ପ୍ରଣବଙ୍କ ବିୟୋଗରେ ମୋହନଙ୍କ ଶୋକପ୍ରକାଶ

ଭୁବନେଶ୍ୱର:ଆଉ ନାହାନ୍ତି ଓଡ଼ିଶା ସଂଗୀତ ଜଗତର ପ୍ରଖ୍ୟାତ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ। ଆଜି ୮୮ ବର୍ଷ ବୟସରେ ସେ ସମସ୍ତଙ୍କୁ ଛାଡ଼ି ପରପାରିକୁ ଚାଲି ଯାଇଛନ୍ତି। ଓଡ଼ିଆ ସଙ୍ଗୀତ ଜଗତରେ ବେତାଜ ବାଦଶାହ ଭାବେ ସେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ।ଆଜି ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ ପ୍ରଣବ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଘରୋଇ ହସ୍ପିଟାଲରୁ ତାଙ୍କ ପାର୍ଥିବ ଶରୀରରୁ ଭୁବନେଶ୍ୱର ଲୁଇସରୋଡ ସ୍ଥିତ ବାସଭବନକୁ ଅଣା ଯାଉଛି। ସେଠାରେ ତାଙ୍କ ଶୁଭେଚ୍ଛୁ ଓ ପ୍ରିୟଜନମାନେ ତାଙ୍କର ଶେଷ ଦର୍ଶନ କରିବେ। ଏହାପରେ ରାଜ୍ୟ ମର୍ୟ୍ୟାଦା ସହ ତାଙ୍କର ଅନ୍ତିମ ସଂସ୍କାର କରାଯିବ ବୋଲି ଜଣାପଡ଼ିଛି।

ପ୍ରଣବଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକପ୍ରକାଶ କରିଛନ୍ତି । ନିଜର କାଳଜୟୀ କଣ୍ଠସ୍ୱରରେ ସମଗ୍ର ଓଡ଼ିଶାକୁ ବିମୋହିତ କରିଥିବା ମହାନ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କ ପରଲୋକ ବିଷୟରେ ଜାଣି ମୁଁ ଅତ୍ୟନ୍ତ ଦୁଃଖିତ। ଜୟଦେବ ପୁରସ୍କାର, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ଏବଂ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଭଳି ଅନେକ ସମ୍ମାନରେ ଭୂଷିତ ଏହି ଅତୁଳନୀୟ ସଙ୍ଗୀତ ସାଧକଙ୍କ ଦେହାନ୍ତ ଓଡ଼ିଆ କଳା ଓ ସଂସ୍କୃତି ଜଗତରେ ଏକ ଅପୂରଣୀୟ ଶୂନ୍ୟତା ସୃଷ୍ଟି କରିଛି।

ତାଙ୍କର ସୁମଧୁର ସ୍ୱରର ମୂର୍ଚ୍ଛନା ଓ କାଳଜୟୀ ସଙ୍ଗୀତ ପ୍ରତ୍ୟେକ ଓଡ଼ିଆଙ୍କ ହୃଦୟରେ ଚିରକାଳ ଅମର ହୋଇ ରହିବ। ଏହି ଦୁଃଖଦ ସମୟରେ ମୁଁ ଶୋକସନ୍ତପ୍ତ ପରିବାରବର୍ଗ ଓ ଅସଂଖ୍ୟ ପ୍ରଶଂସକଙ୍କୁ ଗଭୀର ସମବେଦନା ଜଣାଇବା ସହ ଦିବଙ୍ଗତ ଆତ୍ମାଙ୍କ ସଦଗତି ପାଇଁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି।
ଓଁ ଶାନ୍ତି

  • Related Posts

    ବାଣୀବିହାର: ଅଣଛାତ୍ରଙ୍କୁକ୍ୟାମ୍ପସ ଛାଡ଼ି ଚାଲିଯିବାକୁ ସିପି-ଡିସିପିଙ୍କ ଅପିଲ୍

    ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟ ବାଣୀବିହାର କ୍ୟାମ୍ପସରେ ଛାତ୍ର ଉତ୍ତେଜନା ଥମିବାର ନାଁ ନେଉନାହିଁ। କ୍ୟାମ୍ପସ ଭିତରକୁ ଅଣଛାତ୍ରଙ୍କ ପ୍ରବେଶକୁ ନେଇ ପରିସ୍ଥିତି ଅଶାନ୍ତ ରହିଛି, ଯାହାଫଳରେ ନିର୍ଦ୍ଧାରିତ ‘ହ୍ବାଏ ଆଇ ଷ୍ଟାଣ୍ଡ ଫର୍‌’ ବୈଠକ ମଧ୍ୟ ଆରମ୍ଭ ହୋଇପାରିନାହିଁ। କ୍ୟାମ୍ପସ ଅଡିଟୋରିୟମ…

    Continue reading
    ଝାରସୁଗୁଡ଼ା ବିମାନବନ୍ଦରର ବିକାଶ ଲାଗି କେନ୍ଦ୍ର ସରକାର ମଞ୍ଜୁର କରିଛନ୍ତି ୨୧୦୦ କୋଟି: ପ୍ରଦୀପ ପୁରୋହିତ

    ଝାରସୁଗୁଡ଼ା: ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରର ବିକାଶ ଓ ସମ୍ପ୍ରସାରଣ ଲାଗି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ତତ୍ପରତା ଦେଖାଇଛନ୍ତି। ଏ ନେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରାଯାଇଛି। ରନ୍‌ୱେ ସମ୍ପ୍ରସାରଣ ପାଇଁ ୧୬୮.୮୮ ଏକର ଜମି ଅଧିଗ୍ରହଣ ପ୍ରକ୍ରିୟା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ