ଦୁର୍ଘଟଣା ପରେ ବିସ୍ଫୋରଣ, ୯ ମୃତ

ନୂଆଦିଲ୍ଲୀ: ରାଜସ୍ଥାନର ଜୟପୁର-ଆଜମେର ଜାତୀୟ ରାଜପଥ ନିକଟ ପେଟ୍ରୋଲ ପମ୍ପ ସାମ୍ନାରେ ଘଟିଥିବା ଭୟଙ୍କର ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୯କୁ ବୃଦ୍ଧି ପାଇଛି। ଭାନ୍‌କ୍ରୋଟାସ୍ଥିତ ଏକ ପେଟ୍ରୋଲ ପମ୍ପ ନିକଟରେ ଆଜି ଭୋରରୁ ଗୋଟିଏ ଏଲପିଜି ବୋଝେଇ ଟ୍ରକ୍‌ ଓ ଅନ୍ୟ ଗୋଟିଏ ସିଏନଜି ବୋଝେଇ ଟ୍ରକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା।ପ୍ରଥମେ କିଛି ସମୟ ଗ୍ୟାସ୍‌ ଲିକ୍‌ ହୋଇଥଲା। ଏହାପରେ ହୋଇଥିଲା ପ୍ରଚଣ୍ଡ ବିସ୍ଫୋରଣ। ଫଳରେ ପୂରା ଅଞ୍ଚଳରେ ଅଗ୍ନିକାଣ୍ଡ ଘଟିଥିଲା। ଏଥିରେ ୪୦ରୁ ଅଧିକ ଗାଡ଼ି ମଧ୍ୟ ଜଳି ଯାଇଛି। ଏବେ ପୂରା ଘଟଣା ବେଳର ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି।
ମୁହାଁମୁହିଁ ଧକ୍କା ହେବାର କିଛି ସମୟ ପରେ ବିସ୍ଫୋରଣ ହୋଇଥିଲା। ଏହାପରେ ନିଆଁ କେମିତି ନିକଟସ୍ଥ ଅଞ୍ଚଳକୁ ବ୍ୟାପିଥିଲା, ତାହା ସିସିଟିଭିରେ କଏଦ ହୋଇଛି। ଏଥିରୁ ଜଣାପଡ଼ିଛି ଯେ ଜାତୀୟ ରାଜପଥ ନିକଟରେ ଥିବା ଗୋଟିଏ ଘରକୁ ନିଆଁ ବ୍ୟାପିବା ସହ ଏହାକୁ ପାଉଁଶ କରି ଦେଉଛି। ପୂରା ଘରକୁ ନିଆଁ ଧ୍ୱଂସ କରିଦେଇଛି। ଆଉ କିଛି ଭିଡିଓରେ ଦେଖାଯାଉଛି ଯେ ବିସ୍ଫୋରଣ ଓ ଅଗ୍ନିକାଣ୍ଡ ପରେ ପୂରା ଅଞ୍ଚଳର ଧୂଆଁମୟ ହୋଇଯାଉଛି।ଆଜି ସକାଳ ପ୍ରାୟ ୫ଟା ୩୦ରେ ଭାନ୍‌କ୍ରୋଟାରେ ଏକ ଏଲପିଜି ବୋଝେଇ ଟ୍ରକ୍‌ ଓ ଅନ୍ୟ ଏକ ସିଏନଜି ବୋଝେଇ ଟ୍ରକ୍‌ ମୁହାଁମୁହିଁ ଧକ୍କା ହୋଇଥିଲା। ଏହାପରେ ସିଏନଜି ଟ୍ୟାଙ୍କରରେ ଜୋରଦାର ବ୍ଲାଷ୍ଟ ହେବା ସହ ଆଖପାଖରେ ଥିବା ଗାଡ଼ିଗୁଡ଼ିକ ହୁତୁହୁତୁ ହୋଇ ଜଳି ଉଠିଥିଲା। ପାଖରେ ଥିବା ଏକ ଗାଡ଼ି ଗୋଦାମରେ ମଧ୍ୟ ନିଆଁ ଲାଗିଯାଇଥିଲା। ଗୋଟିଏ ଯାତ୍ରୀବାହୀ ବସ୍‌ରେ ନିଆଁ ଲାଗି ଯାଇଥିବା ବେଳେ ଯାତ୍ରୀମାନେ ପ୍ରାଣ ବିକଳରେ ଝରକା ଭାଙ୍ଗି ବାହାରକୁ ଡେଇଁ ପଡ଼ିଥିଲେ।

  • Related Posts

    ୧୨ରେ ପୂର୍ଣ୍ଣ ସୂର୍ଯ୍ୟ ପରାଗ

    ନୂଆଦିଲ୍ଲୀ : ପ୍ରକୃତିର ଅନ୍ୟତମ ସବୁଠୁ ଚମତ୍କାର ମହାଜାଗତିକ ଘଟଣା ଦେଖିବ ୟୁରୋପ। ପୂର୍ଣ୍ଣ ସୂର୍ଯ୍ୟ ପରାଗ ପ୍ରଭାବରେ ୟୁରୋପ ଖୁବ୍ କମ୍ ସମୟ ପାଇଁ ଦିବାଲୋକରେ ଅନ୍ଧକାରମୟ ହୋଇଯିବ । ମହାକାଶର କିଛି କ୍ଷେତ୍ରରେ ୧ ମିନିଟ୍ରୁ ଟିକିଏ ଅଧିକ…

    Continue reading
    ଓଲଟିଲା ବସ୍, ୭ ମୃତ

    ନୂଆଦିଲ୍ଲୀ : ହିମାଚଳ ପ୍ରଦେଶର ଚମ୍ଵା ଜିଲ୍ଲାରେ ମର୍ମନ୍ତୁଦ ଦୁର୍ଘଟଣା। ଶନିବାର ସକାଳେ ତୀସା-ବୈରାଗଡ଼ ରାସ୍ତାରେ ଚାଲୁଜ ବୁଲାଣି ନିକଟରେ ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୧ ଜଣ ଆହତ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ