ନୌଗାଓଁ ଥାନାରେ ବଡ ବିସ୍ଫୋରଣରେ ୯ମୃତ

ଶ୍ରୀନଗର: ଜମ୍ମୁ ଓ କାଶ୍ମୀରର ଶ୍ରୀନଗର ସ୍ଥିତ ନୌଗାଓଁ ପୁଲିସ ଥାନାରେ ବଡ ବିସ୍ଫୋରଣରେ ୯ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦ଜଣ ଆହତ ହୋଇଛନ୍ତି । ଏହାସହିତ ଅନେକ ଗାଡି ସମ୍ପୂର୍ଣ୍ଣ ଜଳିଯାଇଛି । ବିସ୍ଫୋରଣରେ ପୁଲିସ ଥାନାର କୋଠାର ଏକ ଅଂଶ ମଧ୍ୟ ନଷ୍ଟ ହୋଇଯାଇଛି । ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ସେ ଶରୀରର ବିଭିନ୍ନ ଅଂଶ ଖଣ୍ଡ ଖଣ୍ଡ ହୋଇ ୩୦୦ ଫୁଟ ଦୂର ପର୍ୟ୍ୟନ୍ତ ବିଛାଡି ହୋଇ ପଡିଥିଲା । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ବିସ୍ଫୋରଣରେ ଥାନା ଉଡିଯିବା ସହ ବହୁ ପୁଲିସ ଅଧିକାରୀ ଓ କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ବିସ୍ଫୋରଣର ଶଦ୍ଦ ଦୂର ଦୂରକୁ ପ୍ରତିଧ୍ୱନିତ ହୋଇଥିଲା । ଯାହାକୁ ନେଇ ଲୋକମାନେ ଆଶ୍ଚର୍ୟ୍ୟ ହୋଇଥିଲେ । ଘଟଣା ପରେ ସେଠାରେ ପ୍ରବଳ ଭିଡ ଜମିବାରୁ ପୁଲିସ କର୍ମୀ ଭିଡ଼ ପରିଚାଳନା କରିଥିଲେ । ପୁଲିସ ଓ ଅଗ୍ନିଶମ ବାହିନୀ ନିଆଁକୁ ନିୟନ୍ତ୍ରଣ କରିଥିଲେ । ଲୋକଙ୍କ ସହାୟତାରେ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ମୃତ ଦେହଗୁଡିକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ।
ସୂଚନା ଅନୁସାରେ ବଡ ବଡ ଆତଙ୍କୀ ନେଟୱାର୍କର ପର୍ଦ୍ଦାଫାସ କରି ସାରା ଦେଶରେ ଚର୍ଚ୍ଚାର ପରିସରକୁ ଆସିଥିଲା ନୌଗାଓଁ ପୁଲିସ । ଫରିଦାବାଦରୁ ଜବତ ବିସ୍ଫୋରକ ନୌଗାଓଁ ଥାନାରେ ରଖାଯାଇଥିଲା । ବିସ୍ଫୋରକକୁ ପୁଲିସ ଓ ଫରେନ୍ସିକ ଟିମ୍‌ ଯାଞ୍ଚ କରିଲା ବେଳେ ବିସ୍ଫୋରଣ ଘଟିଥିଲା । ତେବେ ବିସ୍ଫୋରଣ କେମିତି ହେଲା ଓ କେଉଁ ପରିସ୍ଥିତିରେ ଘଟିଲା ତାହାର ତଦନ୍ତ ଚାଲିଛି ।

  • Related Posts

    ବିଜୟଙ୍କ ଘୋଷଣା: ସମସ୍ତ ବିଧାୟକ ପାଇବେ ନୂଆ କାର୍

    ତାମିଲନାଡୁର ପ୍ରତ୍ୟେକ ବିଧାୟକଙ୍କୁ ମିଳିବ କାର୍। ସେଥିରେ ସେମାନେ ନିଜ ନିର୍ବାଚନ ମଣ୍ଡଳୀ ଗସ୍ତ କରି ଲୋକଙ୍କ ସମସ୍ୟାର ସମାଧାନ କରିବାରେ ସହଯୋଗ କରିବେ। ମୁଖ୍ୟମନ୍ତ୍ରୀ ବିଜୟ ଏହି ଘୋଷଣା କରିଛନ୍ତି।ତାମିଲନାଡୁ ବିଧାନସଭାରେ କହିଛନ୍ତି ଯେ ଲୋକଙ୍କ ଆବଶ୍ୟକତାର ବୁଝାସୁଝା କରିବା…

    Continue reading
    ଗିରଫଦାରୀ ଖବର ଛାପିବା ଅପରାଧୀକ ମାନହାନି ନୁହେଁ:କୋର୍ଟ

    ତିରୁଅନନ୍ତପୁରମ : ଜଣେ ବ୍ୟକ୍ତିଙ୍କ ଗିରଫଦାରୀ ଖବର ଛାପିବା ଅପରାଧୀକ ମାନହାନି ନୁହେଁ । ସରକାରୀ ସଂସ୍ଥା କିମ୍ବା ଆଇନ ପାଳନକାରୀ ସଂସ୍ଥାର କାର୍ଯ୍ୟାନୁଷ୍ଠାନ ସଂକ୍ରାନ୍ତ ଖବର ଛାପିବା ଦ୍ୱାରା ଯଦି କୌଣସି ବ୍ୟକ୍ତିଙ୍କ ପ୍ରତିଷ୍ଠାକୁ କ୍ଷତି ପହଞ୍ଚିଥାଏ କିମ୍ବା ତାଙ୍କୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ