ଦେଖା ଦେଇପାରେ ପେଟ୍ରୋଲ-ଡିଜେଲ ସଙ୍କଟ

ଭୁବନେଶ୍ୱର: ଆଜିଠୁ ରାଜ୍ୟରେ ସମସ୍ତ ପେଟ୍ରୋଲ ପମ୍ପରେ ତେଲ ସଙ୍କଟ ଦେଖା ଦେଇପାରେ । ଏନେଇ ଆଶଙ୍କା କରିଛନ୍ତି ରାଜ୍ୟ ପେଟ୍ରୋଲିୟମ ଡିଲର ସଂଘର ସାଧାରଣ ସମ୍ପାଦକ ସଞ୍ଜୟ ଲାଠ । ସେ କହିଛନ୍ତି ଆଜି ଅନେକ ପେଟ୍ରୋଲ ପମ୍ପରେ ତେଲ ସରିଯିବ । ଫଳରେ ଆଜିଠାରୁ ରାଜ୍ୟରେ ତେଲ କ୍ରାଇସିସ୍‍ ଦେଖିବାକୁ ମିଳିପାରେ । ଯଦି ତେଲ ପରିବହନ ବନ୍ଦ ରହିବ, ତେବେ ଜଟିଳ ସମସ୍ୟା ସୃଷ୍ଟି ହେବ । ଡ୍ରାଇଭର ମହାସଂଘର ଷ୍ଟିଅରିଂ ଛାଡ ଆନ୍ଦୋଳନ ଯୋଗୁଁ ଏଭଳି ସମସ୍ୟା ଉପୁଜିଛି । ଶୀଘ୍ର ଆନ୍ଦୋଳନ ପ୍ରତ୍ୟାହାର ନହେଲେ ପେଟ୍ରୋଲ ଡିଜେଲ ପରିବହନରେ ସମସ୍ୟା ଦେଖାଦେବ । ଫଳରେ ଲୋକମାନେ ନାହିଁନଥିବାର ଅସୁବିଧାର ସମ୍ମୁଖୀନ ହେବେ । ସେପଟେ ଏହି ଖବର ଶୁଣିବା ପରେ ପେଟ୍ରୋଲ ପମ୍ପରେ ଲୋକଙ୍କ ଭିଡ ଜମିଛି । ଗତ ତିନି ଦିନ ହେଲାଣି ଡ୍ରାଇଭର ମହାସଂଘ ଆନ୍ଦୋଳନ ଜାରି ରଖିଛନ୍ତି । ୬ ଦଫା ଦାବି ନେଇ ଚାଲିଥିବା ଓଡ଼ିଶା ଡ୍ରାଇଭର ମହାସଂଘର ଆନ୍ଦୋଳନ ଆଜି ତୃତୀୟ ଦିନରେ ପହଞ୍ଚିଛି ।

  • Related Posts

    ଟ୍ରେନରୁ ଖସି ଓଡ଼ିଆ ଦାଦନ ଶ୍ରମିକଙ୍କର ମୃତ୍ୟୁ

    ଦିଗପହଣ୍ଡି: ତାମିଲନାଡୁରେ ଟ୍ରେନରୁ ଖସି ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମ ପଞ୍ଚାୟତ ସାହିର ଜଣେ ଓଡ଼ିଆ ଦାଦନ ଶ୍ରମିକଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ସ୍ୱର୍ଗତ ଟିଙ୍କା ବେହେରାଙ୍କ ବଡ଼ ପୁଅ ଟୁନା ବେହେରା (୩୧)। ଦାଦନ ଶ୍ରମିକ…

    Continue reading
    ଆଜିଠୁ ‘ଘରେ ଘରେ ତ୍ରିରଙ୍ଗା’ ଅଭିଯାନ, ୧୭ ତାରିଖ ଯାଏ ଚାଲିବ

    ଭୁବନେଶ୍ୱର,: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ  ଆନୁକୁଲ୍ୟରେ ରାଜ୍ୟବ୍ୟାପୀ ଆୟୋଜିତ ‘ଘରେ ଘରେ ତ୍ରିରଙ୍ଗା’ ।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଆଜି ଠାରୁ ୧୭ ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଘରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ