ନାଗା ସମ୍ପ୍ରଦାୟର ୬ ମୃତଦେହ ଉଦ୍ଧାର: ପୁଣି ମଣିପୁର ଅଶାନ୍ତ

ଇମ୍ଫାଲ: ମଣିପୁରରେ ନାଗା ସମ୍ପ୍ରଦାୟର ୬ ଜଣଙ୍କ ମୃତଦେହ ଉଦ୍ଧାର ପରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇପଡ଼ିଛି। ଏହି ଘଟଣାର ପ୍ରତିବାଦରେ ନାଗା ସମ୍ପ୍ରଦାୟ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି। କେତେକ ସ୍ଥାନରେ ଉତ୍ତ୍ୟକ୍ତ ଲୋକ ଜଳାପୋଡ଼ା କରିଛନ୍ତି। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ପୁଲିସ ମୁତୟନ କରାଯାଇଛି। ମଣିପୁର ପୁଲିସ ମହାନିର୍ଦେଶକ ମୁକେଶ ସିଂହ କହିଛନ୍ତି ଗତକାଲି କାଙ୍ଗପୋକପି ଜିଲାରେ ୬ ଜଣ ନିଖୋଜ ବ୍ୟକ୍ତିଙ୍କ ମୃତଦେହ ଠାବ କରାଯାଇଥିଲା। ଉଦ୍ଧାର ପରେ ମୃତଦେହଗୁଡ଼ିକୁ ଶବାଗାରରେ ରଖାଯାଇଛି।ମୃତ ବ୍ୟକ୍ତିମାନେ ମେ ୧୩ ତାରିଖରୁ ନିଖୋଜ ଥିଲେ। କୁକି ସଶସ୍ତ୍ର ଗୋଷ୍ଠୀ ଏମାନଙ୍କୁ ଅପହରଣ କରିଥିଲା ବୋଲି ଅଭିଯୋଗ ରହିଛି। ମଣିପୁର ପାର୍ବତ୍ୟାଞ୍ଚଳ ଜିଲାଗୁଡ଼ିକରେ କୁକି ଓ ନାଗା ସମ୍ପ୍ରଦାୟ ମଧ୍ୟରେ ଉତ୍ତେଜନା ଲାଗିରହିଛି। ମଣିପୁର ମୁଖ୍ୟମନ୍ତ୍ରୀ ଖେମଚାନ୍ଦ ସିଂହ କହିଛନ୍ତି, ହିଂସା ଘଟଣା ନେଇ ସରକାର ନିରବଦ୍ରଷ୍ଟା ସାଜିନାହାନ୍ତି। ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି। ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ନାଗା ସମ୍ପଦ୍ରାୟ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି। ସେମାନେ ନାଗା ସମ୍ପ୍ରଦାୟବହୁଳ ଅଞ୍ଚଳରେ ୨୪ ଘଣ୍ଟିଆ ବନ୍ଦ ଡାକରା ଦେବା ସହ ମଣିପୁର ଉପମୁଖ୍ୟମନ୍ତ୍ରୀ ନେମ୍‌ଚା କିପଜେନ୍‌ଙ୍କ ଇସ୍ତଫା ଦାବି କରିଛନ୍ତି।

  • Related Posts

    ଆଜି ମୋଦୀ ଏବଂ ଟ୍ରମ୍ପଙ୍କ ମଧ୍ୟରେ ଆନୁଷ୍ଠାନିକ ବୈଠକ

    ପ୍ୟାରିସ : ଫ୍ରାନ୍ସର ଏଭିଆନ୍‌ଠାରେ ଚାଲିଥିବା ଜି-୭ ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ସୌଜନ୍ୟମୂଳକ ସାକ୍ଷାତ ହୋଇଛି। ଗତ ୧୬ ମାସ ମଧ୍ୟରେ ଉଭୟ ନେତାଙ୍କ ଏହା ହେଉଛି ପ୍ରଥମ ପ୍ରତ୍ୟକ୍ଷ…

    Continue reading
    ମୋଦୀଙ୍କ ଯୋଜନା: ଖୁବ୍‌ଶୀଘ୍ର ମନ୍ତ୍ରିମଣ୍ଡଳ ଅଦଳବଦଳ !

    ନୂଆଦିଲ୍ଲୀ : କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଅଦଳବଦଳ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଜନା କରୁଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। କିଛିଦିନ ହେବ ବିଜେପି ସାଂଗଠନିକ ସ୍ତରରେ ପରିବର୍ତ୍ତନ ଓ ରାଜ୍ୟସଭା ଆସନ ନିମନ୍ତେ ନାମାଙ୍କନପତ୍ର ଦାଖଲ ଏହି ଚର୍ଚ୍ଚାକୁ ଖୋରାକ୍‌…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ