ଫେବିକୁଇକ ଲଗାଇବା ଘଟଣାରେ ପ୍ରଧାନଶିକ୍ଷକ ନିଲମ୍ବିତ

ଫୁଲବାଣୀ: କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଂଚାୟତ ସଲାଗୁଡା ସେବାଶ୍ରମରେ ଛାତ୍ରଙ୍କ ଆଖିରେ ସହପାଠୀ ଫେବିକୁଇକ ଲଗାଇବା ଘଟଣାରେ କାର୍ୟ୍ୟାନୁଷ୍ଠାନ ହୋଇଛି। ଜିଲାପାଳ ବେଦ ଭୂଷଣ ବିଦ୍ୟାଳୟ ପ୍ରଧାନଶିକ୍ଷକଙ୍କୁ ନିଲମ୍ବିତ କରିଛନ୍ତି। ପ୍ରଧାନଶିକ୍ଷକ ହେଲେ ମନୋରଞ୍ଜନ ସାହୁ। କାର୍ୟ୍ୟରେ ଅବହେଳା, ବିଦ୍ୟାଳୟରେ ରହୁ ନ ଥିବା ନେଇ ଏହି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସୂଚନାଯୋଗ୍ୟ, ଗୁରୁବାର ରାତି ୯ଟା ସମୟରେ ସମସ୍ତେ ଖାଇ ସୋଇଥିବା ବେଳେ କିଛି ସହପାଠୀ ଛାତ୍ର ୪ର୍ଥ ଓ ୫ମରେ ପଢ଼ୁଥିବା ୮ ଛାତ୍ରଙ୍କ ଆଖିରେ ଫେବିକୁଇକ ଲଗାଇ ଦେଇଥିଲେ। ସେମାନଙ୍କ ମଧ୍ୟରୁ ୭ ଜଣ ଗୁରୁତର ଅବସ୍ଥାରେ ଫୁଲବାଣୀ ମେଡ଼ିକାଲକୁ ଅଣାଯାଇଥିଲା। ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଭଲ ନ ଥିବା ଜଣାପଡିଛି।

  • Related Posts

    ବଲାଙ୍ଗୀରରୁ ବ୍ୟବସାୟୀଙ୍କୁ ଅପହରଣ, ଭୁବନେଶ୍ବରରୁ ଉଦ୍ଧାର

    ବଲାଙ୍ଗୀର: ବଲାଙ୍ଗୀରର ବ୍ୟବସାୟୀ ନରେନ୍ଦ୍ର କୁମାର ସାହୁଙ୍କୁ ଅପହରଣର ୨୪ ଘଣ୍ଟା ମଧ୍ୟରେ ଉଦ୍ଧାର କଲା ପୋଲିସ । ମାଷ୍ଟର ମାଇଣ୍ଡ ଗିରଫ ହୋଇଥିବାବେଳେ ଅନ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ପୋଲିସର ତନାଘନା ଜାରି । ଅପହରଣର କାରଣ ଏବେବି ଅସ୍ପଷ୍ଟ ।…

    Continue reading
    ଫୁଲୁଛି ସୁବର୍ଣ୍ଣରେଖା

    ବାଲେଶ୍ବର: ସୁବର୍ଣ୍ଣରେଖା ନଦୀର ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଇବା ପରେ ଉପକୂଳ ତଥା ତଳିଆ ଅଞ୍ଚଳରେ ବନ୍ୟା ଭୟ ଘନେଇବାରେ ଲାଗିଛି । ନଦୀରେ ଜଳସ୍ତର ବୃଦ୍ଧି ପାଉଥିବାରୁ ଜିଲ୍ଲାର ଚାରୋଟି ପ୍ରମୁଖ ବ୍ଲକ ବସ୍ତା, ବାଲିଆପାଳ, ଜଳେଶ୍ୱର ଓ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ