ପ୍ରତ୍ୟେକ ଶିଳ୍ପାନୁଷ୍ଠାନ ପାଚେରୀ ବାହାରେ ଗରିବଙ୍କ ଛପର ଘର : ଭକ୍ତ

ଭୁବନେଶ୍ୱର: ବିସ୍ଥାପିତ ଓ ଆଦିବାସୀଙ୍କ ଜଳ ଜମି ଜଙ୍ଗଲ ସୁରକ୍ଷା ପାଇଁ କଂଗ୍ରେସ ପକ୍ଷରୁ ଆୟୋଜିତ ବିଗତ ମଇ 6 ତାରିଖରୁ ଢ଼ିଙ୍କିଆରୁ ଆରମ୍ଭ ହୋଇଥିବା ଗାନ୍ଧିପଥେ ନ୍ୟାୟ ପଦଯାତ୍ରା ଆଜି 14 ତାରିଖରେ ଭୁବନେଶ୍ୱର ପହଞ୍ଚି ଲୋୟର ପିଏମଜି ଛକରେ ଏକ ବିଶାଳ ଗଣଧାରଣା ଅନୁଷ୍ଠିତ ହୋଇଥିଲା l ଏହି ବିଶାଳ ଗଣଧାରଣାରେ ହଜାର ହଜାର ବିସ୍ଥାପିତଙ୍କ ସମେତ ପ୍ରଦେଶ କଂଗ୍ରେସର ବହୁ ବରିଷ୍ଠ ନେତା ଓ କର୍ମକର୍ତ୍ତାବୃନ୍ଦ ଯୋଗ ଦେଇଥିଲେ l ଏହି ଧାରଣାରେ ପିସିସି ସଭାପତି ଭକ୍ତ ଚରଣ ଦାସ ଯୋଗଦେଇ, ଶିଳ୍ପାନୁଷ୍ଠାନ ମାନଙ୍କ ଅମାନବୀୟ ଅତ୍ୟାଚାର ଓ ସରକାରଙ୍କ ନିରବତାକୁ ନେଇ ଘୋର ସମାଲୋଚନା କରିଥିଲେ l ସେ କହିଲେ, ବିକାଶ ପାଇଁ ଶିଳ୍ପର ନିହାତି ଆବଶ୍ୟକତା ଅଛି କିନ୍ତୁ ଅମାନବୀୟ ବ୍ୟବହାର ଓ ଅତ୍ୟାଚାର ମାଧ୍ୟମରେ ଲୋକଙ୍କୁ ଶୋଷଣ କରିବା ବରଦାସ୍ତ କରାଯିବ ନାହିଁ l ମନମର୍ଜୀ ଜମି, ଜଙ୍ଗଲ ଅଧିଗ୍ରହଣ ଓ ଜଳ ବ୍ୟବହାର କରୁଛନ୍ତି ଏବଂ ସରକାର ସେମାନଙ୍କୁ ସାହାଯ୍ୟ କରୁଛନ୍ତି l ଲୋକେ ନିଜ ଭିଟାମାଟି ହରାଉଛନ୍ତି କିନ୍ତୁ ପ୍ରତିବଦଳରେ କେବଳ ପ୍ରତାରଣା ମିଳୁଛି l କଂଗ୍ରେସ କ୍ଷମତାକୁ ଆସିଲେ ଜମି ହରାଇଥିବା ପ୍ରତ୍ୟେକ ବିସ୍ଥାପିତଙ୍କୁ ଶିଳ୍ପାନୁଷ୍ଠାନର ସେୟାର ହୋଲଡର କରିବୁ ବୋଲି ଶ୍ରୀ ଦାସ ଦୃଢୋକ୍ତି ପ୍ରକାଶ କରିଥିଲେ l
ପୁଣି କହିଥିଲେ ଯେ, ବିସ୍ଥାପନ ଗ୍ରାମସଭା ମାଧ୍ୟମରେ ଆଇନ ଅନୁଯାୟୀ ହେବା ଉଚିତ ଏବଂ ବିସ୍ଥାପିତଙ୍କୁ ଉପଯୁକ୍ତ କ୍ଷତିପୂରଣ ନ ମିଳିବା ପର୍ଯ୍ୟନ୍ତ କଂଗ୍ରେସ ରାଜ୍ୟର ସମସ୍ତ ବିସ୍ଥାପିତଙ୍କ ସ୍ୱାର୍ଥ ଏବଂ ସୁରକ୍ଷା ପାଇଁ ଲଢେଇ ଏମିତି ରାଜରାସ୍ତାରେ ଚାଲୁ ରହିବ l
ଏହି ଗଣ ଧାରଣାରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଆସିଥିବା ପ୍ରତାରିତ ବିସ୍ଥାପିତଗଣ ନିଜ ଅନୁଭୂତି ଧାରଣାରେ ଉପସ୍ଥାପନ କରିଥିଲେ l
ପିସିସି ସଭାପତି ତଥା ସଂଗଠନ ପ୍ରଭାରୀ ସନ୍ତୋଷ ସିଂ ସାଲୁଜାଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ ହୋଇଥିବା ଧାରଣା ମଞ୍ଚରେ ଉପସ୍ଥିତ ଥିବା ନେତୃ ମଣ୍ଡଳୀ ରାଜ୍ୟ ପ୍ରଭାରୀ ଅଜୟ ଲାଲ୍ଲୁ, ସହ ପ୍ରଭାରୀ ଜେଟି କୁସୁମ କୁମାର, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା, ପଦଯାତ୍ରା ଅଧ୍ୟକ୍ଷ ସୁରେଶ ରାଉତରାୟ, ସାଂସଦ ସପ୍ତଗିରି ଉଲାକା, ବିଧାୟକ ତାରା ପ୍ରସାଦ ବାହିନୀପତି, ଅଶୋକ ଦାସ, ସିଏସ ରାଜେନ ଏକ୍କା, ମଙ୍ଗୁ ଖିଲ, ପୂର୍ବତନ ସାଂସଦ ନଗେନ୍ଦ୍ର ପ୍ରଧାନ,ପୂର୍ବତନ ସାଂସଦ ଅନନ୍ତ ସେଠୀ, ଆଇଏନଟିୟୁସି ଅଧ୍ୟକ୍ଷ ରାମଚନ୍ଦ୍ର ଖୁଣ୍ଟିଆ, ପୂର୍ବତନ ସାଂସଦ ତଥା ଅନୁସୂଚିତ ଜାତି ଅଧ୍ୟକ୍ଷ ଯୋଶବନ୍ତ ସିଂ ଲାଗୁରୀ, ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକ, ଡଃ ଲଲାଟେନ୍ଦୁ ମହାପାତ୍ର, ପିସିସି ଉପସଭାପତି ସସ୍ମିତା ବେହେରା, ମହିଳା କଂଗ୍ରେସ ଅଧ୍ୟକ୍ଷା ମିନାକ୍ଷୀ ବାହିନୀପତି, ଯୁବ କଂଗ୍ରେସ ସଭାପତି ରଞ୍ଜିତ ପାତ୍ର, କୋଷାଧକ୍ଷ ସିଦ୍ଧାର୍ଥ ଦାଶ, ମିଡ଼ିଆ ବିଭାଗ ଅଧ୍ୟକ୍ଷ ଅରବିନ୍ଦ ଦାସ, ସେବାଦଳ ଅଧ୍ୟକ୍ଷ ଶୁଭେନ୍ଦୁ ମହାନ୍ତି, ସୋସିଆଲ ମିଡ଼ିଆ ଅଧ୍ୟକ୍ଷ ବିଶ୍ୱଜିତ ମହାନ୍ତି, ଏରସମା ଜିଲ୍ଲା ପରିଷଦ ସଭ୍ୟ ପିନାକୀ ଦାସ, ବରିଷ୍ଠ କଂଗ୍ରେସ ନେତା ସତ୍ୟବ୍ରତ ପାତ୍ର, ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ଅଧ୍ୟକ୍ଷ ପ୍ରକାଶ ଜେନା, ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ ଅଧ୍ୟକ୍ଷ ରାଜୀବ ପଟ୍ଟନାୟକ, ଜଗତସିଂହପୁର ଜିଲ୍ଲା କଂଗ୍ରେସ ଅଧ୍ୟକ୍ଷ ଦେବୀ ପ୍ରସାଦ ନାୟକ, କେନ୍ଦୁଝର ଜିଲ୍ଲା ସଭାପତି ମନୋଜ ଜେନା, ଅନୁଗୋଳ ଜିଲ୍ଲା କଂଗ୍ରେସ ଅଧ୍ୟକ୍ଷ ସୁନୀଲ ପ୍ରଧାନ l ବିଧାୟକ ପ୍ରାର୍ଥୀ ନିରଞ୍ଜନ ନାୟକ, ଜଗତସିଂହପୁର ବିଧାୟକ ପ୍ରାର୍ଥୀ ନଳିନୀ ସ୍ୱାଇଁ, ବରିଷ୍ଠ କଂଗ୍ରେସ ନେତା ଅସିତ ପଟ୍ଟନାୟକ ଆଦି
ସମସ୍ତ ବକ୍ତାଗଣ ନିଜ ବକ୍ତବ୍ୟରେ ସରକାରଙ୍କ ବିସ୍ଥାପନ ନୀତି ଉପରେ ଆଭିମୁଖ୍ୟକୁ କଠୋର ସମାଲୋଚନା କରିବା ସହ ବିସ୍ଥାପିତଙ୍କ ସହିତ କଂଗ୍ରେସର ପ୍ରତିବଦ୍ଧତା ଘୋଷଣା କରିଥିଲେ l
ଗଣଧାରଣାରେ କଂଗ୍ରେସର ସମସ୍ତ ଛାମୁଆ ସଂଗଠନର କର୍ମକର୍ତ୍ତା, ସମସ୍ତ ଜିଲ୍ଲାର କଂଗ୍ରେସ ସଭାପତି ଓ ହଜାର ହଜାର ସଂଖ୍ୟାରେ କଂଗ୍ରେସ କର୍ମକର୍ତ୍ତା ଓ ବିସ୍ଥାପିତ ଧାରଣାରେ ଯୋଗ ଦେଇଥିଲେ l

  • Related Posts

    ବିସ୍ଥାପନ ଯାତନାକୁ ନେଇ ରାଜ୍ୟପାଳଙ୍କୁ ସାକ୍ଷାତ କଲେ କଂଗ୍ରେସ ପ୍ରତିନିଧି ଦଳ

    ଭୁବନେଶ୍ୱର: ନିକଟ ଅତୀତରେ ରାଜ୍ଯରେ ଶିଳ୍ପାୟନ ନାମରେ ବିସ୍ତାପନ କରାଯାଇ ହଜାର ହଜାର ଆଦିବାସୀ ପରିବାରକୁ ଗୃହଶୂନ୍ୟ କରି ଦିଆଯାଇ ଏକ ଯାତନାପୂର୍ଣ୍ଣ ଜୀବନ ବଞ୍ଚିବାକୁ ବାଧ୍ୟ କରାଯାଉଛି। ଏବଂ ଶିଳ୍ପ ସଂସ୍ଥା ଗୁଡିକୁ ଜଳ ଜଂଗଲ ଜମିର ଅଧିକାର ଦିଆଯାଇଛି।…

    Continue reading
    ପରୀକ୍ଷାର୍ଥୀଙ୍କ ପାଇଁ ସରକାର ସମ୍ଵେଦନଶୀଳ:ଧର୍ମେନ୍ଦ୍ର

    ଭୁବନେଶ୍ଵର : ଜୁନ ୨୧ରେ ହେବ NEET-UG ପରୀକ୍ଷା। NTA ପକ୍ଷରୁ ପରୀକ୍ଷା ତାରିଖ ଘୋଷଣା କରାଯାଇଛି। ସେପଟେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ପ୍ରେସମିଟ୍ କରି ନିଟ୍ ପରୀକ୍ଷା ପରିଚାଳନାରେ ସ୍ୱଚ୍ଛତା ଏବଂ ସାଧୁତା ବଜାୟ ରଖିବା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ