ପଖାଳକୁ ବିଶ୍ୱସ୍ତରରେ ପହଞ୍ଚାଇବା ପାଇଁ ସରକାରଙ୍କ ଏହା ଏକ ପ୍ରୟାସ ଥିଲା:ପ୍ରଭାତୀ ପରିଡ଼ା

ଭୁବନେଶ୍ୱର : ଚର୍ଚ୍ଚାରେ ପଖାଳ ବିଲ୍। ସାଧାରଣ ପଖାଳ ଖିଆରେ ଦେଢ଼ରୁ ଦୁଇ କୋଟି ଖର୍ଚ୍ଚ । ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଯାହାକୁ ପ୍ରସଙ୍ଗ କରି ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ବିରୋଧୀ । ଚଳିତ ବର୍ଷ ମାର୍ଚ୍ଚ ୨୦ ପଖାଳ ଦିବସ ପାଳନରେ ଏହି ଖର୍ଚ୍ଚ ହୋଇଛି। ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) ପକ୍ଷରୁ ଓଡ଼ିଶା ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକଙ୍କୁ ଦିଆଯାଇଥିବା ପଖାଳ ଦିବସ ପାଳନର ବିଲ୍ରେ ଏହା ଉଲ୍ଲେଖ ରହିଛି । ଯାହା ସୋସିଆଲ୍ ମିଡିଆରେ ଟ୍ରୋଲ୍ ହେଉଛି । ଘଟଣାକୁ ନେଇ ସାଧାରଣରେ ନାନା ପ୍ରଶ୍ନ ଉଠିଛି ।

ଏ ବିଷୟରେ ଓଟିଡିସି କର୍ତ୍ତୃପକ୍ଷ ଏବଂ ଓଡ଼ିଶା ପର୍ଯ୍ୟଟନ ବିଭାଗ ଚୁପ୍ ରହିଥିବା ବେଳେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା । ସେ କହିଛନ୍ତି, ପଖାଳକୁ ବିଶ୍ୱସ୍ତରରେ ତଥା ଓଡ଼ିଆ ଖାଦ୍ୟକୁ ଫାଇଭ୍ ଷ୍ଟାର୍ ହୋଟେଲ୍ରେ ପହଞ୍ଚାଇବା ପାଇଁ ସରକାରଙ୍କ ଏହା ଏକ ପ୍ରୟାସ ଥିଲା। ଗିନିଜ୍ ବୁକ୍ ରେକର୍ଡରେ ସାମିଲ କରିବା ପାଇଁ ଏଭଳି ଢଙ୍ଗରେ ପଖାଳ ଉତ୍ସବ ବା ପଖାଳ ପର୍ବର ପ୍ରସ୍ତୁତି ସହ ଆୟୋଜନ ହୋଇଥିଲା। ଏହା ଠିକ୍ କଥା ଯେ, ପଖାଳକୁ ଗରିବର ଖାଦ୍ୟ ବୋଲି ଧରାଯାଏ । କିନ୍ତୁ ଯେତେବେଳେ ଏହାକୁ ବିଶ୍ୱରେ ପ୍ରଦର୍ଶିତ କରାଯିବ, ୧୦ଟି ଦେଶରେ ଦେଖାଯିବ, ଯଦି ଆମେ ବ୍ୟାପକ ବ୍ୟବସ୍ଥା କରିବାନି, କ’ଣ ସେଠି ପୁଣି ଗରିବ ହୋଇ ଫେରି ଆସିବା । ଆମେ ଚାହୁଁ ଆମର ସବୁ ବ୍ୟଞ୍ଜନ ଫାଇଭ୍ ଷ୍ଟାର୍ ହୋଟେଲ୍ରେ ପହଞ୍ଚିବା ସହ ଗରିବ ଓଡ଼ିଆର ଖାଦ୍ୟକୁ ବି ଜଣେ ସିନେ ତାରକା ଖାଇବା ଦରକାର।

  • Related Posts

    ପ୍ରଶ୍ନପତ୍ର ଲିକ୍ ଘଟଣା: ଏମ୍‌କେସିଜିରେ ପହଞ୍ଚିଲା ସ୍ୱାସ୍ଥ୍ୟ ବିଭାଗର ଉଚ୍ଚସ୍ତରୀୟ ଟିମ୍

    ଏମ୍‌କେସିଜି ମେଡିକାଲ କଲେଜରେ ମେଡିକାଲ ପିଜି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲା । ଘଟଣାର ତଦନ୍ତ କରିବା ପାଇଁ ଆଜି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଏକ ୩ ଜଣିଆ ସ୍ୱତନ୍ତ୍ର ଟିମ୍ ଏମ୍‌କେସିଜି ମେଡିକାଲ କଲେଜରେ ପହଞ୍ଚିଛନ୍ତି…

    Continue reading
    ପ୍ରଥମ ଶ୍ରେଣୀ ସାହିତ୍ୟ ବହିରେ ଗୁରୁତର ତ୍ରୁଟି

    ଭୁବନେଶ୍ବର,: ପ୍ରଥମ ଶ୍ରେଣୀ ସାହିତ୍ୟ ବହିରେ ଗୁରୁତର ତ୍ରୁଟି । ଝୁଲଣା-୧ବହିରେ ‘ଅ’ ବଦଳରେ ‘ଚ’ରୁ ଆରମ୍ଭ ହୋଇଛି ବର୍ଣ୍ଣମାଳା । ସେହିପରି ‘ବନ୍ଦେ ଉତ୍କଳ ଜନନୀ’ରେ ବି ଭୁଲ୍ । ଜାତୀୟ ସଙ୍ଗୀତରେ ବି ଗୁରୁତର ତ୍ରୁଟି ଦେଖାଦେଇଛି ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ