ବିଜେପି ସାଂସଦଙ୍କୁ ମଞ୍ଚ ଉପରେ ବାବୁଙ୍କ ଅପମାନ

ଭୁବନେଶ୍ୱର : ଝାରସୁଗୁଡ଼ାରେ ଆୟୋଜିତ ହୋଇଥିଲା କୃଷକ ସମାବେଶ । ଉପସ୍ଥିତ ଥିଲେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ । ଅନ୍ୟ ବିଧାୟକଙ୍କ ସହ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତଙ୍କୁ ବି ଆମନ୍ତ୍ରଣ କରାଯାଇଥିଲା । ହେଲେ ବ୍ୟାନରରେ ତାଙ୍କର ଫଟୋ ନଥିବାରୁ ତାତି ଉଠିଥିଲେ ପ୍ରଦୀପ । ପ୍ରଶାସନ ଉପରେ ବର୍ଷିଥିଲେ । ପ୍ରଦୀପ କହିଥିଲେଯେ, ଗଲା ବିଜେଡ଼ି ସରକାର ସମୟରେ ତାଙ୍କର ଫଟୋ ରହୁନଥିଲା । ପୂର୍ବଥର ସୁରେଶ ପୂଜାରୀ ସାଂସଦ ଥିଲେ । ଅହଙ୍କାରୀ ବିଜେଡ଼ି ସରକାର ଡାକୁନଥିଲେ କି ପଚାରୁନଥିଲେ । ମୁଁ ବି ବିଧାୟକ ଥିବାବେଳେ ଆମକୁ ସରକାରୀ କାର୍ଯ୍ୟକ୍ରମକୁ ଡାକୁନଥିଲେ କି ସମ୍ମାନ ଦେଉନଥିଲେ । ହେଲେ ଏବେ ଆମ ସରକାରରେ ଅପମାନିତ ହେବୁ । ମୁଁ ଜଣେ ସାଂସଦ, ମୋତେ ସର୍ବାଧିକ ଭୋଟରେ ଲୋକେ ଜିତାଇଛନ୍ତି । ମୁଁ ଅପମାନିତ ହେବାକୁ ଏହି ମଞ୍ଚକୁ ଆସିବି କି ବୋଲି ପ୍ରଦୀପ ପ୍ରଶ୍ନ କରିଥିଲେ । ମଞ୍ଚ ଉପରେ ରହି ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ବି ଉପସ୍ଥିତ ଥିଲେ । ସେ ଭାଷଣ ଦେବା ବେଳେ ପ୍ରଦୀପଙ୍କ ମନ୍ତବ୍ୟକୁ ଗୁରୁତର ସହ ନେଇଥିଲେ । ସେ କହିଥିଲେଯେ, ମୁଁ ସେଥିପାଇଁ କ୍ଷମା ମାଗୁଛି । ଗତ ସରକାର ନିର୍ବାଚିତ ପ୍ରତିନିଧିଙ୍କୁ ଡାକୁନଥିଲେ । ଏ ସରକାର କିନ୍ତୁ ସେ ଦଳର ହୁଅନ୍ତୁ କି ଅନ୍ୟ ଦଳର ନିର୍ବାଚିତ ପ୍ରତିନିଧିଙ୍କୁ ବି ଡାକୁଛୁ ବୋଲି କହିଥିଲେ।]

Related Posts

ରାଜ୍ୟସଭାରେ ଶପଥ ନେଲେ ୩ ସାଂସଦ

ନୂଆଦିଲ୍ଲୀ: ରାଜ୍ୟସଭାରେ ଶପଥ ନେଇଛନ୍ତି ଓଡ଼ିଶାର ନବ ନିର୍ବାଚିତ ସାଂସଦ । ଓଡ଼ିଶାର ୩ ସାଂସଦ ମନମୋହନ ସାମଲ, ସନ୍ତୃପ୍ତ ମିଶ୍ର ଓ ଦିଲ୍ଲୀପ କୁମାର ରାୟ ଆଜି ଓଡ଼ିଆରେ ଶପଥ ନେଇଛନ୍ତି । ରାଜ୍ୟସଭା ଅଧ୍ୟକ୍ଷ ସି. ପି. ରାଧାକ୍ରିଷ୍ଣନ୍…

Continue reading
ନେତା ଓ କର୍ମୀ ବିଜେଡି ଛାଡ଼ିବାର ପ୍ରଭାବ ନିଶ୍ଚିତ ପଡ଼ିବ: ଗଣେଶ୍ବର

ଭୁବନେଶ୍ୱର: ନେତା ଓ କର୍ମୀ ବିଜେଡି ଛାଡ଼ିବା ନେଇ ଗଣେଶ୍ବର ବେହେରା ତାଙ୍କ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ସଂଗଠନ ଉପରେ ପ୍ରଭାବ ନିଶ୍ଚିତ ପଡ଼ିବ । ଦଳର ଦୁର୍ଭାଗ୍ୟ କିଛି ବନ୍ଧୁ ଦଳ ଛାଡ଼ିକି ଗଲେ, ନିଶ୍ଚୟ ପ୍ରଭାବ ପଡ଼ିବ।…

Continue reading

Leave a Reply

Your email address will not be published. Required fields are marked *

You Missed

‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

ଖରାଦିନର ଖାଦ୍ୟ

୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

ଭାଲେଣ୍ଟାଇନ୍ ଦିବସ

ଭାଲେଣ୍ଟାଇନ୍ ଦିବସ