ବଡ଼ ଖବର: ନବୀନ ନିବାସରେ ହଙ୍ଗାମା

ଭୁବନେଶ୍ୱର : ଶନିବାର ବିଜୁ ଜନତା ଦଳ ପକ୍ଷରୁ ରାଜ୍ୟସଭା ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି । ବିଜେଡି ସଭାପତି ନବୀନ ପଟ୍ଟନାୟକ ଏନେଇ ବିଧିବଦ୍ଧଭାବେ ଘୋଷଣା କରିଛନ୍ତି । ତେବେ ବିଜେଡି ପକ୍ଷରୁ ଦୁଇ ଜଣଙ୍କ ନାମ ଘୋଷଣା କରାଯାଇଛି । ବିଜେଡିର ତୃତୀୟ ପ୍ରାର୍ଥୀଭାବେ ଡ. ସନ୍ତୃପ୍ତ ମିଶ୍ର ଓ କମନ କ୍ୟାଣ୍ଡିଡେଟଭାବେ ଡ. ଦତ୍ତେଶ୍ୱର ହୋତାଙ୍କ ନାମ ଘୋଷଣା କରାଯାଇଛି ।
ତେବେ ପ୍ରାର୍ଥୀ ଘୋଷଣା ପରେ ନବୀନ ନିବାସରେ ହଙ୍ଗାମା ଦେଖାଦେଇଛି । ପ୍ରଭାତ ବିଶ୍ୱାଳ ଓ ସୌଭିକ ବିଶ୍ୱାଳ ନବୀନ ନିବାସରେ ହଙ୍ଗାମା କରିଛନ୍ତି । ସନ୍ତୃପ୍ତଙ୍କ ପ୍ରାର୍ଥୀତ୍ୱକୁ ନେଇ ଉଭୟ ହଙ୍ଗାମା କରିଛନ୍ତି । ଯାହାକୁ ପ୍ରାର୍ଥୀ କରାଯାଇଛି ସେ ଦଳ ପାଇଁ କିଛି କରିନାହାନ୍ତି ବୋଲି ଉଭୟ କହିଛନ୍ତି ।
୪ ହଜାର କୋଟି ଯିଏ ନେଇଯାଇଛି ତାକୁ ଟିକେଟ ଦିଆଯାଇଛି ବୋଲି ଉଭୟ କହିଛନ୍ତି । ୪ ହଜାର କୋଟିଏ କିଏ ନେଇଯାଇଛି ତାହା ଆପଣମାନେ ଖୋଜନ୍ତୁ ବୋଲି ଗଣମାଧ୍ୟମ ପ୍ରତିନିଧିମାନଙ୍କୁ କହିଛନ୍ତି । ପ୍ରଭାତ ବିଶ୍ୱାଳ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହ ରୋଷ ଝାଡ଼ିଛନ୍ତି । ଶ୍ରୀ ବିଶ୍ୱାଳ କହିଛନ୍ତି ଯିଏ ଦଳ ପାଇଁ କାର୍ଯ୍ୟ କରିଛନ୍ତି ସେମାନେ ପ୍ରାର୍ଥୀ ହୋଇଥିଲେ ଭଲ ହୋଇଥାନ୍ତା । ଏହା ଏକପାଖିଆ ନିଷ୍ପତ୍ତି କହି ଶ୍ରୀ ବିଶ୍ୱାଳ ବର୍ଷିଛନ୍ତି ।
ସେ ଆହୁରି କହିଛନ୍ତି ସମସ୍ତେ ବସି ପ୍ରାର୍ଥୀ ସମ୍ପର୍କରେ ନିଷ୍ପତ୍ତି ନେଇନାହାନ୍ତି । ଏହାଛଡ଼ା ଶ୍ରୀ ବିଶ୍ୱାଳ ଦଳର ୪ ହଜାର କୋଟି ହଡ଼ପ କଥା ମଧ୍ୟ ଉଠାଇଛନ୍ତି । ସେ କହିଛନ୍ତି ଦଳ ପାଇଁ ମୁଁ ସବୁ ତ୍ୟାଗ ସ୍ୱୀକାର କରିଛି । ଦଳ ମୋର ବହୁତ କ୍ଷତି କରିଛି କିନ୍ତୁ ମୁଁ ଦଳର କ୍ଷତି କରିନାହିଁ । ପାଣ୍ଡିଆନ ଓ ସୁଜାତା ଦଳ ପାଇଁ କରିଛନ୍ତି । ନବୀନ ବାବୁ ଆଲୋଚନା କରନ୍ତୁ ବୋଲି ଲିଖିତ ଆକାରରେ ଜଣାଇବି ବୋଲି ପ୍ରଭାତ କହିଛନ୍ତି । ଏଥିସହ ଯଦି ଆଲୋଚନା ନକରିବେ ତେବେ ଦଳ ଠାରୁ ଦୂରେଇ ଯିବି ବୋଲି ସେ କହିଛନ୍ତି ।

  • Related Posts

    ବିଜେଡି ଭାଡ଼ି ଖାଲି ହେଉଛି :ଦେବାଶିଷ

    ଭୁବନେଶ୍ୱର: ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀଭାବେ ଦେବାଶିଷ ସାମନ୍ତରାୟ ଶୁକ୍ରବାର ନାମାଙ୍କନ ଭରିଛନ୍ତି । ବିଧାନସଭା ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ଶ୍ର୍ରୀ ସାମନ୍ତରାୟ ନାମାଙ୍କନ ଭରିଛନ୍ତି । ତେବେ ନାମାଙ୍କନ ଭରିବା ପରେ ଶ୍ରୀ ସାମନ୍ତରାୟ ପୁଣି ବିଜେଡି ଉପରେ…

    Continue reading
    ନାମାଙ୍କନ କଲେ ଦେବାଶିଷ

    ଭୁବନେଶ୍ୱର: ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀଭାବେ ଦେବାଶିଷ ସାମନ୍ତରାୟ ଶୁକ୍ରବାର ନାମାଙ୍କନ ଭରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ଶ୍ରୀ ସାମନ୍ତରାୟ ନାମାଙ୍କନ ଭରିଛନ୍ତି । ବିଧାନସଭା ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ଶ୍ର୍ରୀ ସାମନ୍ତରାୟ ନାମାଙ୍କନ ଭରିଛନ୍ତି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ