ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସମ୍ରାଟ ଚୌଧୁରୀ

ପାଟନା: ଆଜିଠୁ ବିହାରରେ ସମ୍ରାଟ ଶାସନ। ଆଜି ବିହାରର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ସମ୍ରାଟ ଚୌଧୁରୀ। ରାଜ୍ୟପାଳ ସୟଦ ଅତା ହସ୍‌ନୈନ୍ ତାଙ୍କୁ ପଦ ଓ ଗୋପନୀୟତାର ସହ ଶପଥ ପାଠ କରାଇଛନ୍ତି। ସମ୍ରାଟଙ୍କ ସହ ଜେଡୁୟୁର ଦୁଇ ନେତା ବିଜୟ ଚୌଧୁରୀ ଏବଂ ବିଜେନ୍ଦ୍ର ଯାଦବ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ସମ୍ରାଟ ଚୌଧୁରୀଙ୍କ ସମେତ କେବଳ ୩ ଜଣ ଆଜି ଶପଥ ଗ୍ରହଣ କରିଛନ୍ତି । ବାକି ମନ୍ତ୍ରୀମାନେ ପରେ ଶପଥ ଗ୍ରହଣ କରିବେ। ପାଟନା ଲୋକଭବନରେ ଅନୁଷ୍ଠିତ ହୋଇଥିବା ଶପଥଗ୍ରହଣ କାର୍ୟ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା, ଶିବରାଜ ସିଂହ ଚୌହାନ, ବିହାର ବିଜେପିର ବରିଷ୍ଠ ନେତା ଏବଂ ଏନଡିଏର ସମସ୍ତ ବରିଷ୍ଠ ନେତା ମଧ୍ୟ ଶପଥ ଗ୍ରହଣ ଉତ୍ସବରେ ଯୋଗଦେଇଛନ୍ତି।

ସମ୍ରାଟ ଚୌଧୁରୀ ବିହାରର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ । ସମ୍ରାଟ ଏକଦା ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ଅତ୍ୟନ୍ତ ଅନୁଗତ ଥିଲେ। ୨୦୧୭ରେ ସେ ଆରଜେଡି ଛାଡି ବିଜେପିରେ ଯୋଗ ଦେଇଥିଲେ। ୨୦୧୭ରେ ବିଜେପିରେ ଯୋଗ ଦେବାର ମାତ୍ର ୯ବର୍ଷ ମଧ୍ୟରେ ସେ ମୁଖ୍ୟମନ୍ତ୍ରୀ ହୋଇପାରିଛନ୍ତି। ୨୦୧୮ରେ ସେ ବିଜେପି ରାଜ୍ୟ ଉପସଭାପତି, ୨୦୨୩ରେ ରାଜ୍ୟ ସଭାପତି ହୋଇଥିଲେ। ଜେଡିୟୁ ସଭାପତି ନୀତୀଶ କୁମାର ଗତକାଲି ବିହାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ନୀତୀଶଙ୍କ ଇସ୍ତଫା ପରେ ଅନୁଷ୍ଠିତ ଏନ୍‌ଡିଏ ବିଧାୟକ ଦଳ ବୈଠକରେ ବିଜେପି ନେତା ସମ୍ରାଟ ଚୌଧୁରୀଙ୍କୁ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ମନୋନୟନ କରାଯାଇଥିଲା।

  • Related Posts

    ଚୂଡ଼ାନ୍ତ ଚୁକ୍ତିନାମା ଏପର୍ୟ୍ୟନ୍ତ ବହୁତ ଦୂର: ଇରାନ

    ନୂଆଦିଲ୍ଲୀ: ଇରାନ ଏବଂ ଆମେରିକା ମଧ୍ୟରେ ଦ୍ୱିତୀୟ ପର୍ୟ୍ୟାୟ ଶାନ୍ତି ଆଲୋଚନା ଖୁବ୍ ଶୀଘ୍ର ହେବାର ଆଶା କରାଯାଉଛି। ଇରାନ କହିଛି ଯେ ଆମେରିକା ସହିତ ଶାନ୍ତି ଆଲୋଚନାରେ ଅଗ୍ରଗତି ହୋଇଛି। କିନ୍ତୁ ଏକ ଚୂଡ଼ାନ୍ତ ଚୁକ୍ତିନାମା ଏପର୍ୟ୍ୟନ୍ତ ବହୁତ ଦୂରରେ…

    Continue reading
    ଭାରତ ସହିତ ଇରାନ ଭଲ ସଂପର୍କ ଅଛି: ହାକିମ ଇଲାହି

    ନୂଆଦିଲ୍ଲୀ: ଭାରତରେ ଇରାନର ସର୍ବୋଚ୍ଚ ନେତାଙ୍କ ପ୍ରତିନିଧି ଡକ୍ଟର ଅବଦୁଲ ମାଜିଦ ହାକିମ ଇଲାହିଙ୍କୁ ହର୍ମୁଜ ପ୍ରଣାଳୀ ନିକଟରେ ଦୁଇଟି ଭାରତୀୟ ପତାକାଯୁକ୍ତ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ ବିଷୟରେ ପଚରାଯାଇଥିଲା। ସେ କହିଥିଲେ ଯେ ସେ ଏପରି କୌଣସି ଘଟଣା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ