ବଦଳିବ ଜେଲ୍ ନୀତି

ଭୁବନେଶ୍ୱର: ରାଜ୍ୟର ଜେଲଗୁଡ଼ିକରେ ବନ୍ଦୀ ଥିବା ବୃଦ୍ଧବୃଦ୍ଧା ଓ ଦୂରାରୋଗ୍ୟ ବ୍ୟାଧିରେ ପୀଡ଼ିତ କଏଦୀମାନଙ୍କୁ ନିର୍ଦ୍ଧାରିତ ଅବଧି ପୂର୍ବରୁ ଅବା ମାନବିକତା ଦୃଷ୍ଟିରୁ ଅନୁକମ୍ପାମୂଳକ ଭାବେ ଖଲାସ କରିବାକୁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ନାଲସା ବନାମ ଭାରତ ସରକାର ମାମଲାରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଓଡ଼ିଶାରେ କାର୍ୟ୍ୟକାରୀ କରିବା ନିମନ୍ତେ ରାଜ୍ୟ ଗୃହ ବିଭାଗ ପକ୍ଷରୁ ଗତକାଲି କମିଟି ଗଠନ ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଓଡ଼ିଶାରେ ଏବେ କାର୍ୟ୍ୟକାରୀ ହେଉଥିବା ‘ମୁକ୍ତି ନୀତି’ରେ ବ୍ୟାପକ ସଂଶୋଧନ ଓ ନୂଆ ନୀତି ପ୍ରଣୟନ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଏହି କମିଟି ଗଠନ କରିଛନ୍ତି।

ବିଜ୍ଞପ୍ତି ଅନୁସାରେ, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ ରାଜ୍ୟସ୍ତରରେ ଗୃହ ବିଭାଗର ସଚିବ କିମ୍ବା ତାଙ୍କ ଦ୍ୱାରା ମନୋନୀତ ଅତିରିକ୍ତ ସଚିବ ପାହ୍ୟାର ଅଧିକାରୀଙ୍କ ଅଧ୍ୟକ୍ଷତାରେ ୮ଜଣିଆ ଉଚ୍ଚକ୍ଷମତା ସମ୍ପନ୍ନ କମିଟି ଗଠନ କରାଯାଇଛି। ଏହି କମିଟି ‘କଏଦୀମାନଙ୍କ ମୁକ୍ତି’ ସମ୍ପର୍କିତ ପୁରୁଣା ନିୟମାବଳୀର ସମୀକ୍ଷା କରି ନୂଆ ନିୟମ ପ୍ରସ୍ତୁତ କରିବ।

ଏହି କମିଟିରେ ଆଇନ ବିଭାଗ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗର ସଚିବ କିମ୍ବା ଅତିରିକ୍ତ ସଚିବ ପାହ୍ୟାର ପ୍ରତିନିଧିମାନେ ସଦସ୍ୟ ରହିଛନ୍ତି। ଏମାନଙ୍କ ବ୍ୟତୀତ ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣର ସଦସ୍ୟ ସଚିବ ଓ ଏନଆଇସିର ଅଧିକାରୀ ଏହି କମିଟିର ସଦସ୍ୟ ରହିଥିବାବେଳେ ଅତିରିକ୍ତ ଜେଲ୍ ଡିଜି ଏଥିରେ ସଦସ୍ୟ ଆବାହକ ଭାବେ ଦାୟିତ୍ୱ ତୁଲାଇବେ। ବିଶେଷ ଆବଶ୍ୟକତା ସମୟରେ ଆର୍ôଥକ, ଚିକିତ୍ସା, ବୈଷୟିକ କିମ୍ବା ପୁନର୍ବାସ ସମ୍ପର୍କିତ ନିଷ୍ପତ୍ତି ପାଇଁ ବାହାରୁ ଅନ୍ୟ ବିଶେଷଜ୍ଞ କିମ୍ବା ବିଭାଗୀୟ ଅଧିକାରୀଙ୍କୁ ମଧ୍ୟ କମିଟିରେ ସାମିଲ କରାଯାଇପାରିବ।

ଏହି କମିଟି ରାଜ୍ୟର ୨୦୨୨ ମସିହାର ଗାଇଡ଼ଲାଇନର ତର୍ଜମା କରିବ ଓ ବାର୍ଦ୍ଧକ୍ୟ ତଥା ଗୁରୁତର ଅସୁସ୍ଥ କଏଦୀମାନଙ୍କ ପାଇଁ ସ୍ୱତନ୍ତ୍ର ପଦକ୍ଷେପ ନେବ। ବିଶେଷ ଭାବରେ ‘ମାରାତ୍ମକ ରୋଗ’ ବା ଦୂରାରୋଗ୍ୟର ସ୍ପଷ୍ଟ ସଂଜ୍ଞା ନିରୂପଣ କରିବା ସହ ଡିଭିଜନାଲ ଓ ରାଜ୍ୟସ୍ତରରେ ମେଡିକାଲ ବୋର୍ଡ ଗଠନ, ଉପଯୁକ୍ତ କଏଦୀଙ୍କ ଚିହ୍ନଟ ଓ ୟୁଟିଆରସି ମାଧ୍ୟମରେ ସମୟବଦ୍ଧ ସମୀକ୍ଷା ପାଇଁ ଏକ ସ୍ୱଚ୍ଛ ବ୍ୟବସ୍ଥା ତିଆରି ହେବ।
ଜେଲରୁ ମୁକୁଳିବା ପରେ ସେମାନଙ୍କର ଚିକିତ୍ସା, ସାମାଜିକ ସୁରକ୍ଷା, ପୁନର୍ବାସ ଓ ଆଇନଗତ ସହାୟତା ପ୍ରଦାନ ଲାଗି ମଧ୍ୟ ରୂପରେଖ ସ୍ଥିର କରାଯିବ। ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ ପାରଦର୍ଶୀ ରଖିବା ପାଇଁ ଇ-ପ୍ରିଜନ୍ସ ପୋର୍ଟାଲ ଜରିଆରେ ଡିଜିଟାଲ୍ ପଞ୍ଜିକରଣ, ୟୁନିକ୍ ଟ୍ରାକିଂ ନମ୍ବର ଓ ସ୍ୱତଃସ୍ଫୂର୍ତ୍ତ ଆଲର୍ଟ ବ୍ୟବସ୍ଥା କରାଯିବ, ଯେଉଁଥିରେ ସେମାନଙ୍କ ବ୍ୟକ୍ତିଗତ ଓ ଚିକିତ୍ସା ସୂଚନା ସମ୍ପୂର୍ଣ୍ଣ ଗୋପନୀୟ ରହିବ।

କମିଟିର ଆବାହକ ଆବଶ୍ୟକତା ଅନୁସାରେ ବୈଠକ ଡକାଇବେ ଓ ସମସ୍ତ ବିଭାଗ ଏଥିପାଇଁ ତଥ୍ୟ ଯୋଗାଇବେ। ସୁପ୍ରିମକୋର୍ଟରେ ଏହି ନିର୍ଦ୍ଦେଶର ଅନୁପାଳନକୁ ନେଇ ରାଜ୍ୟ ସରକାରଙ୍କୁ ସତ୍ୟପାଠ ଦାଖଲ କରିବାକୁ ପଡ଼ିବ। ତେଣୁ ଚଳିତବର୍ଷ ଡିସେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ନିଜର ଚୂଡ଼ାନ୍ତ ସୁପାରିସ ରାଜ୍ୟ ସରକାରଙ୍କ ନିକଟରେ କମିଟି ଦାଖଲ କରିବ। ଯାହା ଆଧାରରେ ରାଜ୍ୟ ସରକାର ଏହି ନୂଆ ମୁକ୍ତି ନୀତି ଲାଗୁ କରିବେ ବୋଲି ଜଣାପଡ଼ିଛି।

  • Related Posts

    ଭିଏଏମଏଲ ପକ୍ଷରୁ କଳାହାଣ୍ଡି ଓ ରାୟଗଡ଼ାର ୩୩୦ରୁ ଅଧିକ ପରିବାରଙ୍କୁ ଇନ୍ଧନ-ଦକ୍ଷ ଚୁଲା ବିତରଣ

    ଭୁବନେଶ୍ୱର ୧୭/୧୧/୨୦୨୬ : ଓଡ଼ିଶାରେ ଗ୍ରାମୀଣ ବିକାଶକୁ ଆଗକୁ ବଢ଼ାଇବା ପାଇଁ ନିଜର ପ୍ରତିବଦ୍ଧତାକୁ ଆହୁରି ସୁଦୃଢ଼ କରି, ବେଦାନ୍ତ ଆଲୁମିନିୟମ ମେଟାଲ ଲିମିଟେଡ୍ (ଭିଏଏମଏଲ୍), ଲାଞ୍ଜିଗଡ଼, କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲାରେ ଏହାର କାର୍ଯ୍ୟକ୍ଷେତ୍ର ନିକଟବର୍ତ୍ତୀ ଗ୍ରାମଗୁଡ଼ିକରେ ଇନ୍ଧନ-ଦକ୍ଷ ଚୁଲା…

    Continue reading
    ସୋଆ କପ୍‌ ୨୦୨୬ ଉଦ୍‌ଘାଟିତ

    ଭୁବନେଶ୍ୱର, ୧୭/୧୧: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ର ବାର୍ଷିର୍କ କ୍ରୀଡା ଉତ୍ସବ ‘ସୋଆ କପ୍‌’ ମଙ୍ଗଳବାର ବିଶ୍ୱବିଦ୍ୟାଳୟର କ୍ୟାମ୍ପସ ୫ ସୋଆ ଷ୍ଟାଡିୟମ୍‌ ଠାରେ ଉଦ୍‌ଘାଟିତ ହୋଇଯାଇଛି । ପ୍ରାୟ ୧ ମାସରୁ ଊଦ୍ଧ୍ୱର୍ ଦିନ ଧରି ଚାଲିବାକୁ ଥିବା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଆଜି ବିଶ୍ୱ ମଧୁମେହ ଦିବସ, ଜାଣନ୍ତୁ ଏହାର କାରଣ, ଲକ୍ଷଣ ଓ ନିରାକରଣ

    ଆଜି ବିଶ୍ୱ ମଧୁମେହ ଦିବସ, ଜାଣନ୍ତୁ ଏହାର କାରଣ, ଲକ୍ଷଣ ଓ ନିରାକରଣ

    ଯେତେ ଖାଇଲେ ବି ଓଜନ ବଢୁନି? ଡାଏଟ୍‌ରେ ଯୋଡନ୍ତୁ ଏହି ଖାଦ୍ୟ, ମାସକରେ ବଢିବ ୫ କେଜି

    ଯେତେ ଖାଇଲେ ବି ଓଜନ ବଢୁନି? ଡାଏଟ୍‌ରେ ଯୋଡନ୍ତୁ ଏହି ଖାଦ୍ୟ, ମାସକରେ ବଢିବ ୫ କେଜି

    ଶୀତରେ ପିଲାଙ୍କୁ ଗାଧୋଇଦେବାକୁ ଡରୁଛନ୍ତି କି? ଜାଣନ୍ତୁ ଶିଶୁ ବିଶେଷଜ୍ଞଙ୍କ ୩ ଜରୁରୀ ଟିପ୍ସ

    ଶୀତରେ ପିଲାଙ୍କୁ ଗାଧୋଇଦେବାକୁ ଡରୁଛନ୍ତି କି? ଜାଣନ୍ତୁ ଶିଶୁ ବିଶେଷଜ୍ଞଙ୍କ ୩ ଜରୁରୀ ଟିପ୍ସ

    ଜନତା ମଇଦାନରେ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୬

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    କମଳା ଚୋପାରୁ ଡ୍ରେସ୍‌ !