
ଦେବଗଡ଼:ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ଏବଂ କ୍ରୀଡ଼ା ଓ ଯୁବ ସେବା ବିଭାଗର କମିଶନ ତଥା ସଚିବ ଏବଂ ଦେବଗଡ ଜିଲ୍ଲା ନୋଡାଲ ଅଧିକାରୀ ଭୂପେନ୍ଦ୍ର ସିଂ ପୁନିଆ ଦ୍ଵିତୀୟ ଦିନରେ ରିଆମାଳ ବ୍ଲକ ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କରିଥିଲେ। ପ୍ରଥମେ ପୌରାଚଂଳରେ ଥିବା ଇଣ୍ଡୋର ଷ୍ଟାଡିୟମ,ଇନ୍ଦିରା ଗାନ୍ଧୀ ଷ୍ଟାଡିୟମ, ପ୍ରସ୍ତାବିତ ସୁଇମିଙ୍ଗ ପୁଲ, ପଲିଟେକନିକ ବିଦ୍ୟାଳୟ, ମତ୍ସ୍ୟ ପୋଖରୀ ଯୋଜନା ପରିଦର୍ଶନ କରିଥିଲେ। ଏହାପରେ ରିଆମାଳ ବ୍ଲକର ବଡ଼ଡଙ୍ଗାଘାଟ ଗ୍ରାମର ଅଙ୍ଗନୱାଡି କେନ୍ଦ୍ର ପରିଦର୍ଶନ କରିବା ସହ ଶିଶୁ ମାନଙ୍କ ସହ ବାର୍ତ୍ତାଳପ କରିବା ସହ କେନ୍ଦ୍ରର ଅସୁବିଧା ସଂପର୍କରେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ପରେ ପରେ ଧରମପୁର ଗ୍ରାମରେ ମା କଲ୍ୟାଣୀ ସ୍ଵୟଂ ସହାୟକ ଗୋଷ୍ଠୀ ଦ୍ୱାରା ଛତୁ ଚାଷ, ଛତାବର ସିଏଚସିରେ ରୋଗୀଙ୍କ ସହିତ ଚିକିତ୍ସା ସଂପର୍କରେ ପଚାରିବୁଝିଥିଲେ। ଆଡସ ଗ୍ରାମର ଅମୃତ ସରବର, ଏକ ପେଡ୍ ମା କେ ନାମ ଅଧୀନରେ ବୃକ୍ଷରୋପଣ, ରିଆମାଳରେ ଲକ୍ଷ୍ମୀ ଫେବ୍ରିକେଶନ୍ ୟୁନିଟ ସମେତ ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କରିଥିଲେ। ଏଥିରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ରାଜେନ୍ଦ୍ର ମିଞ୍ଜ,ଜିଲ୍ଲା ପଞ୍ଚାୟତ ଅଧିକାରୀ ହେମନ୍ତ ସିଂ,ଓଏଲଏମ ଡିପିଏମ ଶିଶିର ଷଡ଼ଙ୍ଗୀ ,ଜିଲ୍ଲା ମଙ୍ଗଳ ଅଧିକାରୀ ଶିଶିର ପୁହାଣ ଙ୍କ ସମେତ ବିଭିନ୍ନ ଲାଇନ୍ ଡିପାର୍ଟମେଣ୍ଟ ଅଧିକାରୀ ଉପସ୍ଥିତ ଥିଲେ।




