ଦେବାଶିଷଙ୍କ ପାଇଁ ଲାଲ ପିନ୍ଧୁଛି: ପ୍ରଭାତ ବିଶ୍ୱାଳ

ଭୁବନେଶ୍ୱର: ବିଜେଡିରୁ ଶନିବାର ବହିଷ୍କୃତ ହୋଇଥିବା ପ୍ରଭାତ ବିଶ୍ୱାଳ ରବିବାର ବିଜେଡିର ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟଙ୍କୁ ଜୋରଦାର ଟାର୍ଗେଟ କରିଛନ୍ତି । ଦେବାଶିଷଙ୍କ ପାଇଁ ମୁଁ ଲାଲ ପିନ୍ଧୁଛି ବୋଲି ପ୍ରଭାତ କହିଛନ୍ତି ।

ଏହାଛଡ଼ା ସେ କହିଛନ୍ତି ଯେ ମୁଁ କ’ଣ ଲୋକେ ଜାଣନ୍ତି ଓ ଦେବାଶିଷ ବାବୁଙ୍କୁ ବି ଲୋକେ ଜାଣନ୍ତି । ନିଜର ବେପାର କରିବାକୁ ଦେବାଶିଷ ବିଜୁ ଜନତା ଦଳରେ ମିଶିଛନ୍ତି । ଚିଟଫଣ୍ଡ ଦୁର୍ନୀତିରେ ଦେବାଶିଷଙ୍କ ହାତ ରହିଛି । ଗୁଣ୍ଡା ହୋଇ ସେ ଚାନ୍ଦା ଆଦାୟରେ ଲାଗିପଡ଼ିଛନ୍ତି । ବେଳେବେଳେ ସେ କ’ଣ କୁହନ୍ତି ସେ ନିଜେ ଜାଣିପାରନ୍ତି ନାହିଁ । ମୋ ବିରୋଧରେ ଚିଟଫଣ୍ଡ ଅଭିଯୋଗ କଲେ । ହେଲେ ସିବିଆଇ କିଛି ପାଇଲା ନାହିଁ । ଦଳ ପାଇଁ ଭଲ କାମ କରି ବହିଷ୍କୃତ ହେଲି । ନବୀନ ବାବୁ ଜଣେ ଭଲ ମଣିଷ ।କିନ୍ତୁ ପ୍ୟାରିବାବୁ ଓ ପାଣ୍ଡିଆନଙ୍କ ଉପରେ ନିର୍ଭରଶୀଳ ଥିଲେ । ସଂତୃପ୍ତ ମିଶ୍ରଙ୍କ ସହ ମୋର କୌଣସି ବ୍ୟକ୍ତିଗତ ଶତ୍ରୁତା ନାହିଁ । ଦେବାଶିଷଙ୍କ ଚରିତ୍ର ସମସ୍ତେ ଜାଣନ୍ତି, ଭାଇବୋହୂ ଅଧିକ କହିବେ । କୌଣସି ଉଦେ୍ଧଶ୍ୟ ରଖି ମୁଁ କିଛି କହିନାହିଁ ।

ପ୍ରକାଶ ଯେ ଶନିବାର ବିଜେଡିର ରାଜ୍ୟସଭା ପ୍ରାର୍ଥୀ ଘୋଷଣା ପରେ ପ୍ରଭାତ ବିଶ୍ୱାଳ ବିଷୋଦଗାର କରିଥିଲେ । ପରେ ଦେବାଶିଷ ସାମନ୍ତରାୟ ତାଙ୍କୁ ସମାଲୋଚନା କରିଥିଲେ । ସେ କହିଥିଲେ ନବୀନ ବାବୁଙ୍କୁ ପ୍ରଶ୍ନ ପଚାରିବାକୁ ସେ କିଏ? ଡା. ଦତ୍ତେଶ୍ବର ହୋତା ୪ର୍ଥ ପ୍ରାର୍ଥୀ। ଏହା ଏକ ମାଷ୍ଟର ଷ୍ଟ୍ରୋକ୍‌। ନବୀନ ବାବୁ ମାଷ୍ଟର ଷ୍ଟ୍ରୋକ୍‌ ଖେଳିଛନ୍ତି। ସମସ୍ତେ ସମର୍ଥନ କରିବେ। ସଂତୃପ୍ତ ମିଶ୍ର ଓ ଦତ୍ତେଶ୍ବର ସମସ୍ତେ କଟକ ଲୋକ। କଟକ ଲୋକଙ୍କୁ ବିରୋଧ କରି ପ୍ରଭାତ ତାଙ୍କ ସ୍ୱଭାବ ଦେଖାଇଛନ୍ତି। ସେ ନବୀନ ବାବୁଙ୍କ ଗାଡ଼ି କାଚ ଭାଙ୍ଗିଥିଲେ। ମିଡ୍‌ ନାଇଟ୍‌ ଅପରେସନରେ ଥିଲେ। ଏସବୁ ସତ୍ତ୍ବେ ନବୀନ ବାବୁ ତାଙ୍କ ପୁଅକୁ ୨ ଥର ଟିକେଟ୍‌ ଦେଇଛନ୍ତି। ତେଣୁ ମୋ ମତରେ ସେ ଜଣେ ଅକୃତଜ୍ଞ ଲୋକ।

  • Related Posts

    ବିଜେଡି ଭାଡ଼ି ଖାଲି ହେଉଛି :ଦେବାଶିଷ

    ଭୁବନେଶ୍ୱର: ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀଭାବେ ଦେବାଶିଷ ସାମନ୍ତରାୟ ଶୁକ୍ରବାର ନାମାଙ୍କନ ଭରିଛନ୍ତି । ବିଧାନସଭା ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ଶ୍ର୍ରୀ ସାମନ୍ତରାୟ ନାମାଙ୍କନ ଭରିଛନ୍ତି । ତେବେ ନାମାଙ୍କନ ଭରିବା ପରେ ଶ୍ରୀ ସାମନ୍ତରାୟ ପୁଣି ବିଜେଡି ଉପରେ…

    Continue reading
    ନାମାଙ୍କନ କଲେ ଦେବାଶିଷ

    ଭୁବନେଶ୍ୱର: ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀଭାବେ ଦେବାଶିଷ ସାମନ୍ତରାୟ ଶୁକ୍ରବାର ନାମାଙ୍କନ ଭରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ଶ୍ରୀ ସାମନ୍ତରାୟ ନାମାଙ୍କନ ଭରିଛନ୍ତି । ବିଧାନସଭା ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ଶ୍ର୍ରୀ ସାମନ୍ତରାୟ ନାମାଙ୍କନ ଭରିଛନ୍ତି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ