ନାବାଳିକା ଗଣଦୁଷ୍କର୍ମ ମାମଲାରେ ୪ଗିରଫ

ନାବାଳିକା ଗଣ ଦୁଷ୍କର୍ମ ମାମଲାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୁଲିସ୍‌। ଯାତ୍ରା ଦେଖି ଘରକୁ ଫେରୁଥିବା ବେଳେ ରାସ୍ତାରୁ ଟେକି ନେଇ ନାବାଳିକାଙ୍କୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ୪ ଅଭିଯୁକ୍ତଙ୍କ ଗିରଫ ନେଇ ସୂଚନା ଦେଇଛନ୍ତି କୁଚିଣ୍ଡା ଏସ୍‌ଡିପିଓ ଅମିତାଭ ପଣ୍ଡା।
ଗତ ୩୦ ତାରିଖରେ ନାବାଳିକା ନିଜ ସମ୍ପର୍କୀ ଭାଇଙ୍କ ସହିତ ସମ୍ୱଲପୁର ଜିଲ୍ଲା ରଙ୍ଗବତୀ ବିଲୁଙ୍ଗ ଗାଁରେ ଆୟୋଜିତ ଯାତ୍ରା ଦେଖିବାକୁ ଯାଇଥିଲେ। ସେଠାରେ କିଛି ଯୁବକଙ୍କ ସହିତ ନାବାଳିକାଙ୍କ ଭାଇଙ୍କର କଥା କଟାକଟି ହୋଇଥିଲା। ବୁଝାସୁଝା ପରେ ବିବାଦ ସମାଧାନ ହୋଇଥିଲା। ଯାତ୍ରା ଦେଖିବା ପରେ ରାତିରେ ନାବାଳିକା ତାଙ୍କ ସମ୍ପର୍କୀୟ ଭାଇଙ୍କ ସହିତ ଘରକୁ ଫେରୁଥିଲେ।
ଠିକ୍‌ ସେତିକି ବେଳେ ବିଚ୍‌ ରାସ୍ତାରୁ ନାବାଳିକାଙ୍କୁ ୪ ଅଭିଯୁକ୍ତ ଟେକି ନେଇ ବଳାତ୍କାର କରିଥିବା ଅଭିଯୋଗ ହୋଇଥିଲା। ପୀଡ଼ିତା ଏନେଇ ମହୁଲପାଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୁଲିସ୍‌ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ଭିତରେ ଦୁଇ ଜଣ ସୁନ୍ଦରଗଡ ଜିଲ୍ଲା ଗୁରୁଣ୍ଡିଆ ଥାନା ନୂଆପାଲି ଗାଁର ଅନୀଲ ମିଞ୍ଜ ଓ କୁତ୍ରା ଥାନା କର୍ମାବାହାଲ ଗ୍ରାମ ସରୋଜ ଏକ୍କା ଏବଂ ଅନ୍ୟ ଦୁଇ ଜଣ ମହୁଲପାଲି ଥାନା ବିଲୁଙ୍ଗ ଗାଁର ଜିତେନ୍ଦ୍ର ଭଞ୍ଜ ଓ ଦୁମକୁ ଗାଁର ଗୋବିନ୍ଦ ଏକ୍କା। ଏନେଇ ସୂଚନା ଦେଇଛନ୍ତି କୁଚିଣ୍ଡା ଏସ୍‌ଡିପିଓ ଅମିତାଭ ପଣ୍ଡା।

  • Related Posts

    ପାଣି ଟ୍ୟାଙ୍କରରେ ୫ କ୍ବିଣ୍ଟାଲ ଗଞ୍ଜେଇ

    ବୌଦ୍ଧ: ଫିଲ୍ମ ପୁଷ୍ପା ଷ୍ଟାଇଲରେ ହେଉଥିଲା ଗଞ୍ଜେଇ ଚାଲାଣ । ଚୋରା ଚାଲାଣକାରୀଙ୍କ ବୁଦ୍ଧି ହଜାଇ ଦେଲା ପୋଲିସ। ବୌଦ୍ଧ ଜିଲ୍ଲା କଣ୍ଟାମାଳରୁ ଏକ ପାଣି ଟ୍ୟାଙ୍କରରେ ଗଞ୍ଜେଇ ଭର୍ତ୍ତି ହୋଇ ଚାଲାଣ ହେଉଥିବା ବେଳେ ତାକୁ ଧରିଛି ବୌଦ୍ଧ ପୋଲିସ।…

    Continue reading
    ନିର୍ମାଣାଧୀନ ପୋଲ ତଳକୁ ଖସି ୨ ଯୁବକ ମୃତ

    ନୀଳଗିରି: ଏକ ନିର୍ମାଣାଧୀନ ପୋଲ ତଳକୁ ଖସି ୨ଯୁବକଙ୍କ ଅକାଳ ମୃତ୍ୟୁ ଘଟିଛି। ମୃତକ ଦ୍ବୟ ହେଲେ; ଔପଦା ବ୍ଲକ ଶ୍ୟାମସୁନ୍ଦରପୁର ପଞ୍ଚାୟତ ଅଧୀନ ଖୁମକୁଟ ଗାଁର ରାମଦାସ ସୋରେନଙ୍କ ପୁଅ ଦିଲୀପ(୩୨) ଓ ଶଙ୍କରା ମୁର୍ମୁଙ୍କ ପୁଅ ନରେନ୍ଦ୍ର ଓରଫ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ