ପରମାଣୁ ଆକ୍ରମଣ କୁ ସହ୍ୟ କରିପାରିବ ଚୀନର ଭାସମାନ ଦ୍ବୀପ

ବେଜିଂ,୨୩/୧୧/୨୦୨୫:ଚୀନ ଇତିମଧ୍ୟରେ ବିଶ୍ବର ପ୍ରଥମ ଏଆଇ ଭାସମାନ ଦ୍ବୀପ ନିର୍ମାଣ କରୁଥିବା ଜଣାପଡିଛି। ୭୮ ହଜାର ଟନ୍‌ ଓଜନ ବିଶିଷ୍ଟ ଏହି ଭାସମାନ ଦ୍ବୀପ ଯେକୌଣସି ପରମାଣୁ ଆକ୍ରମଣକୁ ସହ୍ୟ କରିପାରିବ। ଏହି ଦ୍ବୀପରେ ସର୍ବାଧିକ ୨୩୮ ଜଣ ବ୍ୟକ୍ତି ଚାରିମାସ ପର୍ଯ୍ୟନ୍ତ ସୁବିଧାରେ କାଳାତିପାତ କରିପାରି‌େବ। ୨୦୨୮ ସୁଦ୍ଧା ନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି ସମୟସୀମା ଧାର୍ଯ୍ୟ କରାଯାଇଛି। ସମୁଦ୍ରରେ ଉଠୁଥିବା ୭ ମିଟର ଉଚ୍ଚର ଢେଉ ଏବଂ କ୍ୟାଟେଗୋରୀ-୧୭ ଟାଇଫୁନ୍‌ ମଧ୍ୟ ଏହି ଭାସମାନ ଦ୍ବୀପର କୌଣସି କ୍ଷତି କରିପାରିବନି ବୋଲି କୁହାଯାଇଛି। ଏହି ଭାସମାନ ଦ୍ବୀପଟି ଆବଶ୍ୟକ ପଡିଲେ ସମୁଦ୍ର ଭିତରେ ଅଧା ବୁଡି ପାରିବ। ଏହି ଦ୍ବୀପର ଉପର ଅଂଶରେ ନାଭିଗେସନ ଓ କମ୍ୟୁନିକେସନ କଣ୍ଟ୍ରୋଲ ସିଷ୍ଟମ ରହିଛି। ଏହି ଭାସମାନ ଦ୍ବିପର ଦୈର୍ଘ୍ୟ ଓ ପ୍ରସ୍ଥ ଯଥାକ୍ରମେ ୧୩୮ ଓ ୮୫ ମିଟର। ସମୁଦ୍ର ଜଳସ୍ତରଠାରୁ ଏହା ୪୫ ମିଟର ଉପରେ ଭାସମାନ ଅବସ୍ଥାରେ ରହିବ ବୋଲି ଏହି ପ୍ରକଳ୍ପର ମୁଖ୍ୟ ଲିନ୍‌ ଝୋଙ୍ଗକ୍ବିନ କହିଛନ୍ତି।

  • Related Posts

    ଜିମ୍‌ ନ ଯାଇ ରୁହନ୍ତୁ ଫିଟ୍‌

    ଦିନକୁ ଦିନ ମଣିଷର ଜୀବନଶୈଳୀ ପରିବର୍ତ୍ତନ ହେବାରେ ଲାଗିଛି । ମଣିଷ ଆଜିକାଲି ଫିଟ ରହିବା ଉପରେ ଅଧିକ ଗୁରୁତ୍ୱ ଦେଉଛି । ଏଥିପାଇଁ ଜିମ ଅଧିକ ଲୋକଙ୍କ ପସନ୍ଦ ପାଲଟିଛି । ଆପଣ ଦେଖୁଥିବା ସକାଳ ହେଲେ ପାର୍କରେ ଓପନ…

    Continue reading
    ସ୍ୱାସ୍ଥ୍ୟ ପାଇଁ ଉପକାରୀ କଖାରୁ ମଞ୍ଜି,ଜାଣନ୍ତୁ

    ଦୈନନ୍ଦିନ ଜୀବନରେ ଆମେ ଖାଦ୍ୟରେ ଅନେକ ପନିପରିବା ଖାଇଥାଉ । ତନ୍ମଧ୍ୟରୁ କେଉଁ ପରିବା ସ୍ୱାସ୍ଥ୍ୟ ପାଇଁ କେତେ ଜରୁରୀ ତାହା ଜାଣିବା ନିହାତି ଆବଶ୍ୟକ । କଖାରୁ ଏକ ପୁଷ୍ଟିକର ପନିପରିବା, ଯାହା ସ୍ୱାସ୍ଥ୍ୟ ପାଇଁ ଅନେକ ଲାଭ ହୋଇଥାଏ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ