ମାସ ଶେଷ ସୁଦ୍ଧା ଆସିପାରେ ସିବିଏସଇ ଫଳ

ଭୁବନେଶ୍ୱର : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ) ଦ୍ବାରା ପରିଚାଳିତ ଦଶମ ଏବଂ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଫଳ ଚଳିତ ମାସ ଶେଷ କିମ୍ବା ମେ ପ୍ରଥମ ସପ୍ତାହରେ ପ୍ରକାଶ ପାଇବାର ସମ୍ଭାବନା ରହିଛି। ମାର୍କସିଟ୍‌ ପାଇବା ନିମନ୍ତେ ଡିଜିଲକର ଆକାଉଣ୍ଟ ଖୋଲିବାକୁ ସିବିଏସଇ ପକ୍ଷରୁ କୁହାଯାଇଛି। ପରୀକ୍ଷା ଫଳ ପ୍ରକାଶ ପରେ ଛାତ୍ରଛାତ୍ରୀ ଖୋଲିଥିବା ଡିଜିଲକର ଆକାଉଣ୍ଟରେ ମାର୍କସିଟ୍‌ ଅପଲୋଡ ହୋଇଯିବ। ବିଦ୍ୟାର୍ଥୀ ଡିଜିଲକର ଲଗ୍‌ଇନ୍‌ କରି ମାର୍କସିଟ୍‌ ଡାଉନଲୋଡ୍ କରିପାରିବେ।

ପରୀକ୍ଷା ଫଳ ପ୍ରକାଶ ପର୍ୟ୍ୟନ୍ତ ଅପେକ୍ଷା ନକରି ଡିଜିଲକର ଆକାଉଣ୍ଟ ଖୋଲିବାକୁ ସିବିଏସଇ ପରାମର୍ଶ ଦେଇଛି। ସିବିଏସଇ ପରୀକ୍ଷା ଫଳ ମେ’ରେ ପ୍ରକାଶ ପାଉଥିଲା। କିନ୍ତୁ ଚଳିତ ବର୍ଷ ଖାତା ମୂଲ୍ୟାୟନ ପ୍ରକ୍ରିୟା ଶୀଘ୍ର ହୋଇଛି। ତେଣୁ ଏଥର ଶୀଘ୍ର ଫଳ ପ୍ରକାଶ ପାଇପାରେ, କିନ୍ତୁ ପରୀକ୍ଷା ଫଳ ପ୍ରକାଶ ସଂକ୍ରାନ୍ତରେ ସିବିଏସଇ କାର୍ୟ୍ୟାଳୟ ପକ୍ଷରୁ ତାରିଖ ଘୋଷଣାକୁ ବିଦ୍ୟାର୍ଥୀ ଅପେକ୍ଷା କରିଛନ୍ତି।

  • Related Posts

    bullet proof jacketମାୟାବତୀ-ଅଖିଳେଶଙ୍କ ସମେତ ୪୪ ନେତାଙ୍କୁ ବୁଲେଟପ୍ରୁଫ୍ ଜ୍ୟାକେଟ୍

    ନୂଆଦିଲ୍ଲୀ: ଆଗାମୀ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ଯୋଗୀ ସରକାର ରାଜନେତାଙ୍କ ସୁରକ୍ଷାକୁ ନେଇ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ସୁରକ୍ଷା ସମୀକ୍ଷା ଏବଂ ଗୁଇନ୍ଦା ସୂଚନା ଆଧାରରେ, ଯୋଗୀ ସରକାର ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ ଏବଂ ଅଖିଳେଶ ଯାଦବଙ୍କ…

    Continue reading
    bjp ଆଜି ବିଜେପି ମୁଖ୍ୟାଳୟରେ ନବନିଯୁକ୍ତ ପଦାଧିକାରୀ ବୈଠକ

    ନୂଆଦିଲ୍ଲୀ: ବିଜେପି ନବନିଯୁକ୍ତ ପଦାଧିକାରୀ ବୈଠକ। ଆଜି ବିଜେପି ମୁଖ୍ୟାଳୟରେ ନବନିଯୁକ୍ତ ପଦାଧିକାରୀ ବୈଠକ ପ୍ରଥମ ବୈଠକ। ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ନେତୃତ୍ୱରେ ନୂଆ ଟିମ୍ ର ସଦସ୍ୟମାନେ ସାଙ୍ଗଠନିକ କାର୍ୟ୍ୟକ୍ରମ ଓ ଆଗାମୀ ରଣନୀତି ନେଇ ଆଲୋଚନା କରିବେ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ