ ମୁଖ୍ୟ (ଏଚ୍‌ଓଡି) ତଥା ଆସିଷ୍ଟାଣ୍ଟ ପ୍ରଫେସର ଡ. ସନ୍ତୋଷ କୁମାର ନାୟକଙ୍କୁ ତାଙ୍କ ପଦରୁ ହଟାଇ ଦିଆଯାଇଛି।ଏହି ମାମଲାକୁ କଲେଜର ଆଭ୍ୟନ୍ତରୀଣ ଅଭିଯୋଗ…

    Continue reading
    ଝାଡ଼ାବାନ୍ତିରେ ଛାତ୍ରୀଙ୍କ ମୃତ୍ୟୁ, ପ୍ରଧାନଶିକ୍ଷକ ନିଲମ୍ବିତ

    ରାସଗୋବିନ୍ଦପୁର: ଦୁଇ ଦିନ ତଳେ ସକାଳେ ପଖାଳ ଭାତ ଓ ଆଳୁ ଚଟଣୀ ଖାଇବା ପରେ ଝାଡ଼ାବାନ୍ତି ହେବାରୁ ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକ୍‌ କାକବନ୍ଧ ଆଶ୍ରମ ସ୍କୁଲ ହଷ୍ଟେଲର ପ୍ରାୟ ୧୫୦ରୁ ଅଧିକ ଛାତ୍ରଛାତ୍ରୀ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ