ଫଲଟା ବିଧାନସଭା ଆସନରେ ସାନି ମତଦାନ ଜାରି

କୋଲକାତା (ପଶ୍ଚିମବଙ୍ଗ): ପଶ୍ଚିମବଙ୍ଗ ଦକ୍ଷିଣ ୨୪ ପରଗଣା ଜିଲ୍ଲାର ଫଲଟା ବିଧାନସଭା ଆସନରେ ଆଜି ସାନି ଭୋଟ ଗ୍ରହଣ ଜାରି ରହିଛି । ଆଜି ସକାଳ 7ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ, ସକାଳ 9ଟା ପର୍ଯ୍ୟନ୍ତ 20.47 ପ୍ରତିଶତ ମତଦାନ ରେକର୍ଡ କରାଯାଇଛି । ଏଠାରେ ଏପ୍ରିଲ 29 ତାରିଖରେ ଅନୁଷ୍ଠିତ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ସମୟରେ “ଗମ୍ଭୀର ନିର୍ବାଚନୀ ଅପରାଧ” ଘଟିଥିବା ଅଭିଯୋଗ ହୋଇଥିଲା । ଫଳରେ ଫଲଟା ନିର୍ବାଚନମଣ୍ଡଳୀରେ ହୋଇଥିବା ସମ୍ପୂର୍ଣ୍ଣ ମତଦାନକୁ ବାତିଲ କରାଯାଇ ମେ’ 21 ତାରିଖରେ ସାନି ମତଦାନ ପାଇଁ ଭାରତୀୟ ନିର୍ବାଚନ କମିଶନ (ECI) ନିର୍ଦ୍ଦେଶ ଦେଇଥିଲେ ।
ଫଲଟା ବିଧାନସଭା ଆସନ 285 ବୁଥରେ ସାନି ମତଦାନ ଚାଲିଛି । 2.36 ଲକ୍ଷରୁ ଅଧିକ ଲୋକ ଭୋଟ ଦେବାକୁ ଯୋଗ୍ୟ ଥିବା ବେଳେ ସେମାନଙ୍କ ମଧ୍ୟରେ 1.15 ଲକ୍ଷ ମହିଳା ଏବଂ 9 ଜଣ ତୃତୀୟ ଲିଙ୍ଗୀ ରହିଛନ୍ତି । ଫଲଟା ନିର୍ବାଚନମଣ୍ଡଳୀରେ ମେ’ 24 ତାରିଖରେ ଭୋଟ୍ ଗଣତି ସହ ଫଳାଫଳ ପ୍ରକାଶ ପାଇବ ।ଫଲଟା ନିର୍ବାଚନମଣ୍ଡଳୀର ନିର୍ବାଚନୀ ମଇଦାନରେ ମୋଟ 6 ଜଣ ପ୍ରାର୍ଥୀ ଅଛନ୍ତି, ଯେଉଁଥିରେ TMCର ଜାହାଙ୍ଗୀର ଖାନ ମଧ୍ୟ ସାମିଲ ଅଛନ୍ତି । ମାତ୍ର ସେ ଦୁଇ ଦିନ ତଳେ ଅର୍ଥାତ ଗତ ମଙ୍ଗଳବାର ଦିନ ନିର୍ବାଚନରୁ ଓହରି ଯିବାକୁ ଘୋଷଣା କରିଥିଲେ । ଯଦିଓ ଜାହାଙ୍ଗୀର ଖାନ ନିର୍ବାଚନରୁ ଓହରି ଯିବା ପାଇଁ ଘୋଷଣା କରିଥିଲେ, କିନ୍ତୁ ତାଙ୍କ ନାମ EVMରେ ରହିଛି, କାରଣ ସେ ଆନୁଷ୍ଠାନିକ ଭାବେ ତାଙ୍କର ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିନଥିଲେ । ଅନ୍ୟ ପ୍ରାର୍ଥୀଙ୍କ ମଧ୍ୟରେ ବିଜେପିର ଦେବାଂଶୁ ପଣ୍ଡା, ସିପିଆଇ(ଏମ୍)ର ଶମ୍ଭୁ ନାଥ କୁର୍ମି ଏବଂ କଂଗ୍ରେସର ଅବଦୁର ରଜ୍ଜାକ ମୋଲ୍ଲା ଅଛନ୍ତି ।
ନିର୍ବାଚନ ଦାୟିତ୍ବରେ ଥିବା ଅଧିକାରୀମାନେ କହିଛନ୍ତି ଯେ, ପୁନଃନିର୍ବାଚନ ପାଇଁ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ (CAPF)ର ମୋଟ 35 କମ୍ପାନୀ ନିୟୋଜିତ ହୋଇଛନ୍ତି, ପ୍ରତ୍ୟେକ ବୁଥରେ ଗୋଟିଏ ପୂର୍ଣ୍ଣ ସେକ୍ସନ ସମକକ୍ଷ 8 ଜଣ କର୍ମଚାରୀ ଅଛନ୍ତି ।
ପଶ୍ଚିମବଙ୍ଗରେ ମୋଟ 294ଟି ବାଧାନସଭା ଆସନ ମଧ୍ୟରୁ 207ଟି ଆସନରେ ଜିତି ପ୍ରଥମ ଥର ପାଇଁ ରାଜ୍ୟରେ ବିଜେପି ସରକାର ଗଠନ କରିଛି । ଶୁଭେନ୍ଦୁ ଅଧିକାରୀ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ।

Related Posts

କେରଳମ୍ ଛୁଇଁଲା ମୌସୁମୀ ବାୟୁ

କେରଳମ୍ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଦିଆଯାଇଛି ଏହି ସୂଚନା। ସାଧାରଣତଃ ଜୁନ୍ ୧ ତାରିଖରେ ମୌସୁମୀ ବାୟୁ କେରଳମ୍ ଛୁଇଁଥାଏ। ଚଳିତ ବର୍ଷ ମେ’ ୨୬ ତାରିଖରେ ମୌସୁମୀ ବାୟୁ କେରଳମ୍ ଛୁଇଁବ ବୋଲି…

Continue reading
ଦିଲ୍ଲୀ ହୋଟେଲ ନିଆଁରେ ୨୧ ମୃତ

ଦକ୍ଷିଣ ଦିଲ୍ଲୀର ମାଲବୀୟ ନଗରର ଗୋଟିଏ ହୋଟେଲରେ ଘଟିଥିବା ଭୟଙ୍କ ଅଗ୍ନିକାଣ୍ଡ ୨୧ ଜଣଙ୍କ ଜୀବନ ନେଇଛି। ସେହିପରି ୪୦ ଜଣଙ୍କୁ ଉଦ୍ଧାର କରାଯାଇଛି। ଅଗ୍ନିକାଣ୍ଡରେ ଆହତ ହୋଇଥିବା ୮ ଜଣ ଏବେ ଭେଣ୍ଟିଲେଟରରେ ଚିକିତ୍ସିତ ହେଉଛନ୍ତି। ମୃତାହତଙ୍କ ମଧ୍ୟରେ ରହିଛନ୍ତି…

Continue reading

Leave a Reply

Your email address will not be published. Required fields are marked *

You Missed

ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ