ବିଏମ୍‌ସିର ନିଷ୍ପତ୍ତି: ବର୍ଷାଦିନେ ବନ୍ଦ ହେବ ଖୋଳାତଡା

ଭୁବନେଶ୍ୱର: ବର୍ଷାଦିନେ ଖୋଳାତଡା ବନ୍ଦ ହେବ । ଯଦି କୌଣସି ସଂସ୍ଥା ଏହାକୁ ଅଣଦେଖା କରନ୍ତି ତାହାଲେ ଦୁଇଗୁଣା ଜରିମାନା ଆଦାୟ ହେବ । ଆବଶ୍ୟକ ପଡିଲେ ଜମା ଟଙ୍କା ଫେରସ୍ତ କରାଯିବନି ।ମୌସୁମୀ ଆସିବା ପୂର୍ବରୁ ବିଏମ୍‌ସିରେ ବସିଥିବା ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ହୋଇଛି । ଏହା ସହ ଡ୍ରେନ ସଫା ତ୍ୱରାନ୍ୱିତ କରିବା ସହ ୨୪ ଘଣ୍ଟା ଭିତରେ ରାସ୍ତାରେ ଗଦା କରାଯାଇଥିବା ପଙ୍କ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ବର୍ଷା ଋତୁ ପାଇଁ ପ୍ରସ୍ତୁତ ହେଉଛି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) । ଏନେଇ ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ଆଜି ଏକ ବୈଠକ ବସିଥିଲା । ଏଥିରେ କମିଶନର ଚଞ୍ଚଳ ରାଣା ଏବଂ ସବୁ ବିଭାଗର ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ ।ବର୍ଷାଋତୁ ଆରମ୍ଭ ହେବା ପୂର୍ବରୁ ସମସ୍ତ ଡ୍ରେନର ପଙ୍କୋଦ୍ଧାର କାର୍ଯ୍ୟ ଶେଷ କରିବାକୁ ମେୟର ନିର୍ଦ୍ଦେଶ ଦେଇଛନ୍ତି । ତା ପୂର୍ବରୁ ରାସ୍ତା ଓ ଡ୍ରେନକୁ ମାଡ଼ି ଆସିଥିବା ଗଛର ଡାଳଗୁଡିକୁ କାଟିବା ପାଇଁ କୁହାଯାଇଛି । ଏଥିରେ ବିଏମ୍ସିକୁ ଅଗ୍ନିଶମ ବାହିନୀ ସହଯୋଗ କରିବ । ଖାସ୍ କରି ୱାଟକୋ ପଙ୍କୋଦ୍ଧାର କରୁଥିଲେ ମଧ୍ୟ ସେଗୁଡିକୁ ରାସ୍ତା ଉପରୁ ଉଠାଉ ନଥିବା କର୍ପାରେଟରମାନେ ଅଭିଯୋଗ କରିଥିଲେ ।
ସେହିପରି ଡ୍ରେନର ସୁରକ୍ଷା ଦୃଷ୍ଟିରୁ ଡ୍ରେନ ନିକଟରେ ଗଛ ଲଗାଇବାକୁ ବିଏମସି ପକ୍ଷରୁ କଟକଣା ଜାରି କରାଯାଇଛି। କୌଣସି ଘର ମାଲିକ ଯଦି ଡ୍ରେନ କଡରେ ଗଛ ଲଗାଇଥିବେ ତେବେ ସେମାନଙ୍କୁ ନୋଟିସ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଯେଉଁଠାରେ ଡ୍ରେନ ଭାଙ୍ଗିଯାଇଛି ସେଗୁଡିକୁ ତୁରନ୍ତ ମରାମତି କରିବା, ସ୍ଲାବ ପଡି ନଥିବା ସ୍ଥାନରେ ବର୍ଷା ଋତୁ ପୂର୍ବରୁ ସ୍ଲାବ ପକାଇବା ଏବଂ ବିପଦପୂର୍ଣ୍ଣ ଅବସ୍ଥାରେ ଥିବା ସ୍ଥାନଗୁଡିକରେ ବ୍ୟାରିକେଡ କରିବାକୁ କମିଶନର ଶ୍ରୀ ରାଣା ନିର୍ଦେଶ ଦେଇଛନ୍ତି । ପାଣି ଜମିବାର ସମ୍ଭାବନା ଥିବା ଅଞ୍ଚଳରେ ଏବେ ୱାଟ୍‌କୋ , ଟିପିଡିଓସିଏଲ୍ କିମ୍ବା ଅନ୍ୟ କୌଣସି ବିଭାଗ ଖୋଳାଖାଳି କାର୍ଯ୍ୟ ନ କରିବାକୁ କମିଶନର କହିଛନ୍ତି ।ବୈଠକରେ ଅନ୍ୟମାନଙ୍କ ଭିତରେ ଅତିରିକ୍ତ କମିଶନର କୈଳାସ ଚନ୍ଦ୍ର ଦାସ, ମୁଖ୍ୟ ବିତ୍ତ ଅଧିକାରୀ ଦୀପକ ରଂଜନ ବେହେରା,ରେଜାନାଲ କମିଶନର ଆସନୀ ଏ.ଏଲ୍, ସ୍ୱସ୍ଥ୍ୟ ଓ ପରିମଳ ଷାଣ୍ଡିଂ କମିଟିର ଅଧ୍ୟକ୍ଷ ବିରଞ୍ଚି ନାରାୟଣ ମହାସୂପକାର ଏବଂ ସବୁ ୱାଡ୍ର କର୍ପୋରେଟର ଯୋଗ ଦେଇଥିଲେ ।

  • Related Posts

    ୧୨ ରେ ଲଘୁଚାପ, ୧୫ ପରେ ବାତ୍ୟାର ରୂପ ସ୍ପଷ୍ଟ !

    ଭୁବନେଶ୍ବର: ବଙ୍ଗୋପସାଗରରେ ବାତ୍ୟାକୁ ନେଇ ଦ୍ବନ୍ଦ୍ବ ବଢ଼ୁଥିବା ବେଳେ ଦକ୍ଷିଣ ଆଣ୍ଡାମାନ ସାଗର ଓ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ। ଯାହାକି ସମୁଦ୍ର ପତନ ଠାରୁ ଦେଢ଼ କିମି ଉଚ୍ଚ ଯାଏଁ ବ୍ୟାପିଛି । ଘୂର୍ଣ୍ଣିବଳୟଟି ଆହୁରି ଘନୀଭୂତ…

    Continue reading
    ନିଲମ୍ବନ ହେଲେ କୋରେଇ ବିଇଓ

    ଯାଜପୁର: ଯାଜପୁର ଜିଲ୍ଲା କୋରେଇ ମଣ୍ଡଳ ଶିକ୍ଷାଧିକାରୀଙ୍କ କାର୍ୟ୍ୟାଳୟରେ ସାଢ଼େ ୫ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ଆର୍ଥିକ ଅନିୟମିତତା ମାମଲାରେ ବିଇଓ ସୁଦର୍ଶନ ମଲ୍ଲିକଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିଲମ୍ବନ କରାଯାଇଛି। ପରବର୍ତ୍ତୀ ନିର୍ଦ୍ଦେଶ ପର୍ୟ୍ୟନ୍ତ ତାଙ୍କୁ ଜିଲ୍ଲା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ