ପାଉଁଶରେ ପୋତି ହୋଇଗଲା ଚାଷ ଜମି, ଚିନ୍ତାରେ ଚାଷୀ

ଦେବଗଡ଼:ଦେବଗଡ ଜିଲ୍ଲାର ବାରକୋଟ ବ୍ଲକର ନିକ୍ତିମାଳ ଗ୍ରାମରେ ଥିବା ଇଟା ଭାଟିରେ ବ୍ୟବହୃତ ଆସ(ପାଉଁଶ)କିଛି ଚାଷୀଙ୍କ ଚାଷ ଜମିରେ ପୋତି ହୋଇଯାଇଛି। ଯାହା ଫଳରେ ଚାଷୀମାନେ ଚାଷ କାର୍ଯ୍ୟ କରିବା ପାଇଁ ନାର୍ହି ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏନେଇ ଚାଷୀମାନେ ବାରକୋଟ ତହସିଲଦାରଙ୍କୁ ଲିଖିତ ଭାବେ ଅଭିଯୋଗ କରିବା ପରେ ଏନେଇ କୌଣସି କାର୍ଯ୍ୟାନୁଷ୍ଟାନ ଗ୍ରହଣ କରାଇନଥିବାରୁ ସେମାନଙ୍କ ମଧ୍ୟରେ ଅସନ୍ତୋ‌ଷ ପ୍ରକାଶ ପାଇଛି।ସୂଚନା ଅନୁଯାୟୀ ,ବାରକୋଟ ବ୍ଲକ କଲା ଗ୍ରାମର ବିଦ୍ୟାଧର ସାହୁ, ନେତ୍ରାନନ୍ଦ ସାହୁ, ପୁର୍ଣଚନ୍ଦ୍ର ସାହୁ ରେକର୍ଡ ଭୁକ୍ତ ଜମି ନିକ୍ତିମାଳ ଗ୍ରାମରେ ରହିଛି। ସେହି ଗ୍ରାମରେ ସେମାନଙ୍କ ଜମି ନିକଟରେ “ନାରାୟଣୀ ଇନଫ୍ରା”ନାମକ ଇଟା ଭାଟି ରହିଛି। ତେବେ ଲଘୁଚାପ ଜନିତ ବର୍ଷାରେ ଇଟା ଭାଟିରେ ବ୍ୟବହୃତ ହେଉଥିବା ଆସ(ପାଉଁଶ) ସେମାନଙ୍କର ଜମିରେ ଆସରେ ପୋତି ହୋଇଯାଇଛି। ଯାହାଫଳରେ ସେମାନେ ଚାଷ କାର୍ଯ୍ୟ କରି ପରିବାର ପ୍ରତିପୋଷଣ କରୁଥିବାବେଳେ ଚାଷ ଜମି କ୍ଷତିଗ୍ରସ୍ତ ହେବା ପରେ ସେମାନେ ବର୍ତ୍ତମାନ ଚିନ୍ତାରେ ପଡିଛନ୍ତି। ଏ ନେଇ କ୍ଷତିଗ୍ରସ୍ତ ଚାଷୀ ମାନେ ଭାଟି ମାଲିକଙ୍କୁ ଜଣାଇଲେ ସୁଦ୍ଧା କୈଣସି ସମାଧାନ କରିଥିବା ଚାଷୀମାନେ ପ୍ରକାଶ କରିଛନ୍ତି।ଜମି ପୂର୍ବରୁ ଯେପରି ଥିଲା ସେହିପରି ତିଆରି କରିବା ସହ ଯାଞ୍ଚ କରି ଆଇନ ଅନୁଯାୟୀ ପଦକ୍ଷେପ ନେବାପାଇଁ ଚାଷୀମାନେ ଦାବି କରିଛନ୍ତି।

  • Related Posts

    ପ୍ରଶ୍ନପତ୍ର ଲିକ୍ ଘଟଣା: ଏମ୍‌କେସିଜିରେ ପହଞ୍ଚିଲା ସ୍ୱାସ୍ଥ୍ୟ ବିଭାଗର ଉଚ୍ଚସ୍ତରୀୟ ଟିମ୍

    ଏମ୍‌କେସିଜି ମେଡିକାଲ କଲେଜରେ ମେଡିକାଲ ପିଜି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲା । ଘଟଣାର ତଦନ୍ତ କରିବା ପାଇଁ ଆଜି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଏକ ୩ ଜଣିଆ ସ୍ୱତନ୍ତ୍ର ଟିମ୍ ଏମ୍‌କେସିଜି ମେଡିକାଲ କଲେଜରେ ପହଞ୍ଚିଛନ୍ତି…

    Continue reading
    ପ୍ରଥମ ଶ୍ରେଣୀ ସାହିତ୍ୟ ବହିରେ ଗୁରୁତର ତ୍ରୁଟି

    ଭୁବନେଶ୍ବର,: ପ୍ରଥମ ଶ୍ରେଣୀ ସାହିତ୍ୟ ବହିରେ ଗୁରୁତର ତ୍ରୁଟି । ଝୁଲଣା-୧ବହିରେ ‘ଅ’ ବଦଳରେ ‘ଚ’ରୁ ଆରମ୍ଭ ହୋଇଛି ବର୍ଣ୍ଣମାଳା । ସେହିପରି ‘ବନ୍ଦେ ଉତ୍କଳ ଜନନୀ’ରେ ବି ଭୁଲ୍ । ଜାତୀୟ ସଙ୍ଗୀତରେ ବି ଗୁରୁତର ତ୍ରୁଟି ଦେଖାଦେଇଛି ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ