ଦାଦନ ଶ୍ରମିକ ହ୍ରାସ ନେଇ ଉଚ୍ଚସ୍ତରୀୟ ଟାସ୍କଫୋର୍ସର ତୃତୀୟ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର, ୨୫/୦୮:ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତି ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଆଜି ଲୋକସେବା ଭବନରେ ଦାଦନ ଶ୍ରମିକ ହ୍ରାସ ନେଇ ଗଠିତ ଉଚ୍ଚସ୍ତରୀୟ ଟାସ୍କଫୋର୍ସର ତୃତୀୟ ବୈଠକ ଅନୁଷ୍ଠିତ ହୋଇଛି । ପୂର୍ବ ବୈଠକରେ ଦାଦନ ପାଇଁ ପ୍ରବାସ ଯାଉଥିବା ପଛର କାରଣ ଏବଂ ସମାଧାନ ଅଧ୍ୟୟନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଏବଂ ଏହି ସର୍ଭେ କରିବା ପାଇଁ ଦି ନଜ୍ ଫାଉଣ୍ଡେସନ୍ କୁ ଦାୟିତ୍ୱ ଦିଆଯାଇଥିଲା। ସର୍ଭେ ଏବଂ ସରକାରଙ୍କ ପାଖରେ ଉପଲବ୍ଧ ତଥ୍ୟ ଆଧାରରେ ଦାଦନ ଶ୍ରମିକ ପ୍ରବାସକୁ ରୋକିବା ପାଇଁ ଓଡ଼ିଶା ପିଭିଟିଜି ଜୀବିକା ମଡେଲ ଏବଂ ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ଭଳି ପ୍ରଭାବଶାଳୀ ଜୀବିକା ପ୍ରଣାଳୀ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନିଆଯାଇଛି। ପ୍ରବାସୀ ଶ୍ରମିକମାନଙ୍କୁ ସେମାନଙ୍କର ଦକ୍ଷତା ବୃଦ୍ଧି କରିବା ପାଇଁ ତାଲିମ ଦିଆଯିବ। ବର୍ତ୍ତମାନ ସମୟରେ ଚାଲୁଥିବା ବିଭିନ୍ନ ସରକାରୀ ଜନକଲ୍ୟାଣକାରୀ ଯୋଜନା ଯଥା ଏମଜିନରେଗା, ସୁଭଦ୍ରା, କୃଷକମାନଙ୍କୁ ଇନପୁଟ୍ ସହାୟତା, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା, କାମଧେନୁ ଯୋଜନା, ଛେଳି ପାଳନ, ବୃକ୍ଷରୋପଣ କାର୍ଯ୍ୟକ୍ରମ ଇତ୍ୟାଦି ଚାଲୁ ରହିଛି। ସରକାର ପ୍ରବାସ ପ୍ରବଣ ଜିଲ୍ଲା ଏବଂ ବ୍ଲକର ପ୍ରତ୍ୟେକ ପରିବାରକୁ ଏହି ଜନକଲ୍ୟାଣକାରୀ ଯୋଜନାଗୁଡ଼ିକର ୧୦୦ ପ୍ରତିଶତ କଭରେଜ୍ ସୁନିଶ୍ଚିତ କରିବେ। ଏହି ଉଦ୍ଦେଶ୍ୟରେ ସାଚୁରେସନ୍ ଡ୍ରାଇଭ୍ କରାଯିବ ଏବଂ ବିଭିନ୍ନ ବିଭାଗର ଅଧିକାରୀ, ସଚିବ ଉପରୋକ୍ତ ଯୋଜନା ଗୁଡିକର ୧୦୦ ପ୍ରତିଶତ କଭରେଜ୍ ପ୍ରମାଣିତ କରିବେ।
ଉପଲବ୍ଧ ତଥ୍ୟ ଅନୁଯାୟୀ, ଖରିଫ୍ ଏବଂ ରବି ଋତୁରେ ଚାଷୀମାନଙ୍କୁ ଇନପୁଟ୍ ସହାୟତା କାର୍ଯ୍ୟକାରୀ ହେବା ଯୋଗୁଁ ପ୍ରବାସ ହାର କିଛିମାତ୍ରାରେ ହ୍ରାସ ପାଇଛି। ଏହା ସହିତ, ଶ୍ରମ, ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟଜଳ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ, କୃଷି ବିଭାଗ ଦ୍ୱାରା ଅଧିକ ଜଳସେଚନ ସହାୟତା/ଚାନେଲ୍, କେନାଲ, MGNREGS ଯୋଜନାରେ ରାଜ୍ୟ ସମର୍ଥନ ଭାବରେ ଅଣକୁଶଳୀ ଶ୍ରମିକଙ୍କ ପାଇଁ ଅତିରିକ୍ତ ୨୦୦ ମଜୁରୀ ଦିନ, ଗ୍ରାମୋଦୟ, ମଡେଲ ଗ୍ରାମ ପଞ୍ଚାୟତ ଆରମ୍ଭ, କଣ୍ଟ୍ରାକ୍ଟ ଫାର୍ମିଙ୍ଗ ଭଳି ଯୋଜନା ଆରମ୍ଭ କରାଯାଇ ପ୍ରବାସ ସମୟର ଆୟ ସହିତ ସମାନ ଆୟ ପ୍ରଦାନ କରାଯିବ ପାଇଁ ଆଲୋଚନା କରାଯାଇଛି ।
ପରିବାରଗୁଡ଼ିକର ଆୟ ବୃଦ୍ଧି କରିବା ସହିତ ଦାଦନ ଶ୍ରମିକ ହାର ହ୍ରାସ, ଶ୍ରମିକ ସର୍ଦ୍ଦାରମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଏକ କମିଟି ଗଠନ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। ଏହି କମିଟି ପ୍ରବର୍ତ୍ତନ ଅଧିକାରୀ, ପୋଲିସ ଅଧିକାରୀ, ରେଳ ଅଧିକାରୀ ଏବଂ ଜିଲ୍ଲା ପ୍ରଶାସନ ସହିତ ସମନ୍ୱୟ ରଖି ମିଶନ ମୋଡ଼ରେ କାର୍ଯ୍ୟ କରିବ । ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁବିକାଶ, ମିଶନ ଶକ୍ତି ଓ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା, ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ଶ୍ରୀ ସୁରେଶ ପୂଜାରୀ, ଗ୍ରାମ୍ୟଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ, ଗଣଶିକ୍ଷା, ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଓ ପଛୁଆ ବର୍ଗ କଲ୍ୟାଣ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ, ଜଙ୍ଗଲ ଓ ପରିବେଶ, ଶ୍ରମ ଏବଂ ରାଜ୍ୟବୀମା କର୍ମଚାରୀ ମନ୍ତ୍ରୀ ଶ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆ, ଶିଳ୍ପ ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ, ଏମ୍ଏସଏମଇ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ, ପ୍ରମୁଖ ସଚିବ, ଅର୍ଥ, କୃଷି ଓ କୃଷକ ସଶକ୍ତିକରଣ, ପଞ୍ଚାୟତିରାଜ ଓ ପାନୀୟଜଳ, ଡିଜି, ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ, ରେଳ, ନଜ୍ ଫାଉଣ୍ଡେସନର କାର୍ଯ୍ୟକର୍ତ୍ତା, ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ବୈଠକରେ ଯୋଗ ଦେଇଥିଲେ।

  • Related Posts

    ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ ଗୃହଗଣନା ଏବଂ ଗୃହତାଲିକା-୨୦୨୬ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

    ପ୍ରିୟ ଭାଇ ଓ ଭଉଣୀମାନେ!ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟର ଓଡ଼ିଶାସ୍ଥିତ ଜନଗଣନା ନିର୍ଦ୍ଦେଶାଳୟ ଏବଂ ଓଡ଼ିଶା ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ସମନ୍ୱୟରେ ଜନଗଣନା କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ଓଡ଼ିଶାର ୩୦ଟି ଜିଲ୍ଲାରେ ଜନଗଣନାର ପ୍ରଥମ ପର୍ଯ୍ୟାୟରେ ଗୃହଗଣନା…

    Continue reading
    ଆଉ ବଜାରରେ ବିକ୍ରି ହେବନି ରନ୍ଧନ ଗ୍ୟାସ୍ : ଯୋଗାଣ ମନ୍ତ୍ରୀ

    ଭୁବନେଶ୍ୱର: ଆଉ ବଜାରରେ ବିକ୍ରି ହେବନି ରନ୍ଧନ ଗ୍ୟାସ୍। ଏହା ବେଆଇନ୍ । ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଆଜି ଏହି ବଡ଼ ସୂଚନା ଦେଇଛନ୍ତି । କେବଳ ସୀକୃତି ପ୍ରାପ୍ତ ଦୋକାନୀ ବା ଏଜେନ୍ସି ହିଁ ଗ୍ୟାସ୍ ବିକ୍ରି କରିପାରିବେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ