ବିଜେପି ବିଧାୟକ ସନ୍ତୋଷ ଖଟୁଆ ନାରୀ ଜାତିକୁ କ୍ଷମା ମାଗନ୍ତୁ: ବିଜେଡି

ଭୁବନେଶ୍ୱର,: ନୀଳଗିରି ବିଜେପି ବିଧାୟକ ସନ୍ତୋଷ ଖଟୁଆଙ୍କ ହାତୀ ଶୀକାର ଓ ହାତୀ ଦାନ୍ତ ଚୋରି ଘଟଣାରେ ସଂପୃକ୍ତି ଅଭିଯୋଗ କରିବାରୁ ବିଜେଡି ନେତ୍ରୀ ଡ. ଲେଖାଶ୍ରୀ ସାମନ୍ତସିଂହାରଙ୍କ ପ୍ରତି ସେ ଦେଇଥିବା କୁତ୍ସିତ ଓ ନିମ୍ନରୁଚିର ମନ୍ତବ୍ୟକୁ ଦୃଢ ନିନ୍ଦା କରିବା ସହ ତୁରନ୍ତ ସମଗ୍ର ନାରୀ ଜାତି ନିକଟରେ ଶ୍ରୀ ଖଟୁଆ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ବିଜେଡି ଦାବି କରିଛି ।
ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ଉପସଭାପତି ଶ୍ରୀମତୀ ପ୍ରମିଳା ମଲ୍ଲିକ କହିଛନ୍ତି ଯେ, ବନ ବିଭାଗ ଶ୍ରୀ ଖଟୁଆଙ୍କ ଫାର୍ମ ହାଉସରୁ ହାତୀ ଦାନ୍ତ ଚୋରଙ୍କୁ ଧରିବା ବାବଦରେ ଗତକାଲି ବିଜେଡି ପକ୍ଷରୁ ଅଭିଯୋଗ କରାଯାଇଥିଲା ଓ ଶାସକ ଦଳର ବିଧାୟକ ହୋଇଥିବାରୁ ଏଭଳି ସ୍ପର୍ଶକାତର ମାମଲାରେ ସଂପୃକ୍ତି ଥିଲେ ମଧ୍ୟ ବନ ବିଭାଗ ଶ୍ରୀ ଖଟୁଆଙ୍କୁ କାହିଁକି ଗିରଫ କରୁନାହାନ୍ତି ବୋଲି ବିଜେଡି ପ୍ରଶ୍ନ କରିଥିଲା । ଏଥିରେ ଉତ୍କ୍ଷିପ୍ତ ହୋଇ ଶ୍ରୀ ଖଟୁଆ, ଡ. ଲେଖାଶ୍ରୀ ସାମନ୍ତସିଂହାରଙ୍କ ପ୍ରତି ଅତ୍ୟନ୍ତ ଘୃଣ୍ୟ, କୁତ୍ସିତ, ଅପମାନଜନକ ଓ ନିମ୍ନ ରୁଚିର ଭାଷା ପ୍ରୟୋଗ କରିଛନ୍ତି । ଜଣେ ମହିଳାର ମୁହଁକୁ ଆଧାର କରି ଯଦି ନକାରାତ୍ମକ ଟିପ୍ପଣୀ ଦିଆଯାଏ ତାହା କେବେହେଲେ ସଭ୍ୟ ସମାଜରେ ଗ୍ରହଣୀୟ ନୁହେଁ । ବିଜେପି ଦଳରେ ମଧ୍ୟ ମହିଳା ନେତ୍ରୀ ତଥା ନିର୍ବାଚିତ ମହିଳା ପ୍ରତିନିଧି ଅଛନ୍ତି । ଶ୍ରୀମତୀ ମଲ୍ଲିକ ପ୍ରଶ୍ନ କରିଥିଲେ ଯେ, ଭିନ୍ନ ଚିନ୍ତାଧାରାର ଦଳ କହୁଥିବା ବିଜେପି, ମହିଳାମାନଙ୍କ ପ୍ରତି ଏଭଳି ଭାଷା ପ୍ରୟୋଗ କରିବା ପାଇଁ ତା’ର ବିଧାୟକମାନଙ୍କୁ କ’ଣ ଏଭଳି ତାଲିମ ଦେଇଛି କି?
ଶ୍ରୀମତି ମଲ୍ଲିକ ଆହୁରି କହିଥିଲେ ଯେ, ମହିଳାମାନଙ୍କୁ ଅଧିକରୁ ଅଧିକ ସଂଖ୍ୟାରେ ରାଜନୀତିରେ ସାମିଲ ହେବା ପାଇ ପ୍ରବାଦ ପୁୁରୁଷ ବିଜୁ ବାବୁ ଯେଉଁ ଧାରା ଆରମ୍ଭ କରିଥିଲେ, ସେହି ଧାରାକୁ ମାନ୍ୟବର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆଗକୁ ନେଇ ଆତ୍ମସମ୍ମାନର ସହ ମହିଳାମାନେ ସମାଜରେ ଛିଡା ହେବା ପାଇଁ ଅନେକ ପଦକ୍ଷେପ ନେଇଥିଲେ । ବର୍ତ୍ତମାନ ଯାହା ଜଣାପଡୁଛି ବିଜେପି ସରକାରକୁ ଆସିଲା ପରେ ଚାହୁଁଛି ମହିଳାମାନେ ରାଜନୀତିଙ୍କୁ ନ ଆସନ୍ତୁ । ବିଧାୟକ ଶ୍ରୀ ଖଟୁଆଙ୍କ କୁତ୍ସିତ ମନ୍ତବ୍ୟ ତାଙ୍କ ରୁଗ୍ଣ ମାନସିକତାର ପରିଚୟ ଓ ଏହା ସମଗ୍ର ନାରୀ ଜାତି ପ୍ରତି ଅପମାନ । ତେଣୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଏବଂ ବିଜେପି ଦଳ ନାରୀ ଜାତିଙ୍କ ନିକଟରେ କ୍ଷମା ପ୍ରାର୍ଥନା କରନ୍ତୁ ।

  • Related Posts

    ନାମାଙ୍କନ ଦାଖଲ ଆରମ୍ଭ, ଏସବୁ କଲେଜରେ ନିର୍ବାଚନ ବାତିଲ

    ଭୁବନେଶ୍ବର: ଛାତ୍ର ସଂସଦ ନିର୍ବାଚନ ପାଇଁ ଆଜି ରାଜ୍ୟର ବିଭିନ୍ନ କଲେଜରେ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି । ଆଶାୟୀ ପ୍ରାର୍ଥୀମାନେ ସେମାନଙ୍କର ନାମାଙ୍କନ ପତ୍ର ଦାଖଲ କରିବାକୁ ପ୍ରସ୍ତୁତ ହେଉଛନ୍ତି । ସକାଳ 10ଟାରୁ ମଧ୍ୟାହ୍ନ 1ଟା ପର୍ଯ୍ୟନ୍ତ…

    Continue reading
    ପୁରୀରେ ଇଣ୍ଡିଆ ମେଣ୍ଟର ଶକ୍ତି ପ୍ରଦର୍ଶନ

    ପୁରୀ: ଭାରତୀୟ ଜାତୀୟ କଂଗ୍ରେସ ନେତୃତ୍ୱରେ ଇଣ୍ଡିଆ ମେଣ୍ଟ ପକ୍ଷରୁ ଦିଆଯାଇଥିବା ୧୨ ଘଣ୍ଟିଆ ଓଡ଼ିଶା ବନ୍ଦକୁ ମିଳିଛି ବିପୁଳ ଜନ ସମର୍ଥନ । ପୁରୀ ମହାନଗର ନିଗମ ଓ ପୁରୀ ସଦର ନିର୍ବାଚନମଣ୍ଡଳୀରେ ଶାନ୍ତି ଓ ଶୃଙ୍ଖଳାର ସହ ସଫଳ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ