ପଶ୍ଚିମବଙ୍ଗରେ ବିଜେପି ସରକାର: ଆଳୁ ସମସ୍ୟାରେ ପୂର୍ଣ୍ଣଚ୍ଛେଦ !

ଭୁବନେଶ୍ୱର: ପଶ୍ଚିମବଙ୍ଗରେ ଜାରି ରହିଛି ଭୋଟ ଗଣତି । ଏଥର ପଶ୍ଚିମବଙ୍ଗରେ ସରକାର ଗଠନ କରିବାକୁ ଯାଉଛି ଭାରତୀୟ ଜନତା ପାର୍ଟି । ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ମନ୍ତ୍ରୀ କହିଛନ୍ତି, ‘ଆଳୁ ହେଉ ବା ବିଭିନ୍ନ ପ୍ରସଙ୍ଗ ହେଉ ମମତା ଓଡ଼ିଶାବାସୀଙ୍କ ପ୍ରତି ନକାରାତ୍ମକ ମନୋଭାବର ପୂର୍ଣ୍ଣଚ୍ଛେଦ ପଡିଛି । ’

ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, ‘ପଶ୍ଚିମବଙ୍ଗରେ ବିଜେପିର ଏହି ବାଜିମାତ ପଛରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ଓ ଦୀର୍ଘ ୧୫ବର୍ଷ ଧରି ପଶ୍ଚିମ ବଙ୍ଗରେ ଚାଲିଥିବା ଅନ୍ୟାୟ ଓ ଅତ୍ୟାଚାରରେ ସାଧାରଣ ଲୋକଙ୍କ ବିତସ୍ପୃହତା ହିଁ ପ୍ରମୁଖ କାରଣ । ଐତିହାସିକ କାଳରୁ ଅଙ୍ଗ ବଙ୍ଗ କଳିଙ୍ଗ ଏହି ତିନୋଟି ରାଜ୍ୟ ସାଂସ୍କୃତିକ କ୍ଷେତ୍ରରେ ଅଙ୍ଗାଅଙ୍ଗୀ ଭାବେ ଜଡ଼ିତ । ତେବେ ଓଡିଶା ବା କଳିଙ୍ଗ, ତା’ପରେ ଅଙ୍ଗ ବା ବିହାର ଆଉ ଏବେ ବଙ୍ଗ ବା ପଶ୍ଚିମବଙ୍ଗରେ ବିଜେପିର ବାଜିମାତ୍ । ନିଶ୍ଚିତ ଭାବେ ରାଷ୍ଟ୍ରବାଦୀ ବିଚାରାଧାରାର ବିଜୟ ଘଟିଛି ।’

ସେ ଆହୁରି କହିଛନ୍ତି, ‘ରାଷ୍ଟ୍ରର ରକ୍ଷା ପାଇଁ ଭୋଟ ଦେଇଛନ୍ତି । ଏହା ରାଷ୍ଟ୍ର ପାଇଁ ଶୁଭଙ୍କର । ଗତ ୧୫ବର୍ଷ ଧରି ପଶ୍ଚିମବଙ୍ଗରେ ଦେଶ ବାହାରର ଅଣହିନ୍ଦୁତ୍ୱବାଦୀ ମାନେ ପଶି କାୟା ମେଲାଇ ଚାଲିଥିଲେ । ଆଉ ମମତା ଦିଦି ତାଙ୍କ ପାଇଁ ବାଟ ଖୋଲି ଦେଇଥିଲେ । ଗଳି ପଶି ହୋଇ ଆମ ଦେଶରେ ନିଜର ସଂଖ୍ୟା ବଢ଼ାଇ ଚାଲିଥିଲେ । ତାହା ରାଷ୍ଟ୍ର ସୁରକ୍ଷା ନେଇ ଚିନ୍ତାଜନକ ଥିଲା । ଆଉ ଏହା ଚାଲିବ ନାହିଁ । ଓଡିଶାରେ ମଧ୍ୟ ଏସଆଇଆର ମାଧ୍ୟମରେ ବିଦେଶୀ ବାଂଲାଦେଶୀଙ୍କୁ ହଟାଯିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ।’
ମନ୍ତ୍ରୀ ଆହୁରି କହିଛନ୍ତି, ‘ବିଗତ ଦିନରେ ଆଳୁ ହେଉ ବା ବିଭିନ୍ନ ପ୍ରସଙ୍ଗ ହେଉ ମମତା ଓଡିଶାବାସୀଙ୍କ ପ୍ରତି ନକରାତ୍ମକ ମନୋଭାବର ପୂର୍ଣ୍ଣଚ୍ଛେଦ ପଡିଛି । ଯାହାକି ଲୋକ ମାନଙ୍କୁ ବିତସ୍ପୃହ କରିଥିଲା । ଯାହାହେଉ ପଶ୍ଚିମବଙ୍ଗ ରାଜ୍ୟବାସୀ ଏକ ଯୁଗାନ୍ତକାରୀ ନିର୍ଣ୍ଣୟ ନେଇଥିବାରୁ ସେମାନଙ୍କୁ ଅନେକ ଅନେକ ଧନ୍ୟବାଦ ଦେଇଛନ୍ତି ।’

  • Related Posts

    ୨୪ ଘଣ୍ଟାରେ ଦୁଇ ଥର ରାଜ୍ୟପାଳଙ୍କୁ ଭେଟିଲେଣି ବିଜୟ

    ରୋଚକ ମୋଡରେ ତାମିଲନାଡୁ ରାଜନୀତି। ସଂଖ୍ୟା ଖେଳକୁ ନେଇ ବଢୁଛି ସସପେନ୍ସ। ଆଜି ‘ବିଜୟ’ଙ୍କ ଶପଥ ସମାରୋହ ନହେବା ସମ୍ଭାବନା। ରାଜ୍ୟପାଳ ରାଜେନ୍ଦ୍ର ଆର୍ଲେକରଙ୍କୁ ଭେଟିଛନ୍ତି ବିଜୟ। ଲୋକଭବନରେ ପହଞ୍ଚିଛନ୍ତି ଟିଭିକେ ମୁଖ୍ୟ ବିଜୟ। ୨୪ ଘଣ୍ଟା ମଧ୍ୟରେ ରାଜ୍ୟପାଳଙ୍କ ସହ…

    Continue reading
    ବେଙ୍ଗଲ ନିର୍ବାଚନ: ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ଲୋଡ଼ିଲେ ଅଖିଲେଶ

    ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ନିର୍ବାଚନ ପ୍ରକ୍ରିୟା ଓ ଗଣତିର ସ୍ୱଚ୍ଛତା ଉପରେ ପ୍ରଶ୍ନ ଉଠାଇଛନ୍ତି ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଲେଶ ଯାଦବ। ସୁପ୍ରିମକୋର୍ଟ ତୁରନ୍ତ ନିଜ ଆଡ଼କୁ ବେଙ୍ଗଲ ନିର୍ବାଚନ ପ୍ରକ୍ରିୟାର ବିଚାର କରନ୍ତୁ ଓ ଭୋଟ ଗଣତି କେନ୍ଦ୍ରର ଭିଡିଓ ରେକର୍ଡିଂ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ