ଫେବ୍ରୁଆରି ତୃତୀୟ ସପ୍ତାହରେ ୨୦୨୬ ବଜେଟ୍, ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର: ରାଜ୍ୟ ସରକାର ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ସାଧାରଣ ବଜେଟ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ କରିଛନ୍ତି। ୨୦୨୬ ଫେବ୍ରୁଆରି ତୃତୀୟ ସପ୍ତାହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ବଜେଟ ଉପସ୍ଥାପନ କରିବାର ସମ୍ଭାବନା ରହିଛି। ଆସନ୍ତା ଡିସେମ୍ବର ୨୧ ତାରିଖରୁ ୨୦୨୬ ଜାନୁଆରୀ ୫ ପର୍ୟ୍ୟନ୍ତ ପ୍ରାକ୍‌-ବଜେଟ ଆଲୋଚନା ଏବଂ ଫେବ୍ରୁଆରି ୬ ତାରିଖରେ ବିଭିନ୍ନ ପ୍ରମୁଖ ବିଭାଗର ସଚିବଙ୍କ ସହ ମୁଖ୍ୟ ସଚିବ ଏବଂ ଉନ୍ନୟନ କମିଶନର ବୈଠକ କରିବେ। ଫେବ୍ରୁଆରି ୭ ତାରିଖରୁ ୧୦ ତାରିଖ ମଧ୍ୟରେ ମନ୍ତ୍ରିପରିଷଦ ବାର୍ଷିକ ବଜେଟକୁ ଅନୁମୋଦନ ଦେବାକୁ ଲକ୍ଷ୍ୟ ଧାର୍ୟ୍ୟ କରାଯାଇଛିି। ଏହାସହ ମାର୍ଚ୍ଚ ମାସ ଶେଷରେ ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଧେୟକ ଆଗତ ହେବ ବୋଲି କାର୍ୟ୍ୟକ୍ରମ ସ୍ଥିରୀକୃତ ହୋଇଛି।
ନୂତନ ବଜେଟ୍‌ ପ୍ରସ୍ତୁତି ପାଇଁ ଅର୍ଥ ବିଭାଗର ପ୍ରମୁଖ ସଚିବ ସଞ୍ଜୀବ କୁମାର ମିଶ୍ର ମଙ୍ଗଳବାର ସମସ୍ତ ବିଭାଗୀୟ ସଚିବଙ୍କୁ ପତ୍ର ଲେଖି ଆସନ୍ତା ଡିସେମ୍ୱର ୨୫ ତାରିଖ ସୁଦ୍ଧା ନିଜ ନିଜର ପ୍ରସ୍ତାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅର୍ଥ ବିଭାଗ ଲେଖିଥିବା ଚିଠିରେ ଓଡ଼ିଶା ବଜେଟ ମାନୁଆଲର ଅଧ୍ୟାୟ-୩ରେ ଥିବା ନିର୍ଦ୍ଦେଶ ସହିତ ଅତିରିକ୍ତ ନିର୍ଦ୍ଦେଶ ଅନୁପାଳନ କରି ବଜେଟ ପ୍ରସ୍ତୁତ କରିବାକୁ କୁହାଯାଇଛି।
ରାଜସ୍ୱ ଦୃଷ୍ଟିକୋଣରୁ ରାଜ୍ୟର ମୋଟ ରାଜସ୍ୱ ରସିଦ ୨୦୨୬-୨୭ରେ ୨୦୨୫-୨୦୨୬ ବର୍ଷର ସଂଶୋଧିତ ଅନୁମାନଠାରୁ ୧୦ ପ୍ରତିଶତ ବୃଦ୍ଧି ପାଇବ। ସେହିପରି ଜିଏସଟି ସୁଧାର ସକାରାତ୍ମକ ପ୍ରଭାବ ପକାଇପାରେ ବୋଲି ଚିଠିରେ ଦର୍ଶାଯାଇଛି।

  • Related Posts

    ଭୁବନେଶ୍ୱରରେ ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ

    ଓଡ଼ିଶା ସିଭିଲ ସର୍ଭିସ ଆଶାୟୀଙ୍କ ପାଇଁ ଖୁସି ଖବର। ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷା ଦେବା ପାଇଁ ରହିଥିବା ସର୍ବାଧିକ ୬ଟି ସୁଯୋଗକୁ ଉଠାଇ ଦିଆଯିବ। ଏହି ପରୀକ୍ଷା ଦେବା ପାଇଁ ସର୍ବୋଚ୍ଚ ବୟସସୀମା ପର୍ଯ୍ୟନ୍ତ ସୁଯୋଗ ମିଳିବ। ୮୦ତମ ସ୍ୱାଧୀନତା…

    Continue reading
    ଗଡମାଣତୀର ପଞ୍ଚାୟତରେ ପତାକା ଉତ୍ତୋଳନ କଲେ ଜେନ-ଜୀ

    ବେଗୁନିଆ : ଗଡମାଣତୀର ପଞ୍ଚାୟତର ସରପଞ୍ଚ କରୁଣାକର ଦଳସିଂହରାୟ ସ୍ୱାଧୀନତା ଦିବସ ଅବସରରେ ଏକ ଅଭିନବ ପ୍ରୟାସ କରିଛନ୍ତି । ସମ୍ପ୍ରତି ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ଜେନ-ଜୀଙ୍କୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଯୁକ୍ତ ଦୁଇର ଛାତ୍ର ଶୁଭାଶିଷ ସାମନ୍ତରାୟଙ୍କ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ