ଦେଶରେ ଖଇଫୁଟା ତାତି

ନୂଆଦିଲ୍ଲୀ: ଦେଶରେ ଖଇଫୁଟା ତାତି । ଦିନରେ ଘରୁ ବାହାରି ହେଉନି, ରାତିରେ ଅସ୍ତବ୍ୟସ୍ତ କରୁଛି ଗରମ ସାଙ୍ଗକୁ ଗୁଳୁଗୁଳି । ଜନଜୀବନ ଅସ୍ତବ୍ୟସ୍ତ । ସମସ୍ତେ ବିଚଳିତ, ବ୍ୟସ୍ତ ବିବ୍ରତ । ଭାରତରେ ହାରାହାରି ତାପମାତ୍ରା ଗତ ଶତାଦ୍ଦୀରେ ୦.୭ ପ୍ରତିଶତ ବଢିଛି । ତାପମାତ୍ରାରେ ଏହି ବୃଦ୍ଧି ନଗଣ୍ୟ ମନେ ହୋଇଥାଇପାରେ । କିନ୍ତୁ ଆଗାମୀ ଦିନରେ ଏହା ଜୀବନ ଉପରେ ଅତ୍ୟନ୍ତ ଗମ୍ଭୀର ପ୍ରଭାବ ପକାଇବାକୁ ଯାଉଛି । ବିଶେଷଜ୍ଞଙ୍କ ଆକଳନ ଅନୁଯାୟୀ ଭାରତରେ ହିଟ୍ୱେଭ ଚଳିତ ଶତାଦ୍ଦୀ ଶେଷବେଳକୁ ୩୦୦ରୁ ୪୦୦ ପ୍ରତିଶତ ବଢିଯାଇପାରେ ।

ଅନ୍ୟ ଏକ ଚିନ୍ତାର ବିଷୟ ହେଲା ଗରମ ଦିନ ତୁଳନାରେ ଗରମ ରାତି ସଂଖ୍ୟା ଅଧିକ ବଢିଯିବା ଆଶଙ୍କା କରାଯାଉଛି । ପ୍ରତିକୂଳ ସ୍ଥିତିର ମୁକାବିଲା ପାଇଁ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥାର ଆବଶ୍ୟକତା ରହିଛି । କାରଣ ତାପମାତ୍ରା ବଢିଲେ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇଥାଏ । ଯେପରିକି ଚର୍ମ ଫଳିଯିବା, ମାଂସପେଶୀରେ ଯନ୍ତ୍ରଣା ଓ କ୍ଲାନ୍ତି ଅନୁଭବ କରିବା । ତାପମାତ୍ରା ବୃଦ୍ଧି ପାଇଁ ଅର୍ଥନୀତିକୁ ବହୁ ମୂଲ୍ୟ ଦେବାକୁ ପଡୁଛି । ୨୦୨୪ ମହିସାରେ ଲାନସେଟ୍ ପତ୍ରିକାର ଏକ ତଥ୍ୟ ଅନୁଯାୟୀ, ୧୯୯୦ରୁ ୧୯୯୯ ମଧ୍ୟରେ ତାତି ପାଇଁ ବାର୍ଷିକ ଯେତିକି ଶ୍ରମ ଘଣ୍ଟା ହରାଇବାକୁ ପଡିଥିବା ତାହା ଏବେ ୧୨୪ ପ୍ରତିଶତ ବଢିଯାଇଛି । ଯେଉଁ ଅର୍ଥନୈତିକ କ୍ଷତି ହୋଇଛି ସେଥିରେ କୃଷିର ଭାଗ ପ୍ରାୟ ୬୬ ପ୍ରତିଶତ । ହିଟୱେଭ ବା ଗ୍ରୀଷ୍ମଲହରୀ ସମୟରେ ଶ୍ରମିକଙ୍କ କାର୍ଯ୍ୟଦକ୍ଷତା କମୁଥିବାରୁ ବାର୍ଷିକ ପ୍ରାୟ ୧୯୪ ବିଲିୟନ ଡଲାର ଆୟ ହ୍ରାସ ପାଉଛି ।
୨୦୨୪ରେ ଭାରତରେ ହିଟୱେଭ୍ ଅନୁଭୂତ ହୋଇଥିବା ଦିନ ସଂଖ୍ୟା ୧୯.୮ ରହିଥିଲା । ଯଦି ଜଳବାୟୁରେ ପରିବର୍ତ୍ତନ ହୋଇ ନଥାନ୍ତା ତା ହେଲେ ହିଟୱେଭ୍ ଦିନ ସଂଖ୍ୟା ୬.୬ କମିଯାଇଥାନ୍ତା । ଚଳିତ ଶତାଦ୍ଦୀ ଶେଷବେଳକୁ ଗରମ ଦିନ ସଂଖ୍ୟାରେ ୫୫ ପ୍ରତିଶତ ବୃଦ୍ଧି ହେବ । ଗରମ ରାତି ସଂଖ୍ୟା ୭୦ ପ୍ରତିଶତ ବଢିପାରେ । ତେଣୁ ରାତିରେ ବି ଅସହ୍ୟ ତାତି ଅନୁଭୂତ ହୋଇପାରେ ।ଗରମ ଦିନସଂଖ୍ୟା ଓ ହିଟୱେଭ୍ ବଢୁଥିବାରୁ ଜାତୀୟ ତଥା ରାଜ୍ୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠିରୁ କ୍ଷୟକ୍ଷତି ପାଇଁ ସହାୟତା ଦେବାକୁ ବିଭିନ୍ନ ରାଜ୍ୟ ଦାବି କରି ଆସୁଛନ୍ତି । କିନ୍ତୁ ପଞ୍ଚଦଶ ଅର୍ଥ ଆୟୋଗ ଏହି ଦାବିକୁ ଅତୀତରେ ପ୍ରତ୍ୟାଖାନ କରି ଦେଇଥିଲେ । ସଂପ୍ରତି ୧୨ ପ୍ରକାରର ବିପର୍ଯ୍ୟୟ ପାଇଁ ଏହି ପାଣ୍ଠିରୁ ସହାୟତା ଦିଆଯିବାର ବ୍ୟବସ୍ଥା ରହିଛି । ସେଗୁଡିକ ମଧ୍ୟରେ ବାତ୍ୟା, ମରୁଡ଼ି, ଭୂମିକମ୍ପ, ସୁନାମି, କରକାପାତ, ଅଗ୍ନିକାଣ୍ଡ, ଭୂସ୍ଖଳନ, ବରଫସ୍ଖଳନ, ବାଦଲଫଟା ବର୍ଷା, କୀଟ ଆକ୍ରମଣ ଏବଂ ଶୀତଲହର ରହିଛି ।

  • Related Posts

    ଆଶାରାମ ବାପୁଙ୍କୁ ଜାମିନ ଦେବାକୁ ମନା କଲେ ସୁପ୍ରିମକୋର୍ଟ

    ନୂଆଦିଲ୍ଲୀ: ଆଶାରାମ ବାପୁଙ୍କୁ ସୁପ୍ରିମକୋର୍ଟରୁ ଏକ ବଡ଼ ଝଟକା ଲାଗିଛି। ଜଣେ ନାବାଳିକା ବଳାତ୍କାର ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମ ବାପୁଙ୍କୁ ସୁପ୍ରିମକୋର୍ଟ ବର୍ତ୍ତମାନ ପାଇଁ ଅନ୍ତରୀଣ ଜାମିନ ଦେବାକୁ ମନା କରିଦେଇଛନ୍ତି। ୮୫ ବର୍ଷୀୟ ବୃଦ୍ଧ ସ୍ବାସ୍ଥ୍ୟଗତ ସମସ୍ୟା…

    Continue reading
    ଘର ଭୁଶୁଡ଼ି ଗୋଟିଏ ପରିବାରର ୬ ମୃତ

    ପ୍ରତାପଗଡ: ଉତ୍ତର ପ୍ରଦେଶର ପ୍ରତାପଗଡ଼ ଜିଲ୍ଲାର ମହୁଲି ବଜାର ଅଞ୍ଚଳରେ ଗୁରୁବାର ଭୋର ସମୟରେ ପ୍ରବଳ ବର୍ଷା ଯୋଗୁଁ ଏକ ପୁରୁଣା କୋଠା ଭୁଶୁଡ଼ି ପଡ଼ିବାରୁ ଗୋଟିଏ ପରିବାରର ୬ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଦୁଇଜଣ କୋମଳମତି ଶିଶୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ