ବେଜିଂ,୨୩/୧୧/୨୦୨୫:ଚୀନ ଇତିମଧ୍ୟରେ ବିଶ୍ବର ପ୍ରଥମ ଏଆଇ ଭାସମାନ ଦ୍ବୀପ ନିର୍ମାଣ କରୁଥିବା ଜଣାପଡିଛି। ୭୮ ହଜାର ଟନ୍ ଓଜନ ବିଶିଷ୍ଟ ଏହି ଭାସମାନ ଦ୍ବୀପ ଯେକୌଣସି ପରମାଣୁ ଆକ୍ରମଣକୁ ସହ୍ୟ କରିପାରିବ। ଏହି ଦ୍ବୀପରେ ସର୍ବାଧିକ ୨୩୮ ଜଣ ବ୍ୟକ୍ତି ଚାରିମାସ ପର୍ଯ୍ୟନ୍ତ ସୁବିଧାରେ କାଳାତିପାତ କରିପାରିେବ। ୨୦୨୮ ସୁଦ୍ଧା ନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି ସମୟସୀମା ଧାର୍ଯ୍ୟ କରାଯାଇଛି। ସମୁଦ୍ରରେ ଉଠୁଥିବା ୭ ମିଟର ଉଚ୍ଚର ଢେଉ ଏବଂ କ୍ୟାଟେଗୋରୀ-୧୭ ଟାଇଫୁନ୍ ମଧ୍ୟ ଏହି ଭାସମାନ ଦ୍ବୀପର କୌଣସି କ୍ଷତି କରିପାରିବନି ବୋଲି କୁହାଯାଇଛି। ଏହି ଭାସମାନ ଦ୍ବୀପଟି ଆବଶ୍ୟକ ପଡିଲେ ସମୁଦ୍ର ଭିତରେ ଅଧା ବୁଡି ପାରିବ। ଏହି ଦ୍ବୀପର ଉପର ଅଂଶରେ ନାଭିଗେସନ ଓ କମ୍ୟୁନିକେସନ କଣ୍ଟ୍ରୋଲ ସିଷ୍ଟମ ରହିଛି। ଏହି ଭାସମାନ ଦ୍ବିପର ଦୈର୍ଘ୍ୟ ଓ ପ୍ରସ୍ଥ ଯଥାକ୍ରମେ ୧୩୮ ଓ ୮୫ ମିଟର। ସମୁଦ୍ର ଜଳସ୍ତରଠାରୁ ଏହା ୪୫ ମିଟର ଉପରେ ଭାସମାନ ଅବସ୍ଥାରେ ରହିବ ବୋଲି ଏହି ପ୍ରକଳ୍ପର ମୁଖ୍ୟ ଲିନ୍ ଝୋଙ୍ଗକ୍ବିନ କହିଛନ୍ତି।
ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି
ଖୁବଶୀଘ୍ର ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ଘରକୁ ଆସିବେ କୁନି ଅତିଥି । ମାଆ ହେବେ ଜାଗୃତି ଶୁକ୍ଲା । ବିବାହର ବର୍ଷେ ପରେ ଏହି ଦମ୍ପତି ଖୁସି ଖବର ଦେଇଛନ୍ତି । ନବରାତ୍ରୀର ପ୍ରଥମ ଦିନରେ ଏହି ଗୁଡ୍ ନ୍ୟୁଜ୍…






