ପର୍ଥ,୨୪।୧୧: ଅଷ୍ଟ୍ରେଲିଆରେ ଚମକିଲେ ବିରାଟ କୋହଲି। ପର୍ଥ ଟେଷ୍ଟର ଦ୍ୱିତୀୟ ଇନିଂସରେ କୋହଲି ଶତକ ମାରିବାରେ ସଫଳ ହୋଇଛନ୍ତି। ଦୀର୍ଘ ଦିନରୁ ଖରାପ ଫର୍ମ ଦେଇ ଗତି କରୁଥିବା ଏହି ଖେଳାଳି ବଡ଼ ଇନିଂସ ଖେଳି ଆଲୋଚକଙ୍କ ମୁହଁ ବନ୍ଦ କରିଦେଇଛନ୍ତି। ଏହା ବିରାଟଙ୍କ ଟେଷ୍ଟ କ୍ୟାରିୟରର ୩୦ ତମ ଶତକ। ୪୯୧ ଦିନ ପରେ ସେ ଟେଷ୍ଟ ଫର୍ମାଟରେ ଶତକ ମାରିଛନ୍ତି। ଏହା ପୂର୍ବରୁ ସେ ୨୦୨୩ ଜୁଲାଇ ୨୦ରେ ପୋର୍ଟ ଅଫ୍ ସ୍ପେନ୍ରେ ଶତକ ମାରିଥିଲେ।
ଖେଳର ତୃତୀୟ ଦିନରେ ମଇଦାନକୁ ଓହ୍ଲାଇଥିବା କୋହଲି ଦ୍ରୁତ ବୋଲରମାନଙ୍କୁ ସାବଧାନତାର ସହ ଖେଳିଥିଲେ। ଏହାପରେ ସେ ଦୁଇ ଥର ଆଉଟ୍ ହେବାରୁ ରକ୍ଷା ପାଇଥିଲେ। ଭାଗ୍ୟ ସାଥ୍ ଦେବା ପରେ ସେ ଜବରଦସ୍ତ କ୍ରିକେଟ ପ୍ରଦର୍ଶନ କରିଥିଲେ। ୯୪ ବଲ୍ରେ ସେ ଅର୍ଦ୍ଧଶତକ ପୂରଣ କରିବା ପରେ ବିସ୍ଫୋରକ ବ୍ୟାଟିଂ କରି ଶତକ ମାରିଥିଲେ।
କୋହଲି ପର୍ଥ ଟେଷ୍ଟରେ ଶତକ ମାରିବା ପରେ ତେନ୍ଦୁଲକରଙ୍କୁ ପଛରେ ପକାଇଛନ୍ତି। ସେ ବର୍ଡର-ଗାଭାସ୍କର ଟ୍ରଫିରେ ସବୁଠାରୁ କମ୍ ଇନିଂସରେ ୯ ଶତକ ଲଗାଇଥିବା ଖେଳାଳି ପାଲଟିଛନ୍ତି। ସଚିତ ୬୫ ଇନିଂସରେ ୯ ଶତକ ମାରିଥିଲେ। ଏହାଛଡ଼ା କୋହଲି ଅଷ୍ଟ୍ରେଲିଆରେ ସବୁଠାରୁ ଅଧିକ ୭ ଟେଷ୍ଟ ଶତକ ମାରି ସଚିନଙ୍କୁ ମଧ୍ୟ ପଛରେ ପକାଇଛନ୍ତି। ତେନ୍ଦୁଲକର ୬ ଶତକ ମାରିଥିବା ବେଳେ ସୁନୀଲ ଗାଭାସ୍କର ୫ ଥର ଶତକ ମାରିଥିଲେ।
ରାଜ୍ୟଗୋଷ୍ଠୀ କ୍ରୀଡ଼ା: ଭାରତକୁ ପ୍ରଥମ ସ୍ବର୍ଣ୍ଣପଦକ ଜିତାଇଛନ୍ତି ମୀରାବାଈ ଚାନୁ
ଗ୍ଲାସ୍ଗୋ : ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ପ୍ରଥମ ସ୍ବର୍ଣ୍ଣପଦକ ଜିତାଇଛନ୍ତି ମୀରାବାଈ ଚାନୁ। ରବିବାର ମହିଳା ୪୮ କିଗ୍ରା ଭାରୋତ୍ତୋଳନ ବର୍ଗରେ ପ୍ରଥମ ସ୍ଥାନରେ ରହି ମୀରାବାଈ ସ୍ବର୍ଣ୍ଣପଦକ ଜିତି ପାରିଛନ୍ତି। ମଣିପୁରର ୩୨ ବର୍ଷ ବୟସ୍କା ମୀରାବାଈ ମୋଟ…




