ଦେବଗଡ ଜିଲ୍ଲା ପୁରୁଣାଗଡ ଜଗନ୍ନାଥ ମନ୍ଦିରରେ ହୁଏ ୩ ଦିନ ରଥଯାତ୍ରା, ୨ ଦିନ ହୁଏ ରଥଟଣା

ଦେବଗଡ଼:ଦେବଗଡ ପୌରାଚଂଳର ପୁରୁଣାଗଡସ୍ଥିତଜଗନ୍ନାଥ ମନ୍ଦିରରେ ୩ଦିନ ଧରି ହୁଏ ରଥଯାତ୍ରା। ଦେବଗଡ ପୁରୁଣାଗଡର ଜଗନ୍ନାଥ ମନ୍ଦିରର ରଥଯାତ୍ରାର ବିଶେଷତ୍ୱ ହେଲା,ଶ୍ରୀକ୍ଷେତ୍ର ପୁରୀ ସମେତ ପ୍ରାୟ ସବୁଆଡେ ଆଷାଢ ମାସ ଶୁକ୍ଲପକ୍ଷ ଦ୍ୱିତୀୟା ତିଥିରେ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ।କିନ୍ତୁ ପୁରୁଣାଗଡରେ ଥିବା ଜଗନ୍ନାଥ ମନ୍ଦିରରରେ କେଉଁ କାଳରୁ ଗୋଟିଏ ଦିନ ବିଳମ୍ୱରେ ରଥଟଣା ହୋଇଥାଏ।ରଥଯାତ୍ରା ଦିନ କେବଳ ତିନି ଠାକୁରଙ୍କୁମନ୍ଦିରରୁ ପହଣ୍ଡି କରାଯାଇ ରଥକୁ ନିଆଯାଇଥାଏ। ସେ ଦିନ କେବଳ ସବୁ ଭକ୍ତମାନେ ତିନିଠାକୁରଙ୍କୁ ରଥରେ ହିଁ ଦର୍ଶନ କରିଥାନ୍ତି।ତା ପରଦିନ ଠାରୁ ୨ ଦିନ ଧରି ରଥ ଟଣା ହୋଇଥାଏ ଏବଂ ତାପରେ ତିନି ଠାକୁର ମାଉସୀମାଙ୍କ ମନ୍ଦିରକୁ ଯାଇଥାନ୍ତି। ଠିକ ସେହିପରି ଭାବେ ବାହୁଡା ଯାତ୍ରା ଦିନ କେବଳ ପହଣ୍ଡି କରି ତିନିଠାକୁରଙ୍କୁ ରଥକୁ ନିଆଯାଇଥାଏ ଏବଂ ଭକ୍ତମାନେ ତିନିଠାକୁରଙ୍କୁ ରଥରେ ହିଁ ଦର୍ଶନ କରିଥାନ୍ତି। ବାହୁଡା ଯାତ୍ରା ମଧ୍ୟ ୨ ଦିନ ଧରି ରଥଟଣା ହୋଇଥାଏ।ପରେ ତିନି ଠାକୁର ବଡଦେଉଳକୁ ଯାଇଥାନ୍ତି। ସୂଚନା ଅନୁଯାୟୀ,ପୁରୁଣାଗଡସ୍ଥିତ ଜଗନ୍ନାଥ ମନ୍ଦିର ପୂଜକମାନଙ୍କ କହିବା ଅନୁଯାୟୀ, ୧୭୦୩ରେ ବାମଣ୍ଡାର ତତକାଳୀନ ରାଜା ପ୍ରତାପ ରୁଦ୍ର ଦେବ ମନ୍ଦିର ନିର୍ମାଣ କରିଥିଲେ।ଏହାସହିତ ଶ୍ରୀଜିଉଙ୍କ ପୂଜନ ଓ ଘୋଷ ଯାତ୍ରା ଆରମ୍ଭ କରିଥିଲେ।ଦେବଗଡ ଜିଲ୍ଲାର ଶ୍ରଦ୍ଧାଳୁ ଶ୍ରୀକ୍ଷେତ୍ରର ରଥଟଣା ଦେଖିସାରି ପୁରୁଣାଗଡ ଜଗନ୍ନାଥ ମନ୍ଦିର ୨ଦିନ ରଥଟଣା ଦେଖିବା​ର ସୁଯୋଗ ପାଇପାରିବେ ବୋଲି ସେହିସମୟରେ ତତକାଳୀନ ରାଜାଙ୍କ କଳ୍ପନାଅନୁସାରେ ଆଜି ବି ସେହି ଅନୁସାରେ ରଥଯାତ୍ରା ଅନୁଷ୍ଠିତ ହେଉଛି। ଅନ୍ୟପଟେ ତତକାଳୀନ ରାଜା ପ୍ରତାପ ରୁଦ୍ର ଦେବ ସେହି ସମୟରେ ଗଜପତିଙ୍କ ଅନୁମତିକ୍ରମେ ପୁରୀରୁ ଓଲଟ ବର ବୃକ୍ଷ ଆଣିଥିଲେ।ସେହି ବୃକ୍ଷକୁ ଆଣି ପୂଜାର୍ଚ୍ଚନା କରି ପୁରୁଣାଗଡସ୍ଥିତ ଜଗନ୍ନାଥ ମନ୍ଦିର ସମ୍ମୁଖରେ ରୋପଣ କରିଥିଲେ।ରୋପଣ କରିବା ପରେ ବୃକ୍ଷର ପତ୍ର ଗୁଡିକ ଓଲଟା ହୋଇଥିବା ଦେଖିବାକୁ ମିଳିଥିଲା।ଉକ୍ତ ପବିତ୍ର ବୃକ୍ଷ ଏବେ ମଧ୍ୟ ଜଗନ୍ନା​ଥ ମନ୍ଦିର ସମ୍ମୁଖରେ ‘ଓଲଟ ବର ’ ବୃକ୍ଷ ନାମରେ ପରିଚିତ। ପୁରୁଣାଗଡସ୍ଥିତ ଜଗନ୍ନା​ଥ ମନ୍ଦିର ପୁରୀ ଜଗନ୍ନାଥ ମନ୍ଦିର ଶୈଳୀରେ ନିର୍ମାଣ କରାଯାଇଥିଲା।ତତକାଳୀନ ରାଜା ପ୍ରତାପ ରୁଦ୍ର ଦେବଙ୍କ ଦେହାନ୍ତ ପରେ ରାଜା ସର୍ବେଶ୍ବର ଦେବ, ରାଜା ଅର୍ଜୁନ ଦେବ, ରାଜା ବାଲୁଙ୍କା ବୃଷଭ ଦେବ କ୍ରମାନ୍ବୟରେ ସମସ୍ତ ରାଜାମାନେ ରଥଯାତ୍ରା କରିଥିଲେ। ତତକାଳୀନ ରାଜା ବ୍ରଜସୁନ୍ଦର ଦେବ ଜଗନ୍ନାଥ ମନ୍ଦିରର ସଂଲଗ୍ନ ମୁଖଶାଳା, ଭୋଗମଣ୍ଡପ ନିର୍ମାଣ କରିଥିଲେ।ସାର ରାଜା ବାସୁଦେବ ସୁଢଳ ଦେବ ମନ୍ଦିର ପରିସରରେ ଝୁଲଣ ଗୃହ, କୁଞ୍ଜବନ ଓ ପୁଷ୍ପ ବାଟିକା ତିଆରି କରିଥିଲେ। ପୂର୍ବ ପ୍ରଚଳିତ ପ୍ରଥା ଓ ନିୟମକୁ ଦୃଷ୍ଟିରେ ରଖି ତତକାଳୀନ ରାଜା ସଚ୍ଚିଦାନନ୍ଦ ତ୍ରିଭୁବନଦେବ ୧୯୦୮ରେ ମନ୍ଦିରର ନିୟମାବଳୀ ପୁସ୍ତକ ପ୍ରକାଶ କରିଥିଲେ। ବର୍ତ୍ତମାନ ବି ମନ୍ଦିରର ପରିଚାଳନା ଦାୟିତ୍ବ ରାଜପରିବାର ହାତରେ ରହିଛି।

  • Related Posts

    ପ୍ରଶ୍ନପତ୍ର ଲିକ୍ ଘଟଣା: ଏମ୍‌କେସିଜିରେ ପହଞ୍ଚିଲା ସ୍ୱାସ୍ଥ୍ୟ ବିଭାଗର ଉଚ୍ଚସ୍ତରୀୟ ଟିମ୍

    ଏମ୍‌କେସିଜି ମେଡିକାଲ କଲେଜରେ ମେଡିକାଲ ପିଜି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲା । ଘଟଣାର ତଦନ୍ତ କରିବା ପାଇଁ ଆଜି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଏକ ୩ ଜଣିଆ ସ୍ୱତନ୍ତ୍ର ଟିମ୍ ଏମ୍‌କେସିଜି ମେଡିକାଲ କଲେଜରେ ପହଞ୍ଚିଛନ୍ତି…

    Continue reading
    ପ୍ରଥମ ଶ୍ରେଣୀ ସାହିତ୍ୟ ବହିରେ ଗୁରୁତର ତ୍ରୁଟି

    ଭୁବନେଶ୍ବର,: ପ୍ରଥମ ଶ୍ରେଣୀ ସାହିତ୍ୟ ବହିରେ ଗୁରୁତର ତ୍ରୁଟି । ଝୁଲଣା-୧ବହିରେ ‘ଅ’ ବଦଳରେ ‘ଚ’ରୁ ଆରମ୍ଭ ହୋଇଛି ବର୍ଣ୍ଣମାଳା । ସେହିପରି ‘ବନ୍ଦେ ଉତ୍କଳ ଜନନୀ’ରେ ବି ଭୁଲ୍ । ଜାତୀୟ ସଙ୍ଗୀତରେ ବି ଗୁରୁତର ତ୍ରୁଟି ଦେଖାଦେଇଛି ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ