
ଦେବଗଡ଼:ସ୍ଵତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା ପାଇଁ ଦେବଗଡ ଜିଲ୍ଲାର ଶତାୟୁ ନିର୍ବାଚକଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପରିଗଣନା ଫର୍ମ ପ୍ରଦାନ ଓ ସମ୍ବର୍ଦ୍ଧନା ଦିଆଯାଇଛି। ତେବେ ବାରକୋଟ ବ୍ଲକର କାଲକାଠ ଗ୍ରାମର ଶୈଳ ପ୍ରଧାନ(୧୦୨) ଶତାୟୁ ନିର୍ବାଚକ ଭାବରେ ପଞ୍ଜୀକୃତ ହୋଇ ନିରବିଚ୍ଛିନ୍ନ ଭାବେ ମତଦାନ ପ୍ରକ୍ରିୟାରେ ଭାଗନେଇ ଆସୁଛନ୍ତି। ତେଣୁ ଭୋଟର ତାଲିକାରେ ସଂଶୋଧନ ପାଇଁ ଚାଲିଥିବା ଏହି ସ୍ଵତନ୍ତ୍ର ସଘନ ସଂଶୋଧନ ମହା ଅଭିଯାନରେ ସାମିଲ ହୋଇ ଥିବାରୁ ତାଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଉପଜିଲ୍ଲାପାଳ ତଥା ନିର୍ବାଚକ ପଞ୍ଜୀକରଣ ଅଧିକାରୀ ପରୀକ୍ଷିତ ସାହୁ,ବୁଥସ୍ତରୀୟ ଅଧିକାରୀ ବୈଦ୍ୟନାଥ କିଷାନ ଓ ବରିଷ୍ଠ ରାଜସ୍ଵ ସହାୟକ ସୌମିତ୍ରୀ ପ୍ରସାଦ ଦେହୁରୀ ପରିଗଣନା ଫର୍ମ ପ୍ରଦାନ କରିବା ସହ ସମ୍ବର୍ଦ୍ଧିତ କରିଥିଲେ। ସେହିପରି ରିଆମାଳ ବ୍ଲକର କୁଣ୍ଢେଇଗୋଳା ଗ୍ରାମର ଶତାୟୁ ନିର୍ବାଚକ ବିଶିକେଶନ ପ୍ରଧାନ(୧୦୩)ଙ୍କୁ ରିଆମାଳ ବ୍ଲକ ବିଡିଓ ଆଦିତ୍ୟ ପଣ୍ଡା,ବୁଥ ସ୍ତରୀୟ ଅଧିକାରୀ ଚନ୍ଦ୍ର ଶେଖର ସାହୁ ଓ ସୁପରଭାଇଜାର ବାଉରୀ ବନ୍ଧୁ ସାହୁ ପରିଗଣନା ଫର୍ମ ପ୍ରଦାନ କରିବା ସହ ସମ୍ବର୍ଦ୍ଧିତ କରିଥିଲେ।


