
ଦେବଗଡ଼:ଅବସର ପ୍ରାପ୍ତ ସଂସ୍କୃତ ଶିକ୍ଷକ ତଥା ଆଇନଜୀବୀ ଦୈତାରୀ ପ୍ରସାଦ ଦ୍ବିବେଦୀ ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ଦ୍ଵାରା ମନୋନୀତ ହୋଇ ଦେବଗଡ କିଶୋର ନ୍ୟାୟ ବୋର୍ଡରେ ସଦସ୍ୟ ଭାବରେ ଦାୟିତ୍ବ ଗ୍ରହଣ କରିଥିବା ନେଇ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ର ସୂଚନା ଦେଇଛନ୍ତି।ଜୁଭେନାଇଲ ଜଷ୍ଟିସ ଆକ୍ଟର ପ୍ରାବଧାନ ଅନୁଯାୟୀ ଗଠିତ ହୋଇଥିବା କିଶୋର ନ୍ୟାୟ ବୋର୍ଡରେ ଛୋଟ ବଡ ଅପରାଧ କରି ଆଇନର ପରିସରଭୁକ୍ତ ହେଉଥିବା କିଶୋର ଓ କିଶୋରୀମାନଙ୍କ ବିଚାର କରାଯାଇ ସେମାନଙ୍କ ଥଇଥାନ କରାଯାଇ ମୁଖ୍ୟସ୍ରୋତରେ ସାମିଲ କରାଯାଏ। ଏହି ପଦବିରେ ପୂର୍ବରୁ ଆଇନଜୀବୀ ଗାୟତ୍ରୀ ଦ୍ଵିବେଦୀ ଥିଲୋ କିନ୍ତୁ ସେ ଦେବଗଡ ଶିଶୁ ମଙ୍ଗଳ କମିଟିରେ ସଦସ୍ୟ ଭାବରେ ରାଜ୍ୟ ସରକାରଙ୍କ ଦ୍ଵାରା ମନୋନୀତ ହେବାପରେ ଗତ ଜୁନ ମାସରୁ ଏହି ପଦବି ଖାଲି ପଡିଥିଲା। ପରେ ଶ୍ରୀ ଦ୍ବିବେଦୀଙ୍କୁ ଉକ୍ତ ପଦବିରେ ବିଭାଗ ପକ୍ଷରୁ ମନୋନୀତ କରାଯାଇଛି।ଶିକ୍ଷକତାରୁ ଅବସରପରେ ଶ୍ରୀ ଦ୍ବିବେଦୀ ଦେବଗଡ ଏକଲବ୍ୟ ବିଦ୍ୟାଳୟରେ ଅତିଥି ଶିକ୍ଷକ ଓ ଜିଲ୍ଲା ନ୍ୟାୟାଳୟରେ ଆଇନଜୀବୀ ଭାବେ କାର୍ଯ୍ୟ କରୁଥିଲେ।




