
ନିମାପଡ଼ା : ଚାରିଛକ ଥାନା ଅଂଚଳରେ ଏକ ଲଜ୍ୟା ଜନକ ଘଟଣା ଘଟିଛି। ଜଣେ ୧୨ବର୍ଷିଆ ନା ବାଳିକାକୁ ୨ଜଣ ୧୪ ବର୍ଷର ନାବାଳକ ଦୁଷ୍କର୍ମ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତିକରି ପୁଲିସ ପୋସ୍କ ଆକ୍ଟ ଆଇନରେ ଏହି ଦୁଇ ନା ବାଳକକୁ ଅଟକ ରଖି ଏକ ମାମଲା ରୁଜୁ କରିଛି। ପୁଲିସ ଉଭୟଙ୍କୁ ଡାକ୍ତରୀ ମାଇନା କରିବା ସହିତ ଦୁଇ ନାବାଳକଙ୍କୁ ଜୁଭେନାଇଲ କୋର୍ଟକୁ ପଠାଇଥିବା ଜଣାପଡିଛି। ପ୍ରକାଶ ଯେ, ଗ୍ରାମରେ ଥିବା ପୋଖରୀ ତୁଠ ଗାଧୁଆ ଘର କୁ ନାବାଳିକାକୁ ଡାକିନେଇ ୨ ନାବାଳକ ଦୁସ୍କର୍ମ କରିଥିଲେ ।
ନିମାପଡ଼ା ରୁ ବସନ୍ତ ନାୟକ ରିପୋର୍ଟ




