
ଦେବଗଡ଼:ନୂଆବାଲିରୋଇ ସ୍ଥିତ ନୂତନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସଂଯୋଗ କରୁଥିବା ରାସ୍ତା ବର୍ତ୍ତମାନ ବର୍ଷା ପରେ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଛି। ବର୍ତ୍ତମାନ ବର୍ଷା ଦିନ ହୋଇଥିବାବେଳେ ରାସ୍ତାରେ ଖାଲ ଖମାରେ ଭର୍ତ୍ତି ହୋଇଯାଇଥିବାବେଳେ ଉକ୍ତ ରାସ୍ତାରେ ଯିବା ଆସିବା କାଠିକାର ପାଠ ହୋଇପଡିଥିବା ଅଭିଯୋଗ ହୋଇଛି।ଉକ୍ତ ରାସ୍ତା ଖାଲ ଖମାରେ ଭର୍ତ୍ତି ହୋଇଯାଇଥିବାବେଳେ ଅସରାଏ ବର୍ଷା ହେଲେ ବିଭିନ୍ନ ସ୍ଥାନରେ ବର୍ଷା ପାଣି ଜମି ରହୁଅଛି ।ନୁଆଁ ଡାକ୍ତରଖାନାଟି ଜ଼ିଲ୍ଲା ସଦର ମହକୁମାଠାରୁ ଅନତିଦୂରରେ ଥିବାରୁ ଉକ୍ତ ରାସ୍ତା ଦେଇ ପ୍ରତ୍ୟହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆମ୍ବୁଲାନ୍ସ ସହ ବିଭିନ୍ନ ଲୋକମାନେ ଅଟୋ ମାଧ୍ୟମରେ ଯାତାୟତ କରିଥାନ୍ତି ।ଉକ୍ତ ରାସ୍ତା ଶୋଚନୀୟ ହୋଇପଡିଥିବାବେଳେ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ରାସ୍ତାର ମରାମତି ଦିଗରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ଦୃଷ୍ଟି ଦେବା ପାଇଁ ସାଧାରଣରେ ଦାବି ହୋଇଛି।




