ପଶ୍ଚିମବଙ୍ଗ: ଏବେ ସବୁ ମଦ୍ରାସାରେ ‘ବନ୍ଦେ ମାତରମ୍’ ବାଧ୍ୟତାମୂଳକ

କୋଲକାତା: ପଶ୍ଚିମବଙ୍ଗର ନବନିର୍ବାଚିତ ବିଜେପି ସରକାର ରାଜ୍ୟରେ ଏକ ବଡ଼ ଏବଂ ଐତିହାସିକ ନିଷ୍ପତ୍ତି ନେଇଛନ୍ତି । ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ନେତୃତ୍ୱାଧୀନ ସରକାର ରାଜ୍ୟର ସମସ୍ତ ମଦ୍ରାସାରେ ଦୈନିକ ପ୍ରାର୍ଥନା ସଭା ସମୟରେ ଜାତୀୟ ଗୀତ ‘ବନ୍ଦେ ମାତରମ୍’ ଗାନ କରିବାକୁ ବାଧ୍ୟତାମୂଳକ କରିଛନ୍ତି । ସରକାରଙ୍କ ପକ୍ଷରୁ ଏନେଇ ଏକ ସରକାରୀ ନିର୍ଦ୍ଦେଶନାମା ମଧ୍ୟ ଜାରି କରାଯାଇଛି । ପୂର୍ବରୁ ଏହି ନିୟମ କେବଳ ସାଧାରଣ ସରକାରୀ ଏବଂ ସରକାରୀ ସହାୟତା ପ୍ରାପ୍ତ ବିଦ୍ୟାଳୟଗୁଡ଼ିକରେ ଲାଗୁ ଥିବାବେଳେ, ଏବେ ଏହାକୁ ମଦ୍ରାସା ଗୁଡ଼ିକ ପାଇଁ ମଧ୍ୟ ଲାଗୁ କରାଯାଇଛି । ରାଜ୍ୟର ସଂଖ୍ୟାଲଘୁ ବ୍ୟାପାର ଏବଂ ମଦ୍ରାସା ଶିକ୍ଷା ମନ୍ତ୍ରୀ ଖୁଦିରାମ ଟୁଡୁ ଏହି ନିଷ୍ପତ୍ତିକୁ ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି ଯେ, ରାଜ୍ୟର ଅନ୍ୟ ସରକାରୀ ସ୍କୁଲ ଭଳି ଏବେ ସମସ୍ତ ସ୍ୱୀକୃତିପ୍ରାପ୍ତ ମଦ୍ରାସାରେ ମଧ୍ୟ ସକାଳ ପ୍ରାର୍ଥନା ସମୟରେ ‘ବନ୍ଦେ ମାତରମ୍’ ଗାନ କରାଯିବ ।
ଏହି ନିଷ୍ପତ୍ତି ପଛର କାରଣ ଦର୍ଶାଇ ମନ୍ତ୍ରୀ ଖୁଦିରାମ ଟୁଡୁ କହିଛନ୍ତି ଯେ, ପଶ୍ଚିମବଙ୍ଗରେ ଏମିତି ଅନେକ ସରକାରୀ ବିଦ୍ୟାଳୟ ଅଛି ଯେଉଁଠାରେ ସାନ୍ତାଳୀ ଭାଷାରେ ପାଠପଢ଼ା ହୁଏ । ଯଦି ସେହି ସବୁ ସ୍କୁଲରେ ‘ବନ୍ଦେ ମାତରମ୍’ ଗାନ କରିବା ବାଧ୍ୟତାମୂଳକ ହୋଇପାରୁଛି, ତେବେ ରାଜ୍ୟର ସ୍ୱୀକୃତିପ୍ରାପ୍ତ ମଦ୍ରାସାଗୁଡ଼ିକରେ ଏହାକୁ କାହିଁକି ଲାଗୁ କରାଯାଇପାରିବ ନାହିଁ ? ଏହି ଚିନ୍ତାଧାରାକୁ ଆଧାର କରି ପଶ୍ଚିମବଙ୍ଗ ମଦ୍ରାସା ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଏକ ଅଧିକାରିକ ଆଦେଶ ଜାରି କରାଯାଇଛି, ଯାହାଦ୍ୱାରା ସମସ୍ତ ସହାୟତା ପ୍ରାପ୍ତ ମଦ୍ରାସାରେ ‘ବନ୍ଦେ ମାତରମ୍’ ଗାଇବାକୁ ବାଧ୍ୟତାମୂଳକ କରାଯାଇଛି ।

ମଦ୍ରାସା ଶିକ୍ଷା ନିର୍ଦ୍ଦେଶକଙ୍କ ସୂତ୍ରରୁ ଜାରି ହୋଇଥିବା ଏହି ନିର୍ଦ୍ଦେଶନାମାରେ କୁହାଯାଇଛି ଯେ ପୂର୍ବରୁ ଜାରି ହୋଇଥିବା ସମସ୍ତ ପୁରୁଣା ଆଦେଶ ଓ ପ୍ରଥାକୁ ରଦ୍ଦ କରାଯାଉଛି । ପଶ୍ଚିମବଙ୍ଗର ସଂଖ୍ୟାଲଘୁ ବ୍ୟାପାର ଏବଂ ମଦ୍ରାସା ଶିକ୍ଷା ବିଭାଗ ଅଧୀନରେ ଆସୁଥିବା ସମସ୍ତ ସରକାରୀ ମଡେଲ ମଦ୍ରାସା, ସ୍ୱୀକୃତିପ୍ରାପ୍ତ ସରକାରୀ ସହାୟତା ପ୍ରାପ୍ତ ମଦ୍ରାସା, ଅନୁମୋଦିତ MSK (ମଦ୍ରାସା ଶିକ୍ଷା କେନ୍ଦ୍ର), ଅନୁମୋଦିତ SSK (ଶିଶୁ ଶିକ୍ଷା କେନ୍ଦ୍ର) ଏବଂ ସମସ୍ତ ସ୍ୱୀକୃତିପ୍ରାପ୍ତ ବେସରକାରୀ (ଅଣ-ସହାୟତା ପ୍ରାପ୍ତ) ମଦ୍ରାସାରେ ଏହି ନିୟମ ଲାଗୁ ହେବ । ଦୈନିକ କ୍ଲାସ୍ ବା ପାଠପଢ଼ା ଆରମ୍ଭ ହେବା ପୂର୍ବରୁ ହେଉଥିବା ସକାଳ ପ୍ରାର୍ଥନା ସଭାରେ ସମସ୍ତଙ୍କୁ ‘ବନ୍ଦେ ମାତରମ୍’ ଗାନ କରିବାକୁ ହେବ ଏବଂ ଏହି ନିର୍ଦ୍ଦେଶ ତତ୍କାଳ ପ୍ରଭାବରୁ ସାରା ରାଜ୍ୟରେ କାର୍ଯ୍ୟକାରୀ କରାଯାଇଛି ।

Related Posts

କେରଳମ୍ ଛୁଇଁଲା ମୌସୁମୀ ବାୟୁ

କେରଳମ୍ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଦିଆଯାଇଛି ଏହି ସୂଚନା। ସାଧାରଣତଃ ଜୁନ୍ ୧ ତାରିଖରେ ମୌସୁମୀ ବାୟୁ କେରଳମ୍ ଛୁଇଁଥାଏ। ଚଳିତ ବର୍ଷ ମେ’ ୨୬ ତାରିଖରେ ମୌସୁମୀ ବାୟୁ କେରଳମ୍ ଛୁଇଁବ ବୋଲି…

Continue reading
ଦିଲ୍ଲୀ ହୋଟେଲ ନିଆଁରେ ୨୧ ମୃତ

ଦକ୍ଷିଣ ଦିଲ୍ଲୀର ମାଲବୀୟ ନଗରର ଗୋଟିଏ ହୋଟେଲରେ ଘଟିଥିବା ଭୟଙ୍କ ଅଗ୍ନିକାଣ୍ଡ ୨୧ ଜଣଙ୍କ ଜୀବନ ନେଇଛି। ସେହିପରି ୪୦ ଜଣଙ୍କୁ ଉଦ୍ଧାର କରାଯାଇଛି। ଅଗ୍ନିକାଣ୍ଡରେ ଆହତ ହୋଇଥିବା ୮ ଜଣ ଏବେ ଭେଣ୍ଟିଲେଟରରେ ଚିକିତ୍ସିତ ହେଉଛନ୍ତି। ମୃତାହତଙ୍କ ମଧ୍ୟରେ ରହିଛନ୍ତି…

Continue reading

Leave a Reply

Your email address will not be published. Required fields are marked *

You Missed

ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ