ଡେଙ୍ଗୁ:ଖୋର୍ଦ୍ଧା ଜିଲ୍ଲାରେ ବେକାବୁ

ଭୁବନେଶ୍ୱର,: ଖୋର୍ଦ୍ଧା ଜିଲ୍ଲାରେ ବେକାବୁ ହେବାରେ ଲାଗିଛି ଡେଙ୍ଗୁ । ସମଗ୍ର ଜିଲ୍ଲାରେ ଯେତିକି ରୋଗୀ ଅଛନ୍ତି ତାହାର ୬୦ ଭାଗ କେବଳ ଭୁବନେଶ୍ୱରରେ ଚିହ୍ନଟ ହୋଇଛନ୍ତି । ୨୪ ଘଣ୍ଟା ଭିତରେ ଖୋର୍ଦ୍ଧା ଜିଲ୍ଲାରୁ ମୋଟ ୨୯୪ ରୋଗୀ ଚିହ୍ନଟ ହୋଇଛନ୍ତି । ତନ୍ମଧ୍ୟରୁ ଭୁବନେଶ୍ୱର ସହରାଞ୍ଚଳରେ ୧୮୦ ଓ ଖୋର୍ଦ୍ଧାରେ ୬୧ ଜଣ ରୋଗୀ ଅଛନ୍ତି । କେବଳ ଜୁଲାଇରେ ସଂଖ୍ୟା ୧୦୦ ଟପିଥିବା ବେଳେ ଏବେ ଆଗକୁ ଏହି ସଂଖ୍ୟା ଅଢ଼େଇଶହ ପାର କରିଯିବ । ଗତ ଦୁଇବର୍ଷ ଧରି ରାଜ୍ୟରେ ସର୍ବାଧିକ ଡେଙ୍ଗୁ ରୋଗୀ ସୁନ୍ଦରଗଡ଼ରେ ଚିହ୍ନଟ ହେଉଥିବା ବେଳେ ଦ୍ୱିତୀୟ ସ୍ଥାନରେ ଖୋର୍ଦ୍ଧା ରହୁଛି । ଭୁବନେଶ୍ୱର ମଧ୍ୟ ହଟସ୍ପଟ୍‌ ପାଲଟୁଛି । ଏଥରକ ବି ଏହାର ପୁନରାବୃତ୍ତି ହେବ । ଯେପରି ଭାବେ ସରକାର ଡେଙ୍ଗୁ ପ୍ରତିରୋଧ ପାଇଁ ଗୁରୁତ୍ୱ ଦେଉଛନ୍ତି ତାହାର କାଣିଚାଏ ବି କାମରେ ଲାଗିପାରୁନି । ରବିବାର ସୁଦ୍ଧା ଖୋର୍ଦ୍ଧାରେ ୪,୫୯୮ ଜଣ ଓ ଭୁବନେଶ୍ୱରରେ ୧୨ହଜାର ୪୮୧ଜଣଙ୍କ ଡେଙ୍ଗୁ ଟେଷ୍ଟ କରାଯାଇଛି । ଜିଲ୍ଲାର ମୋଟ ୨୧,୮୪୬ ମଶାବଂଶ ପ୍ରଜନନ ସ୍ଥାନ ଚିହ୍ନଟ ହୋଇଥିବା ବେଳେ ସେଥିମଧ୍ୟରୁ ୨୧,୮୧୬ଟି ସ୍ଥାନରେ ମଶାବଂଶକୁ ନଷ୍ଟ କରାଯାଇଛି ।

କେବଳ ଜନବସତି ନୁହେଁ ରାଜଧାନୀରେ ଥିବା ସ୍କୁଲକୁ ଘାରିଛି ଡେଙ୍ଗୁ ଚିନ୍ତା । ସ୍କୁଲରେ ପାଠ ପଢୁଥିବା କୋମଳମତି ଛାତ୍ରଛାତ୍ରୀଙ୍କୁ ଯେପରି ଡେଙ୍ଗୁ ନହୁଏ ସେଥିପ୍ରତି ସ୍ୱାସ୍ଥ୍ୟ ବିଭାଗ ସଜାଗ ରହିଛି । ପ୍ରତିଦିନ ବିଏମ୍‌ସି ଅଞ୍ଚଳରେ ଥିବା ସ୍କୁଲଗୁଡ଼ିକରେ ଡେଙ୍ଗୁ ସଚେତନତା ସହ ଆଖପାଖ ପରିସରକୁ ବିଶୋଧନ କରାଯାଉଛି ।

  • Related Posts

    ଉତ୍ତରାଖଣ୍ଡରେ ପୁଣି ୪.୨ତୀବ୍ରତାର ଭୂମିକମ୍ପ

    ଶନିବାର ରାତି ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲାରେ ୪.୨ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା, ଯାହା ଫଳରେ ଲୋକମାନେ ଭୟରେ ଘରୁ ବାହାରକୁ ପଳାଇ ଆସିଥିଲେ । ଯଦିଓ ଏହି ଭୂମିକମ୍ପରେ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ, ତେବେ ଜାତୀୟ ଭୂକମ୍ପ ବିଜ୍ଞାନ…

    Continue reading
    ସୋମବାର ବହୁ ପ୍ରତୀକ୍ଷିତ କଟକଚଣ୍ଡୀ ମନ୍ଦିରର ଉଦ୍‌ଘାଟନ

    ଭୁବନେଶ୍ୱର: ଅକ୍ଟୋବର ମାସ ୧୨ ତାରିଖ ସୋମବାର ଦିନ ବହୁ ପ୍ରତୀକ୍ଷିତ କଟକଚଣ୍ଡୀ ମନ୍ଦିରର ନବକଳେବର ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍‌ଘାଟନ କରିବେ। ମାଆ କଟକ ଚଣ୍ଡୀଙ୍କ ମନ୍ଦିରର କାୟାକଳ୍ପ ଓ ଚତୁଃପାର୍ଶ୍ୱର ଉନ୍ନତିକରଣ ପାଇଁ ପ୍ରାୟ ୭୦…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ