ଭୁବନେଶ୍ବର,୧୪/୧୦:ପାର୍ଟ ପ୍ଲଟ୍ ପଞ୍ଜୀକରଣ ପାଇଁ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ SOP ଜାରି ହୋଇଛି । ଓଡ଼ିଶା ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅଂଶ ପ୍ଲଟ ପଞ୍ଜୀକରଣକୁ ସହଜ ଓ ସ୍ଵଚ୍ଚ କରିବା ପାଇଁ SOP ଜାରି କରିଛି। ରାଜସ୍ୱ ମନ୍ତ୍ରୀ ସୁରେଶ କୁମାର ପୂଜାରୀଙ୍କ ନିର୍ଦ୍ଦେଶରେ ଏହି SOP ଜାରି ହୋଇଛି । ପଞ୍ଜୀକରଣ ଅଧିକାରୀମାନେ ମାନଚିତ୍ର, ସୀମା ଓ ଘୋଷଣା ଯାଞ୍ଚ କରି ନିୟମ ପାଳନ କରିବେ। ଏହି SOP ତୁରନ୍ତ ଲାଗୁ ହୋଇଛି। sop ଅନୁସାରେ ଗ୍ରାମୀଣ କ୍ଷେତ୍ରରେ ଜଳାଶୟ କିସମ ପ୍ଲଟର ହୋଇପାରିବନି ପଞ୍ଜୀକରଣ। ଜଳାଶୟ ପ୍ଲଟ ପୂରା ହସ୍ତାନ୍ତର ହେବ ଓ ୫୦୦ ବର୍ଗମିଟରରୁ ଅଧିକ ବିଭାଜନ ହେବ ନାହିଁ। ଜଳାଶୟ କିସମ ପ୍ଲଟ ବ୍ୟତୀତ ପାର୍ଟ ପ୍ଲଟ ପଞ୍ଜୀକରଣରେ କୌଣସି ସର୍ତ୍ତ ନାହିଁ। କୃଷି କିସମ ପ୍ଲଟର ବିଭାଜନ ହେବ, ଯଦି “ଫର୍ମ ଡି”ରେ କୃଷି ବ୍ୟବହାରର ଘୋଷଣା ଦିଆଯାଏ। ସେହିପରି ଓଡ଼ିଶା ବିକାଶ ପ୍ରାଧିକରଣ ଓ ସହର ଯୋଜନା ଆଇନ ଅନୁଯାୟୀ ବିଭାଜନ, କିନ୍ତୁ ପରିବାର ବିଭାଜନ, ୫୦୦ ବର୍ଗମିଟରରୁ କମ ଓ ସହ-ମାଲିକଙ୍କ ବିଭାଜନରେ ଛାଡ଼ ରହିଛି। ୨୦୨୫ ଓଡ଼ିଶା ବିକାଶ ନିୟମ ପୂର୍ବରୁ ୫୦୦ ବର୍ଗମିଟରରୁ କମ ପ୍ଲଟ ବିଭାଜନ ଅନୁମୋଦିତ ହୋଇଛି ।
ବିପଦସଙ୍କୁଳ କାଠ ପୋଲ ଭରଷାରେ ଦେସିଙ୍କୁଳି ଗ୍ରାମବାସୀ
ଦେବଗଡ଼:ନିର୍ବାଚନ ପରେ ନିର୍ବାଚନ ଯାଉଛି ସତ କିନ୍ତୁ ଜିଲ୍ଲାରେ ବଦଳୁନି ଗ୍ରାମାଞ୍ଚଳର ଗମନାଗମନର ଚିତ୍ର।ନାଳ ଉପରେ ଥିବା ପୁରୁଣା ପୋଲଟି ବହୁ ବର୍ଷ ହେବ ବର୍ଷାରେ ଧୋଇ ଯିବାରୁ ଭୁସୁଡି ପଡିବା ସହିତ ନାଳ ଉପରେ ପୋଲ ନିର୍ମାଣ କରିବା ପାଇଁ…



