ଅହମଦାବାଦ: ଘରୋଇ ମାଟିରେ ଗୁଜରାଟ ଟାଇଟନ୍ସ ଆଜି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ୪ ୱିକେଟ୍ରେ ପରାସ୍ତ କରିଛି। ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୬ର ୪୨ତମ ମ୍ୟାଚ୍ରେ ଟସ୍ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ସ୍ଥାନୀୟ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଗୁରୁବାର ସନ୍ଧ୍ୟାରେ ବେଙ୍ଗାଲୁରୁ ୧୯.୨ ଓଭରରେ ସମସ୍ତ ୱିକେଟ ହରାଇ ୧୫୫ ରନ୍ କରିଥିଲା। ବେଙ୍ଗାଲୁରୁ ପାଇଁ ଜାକୋବ ବେଥେଲ ଏବଂ ବିରାଟ କୋହଲି ବ୍ୟାଟିଂ କରିଥିଲେ। ଉଭୟ ଖେଳାଳି ପ୍ରଥମ ୱିକେଟ ପାଇଁ ୩୪ ରନ୍ ଭାଗିଦାରୀ କରିଥିଲେ। ଏଥିରେ ଜାକୋବଙ୍କ ବ୍ୟକ୍ତିଗତ ସ୍କୋର ୫ ରନ୍ ଥିଲା, ଯିଏକି ଗୋଟିଏ ଚୌକା ମାଧ୍ୟମରେ ଏହା ସଂଗ୍ରହ କରିଥିଲେ। ଗୁଜରାଟର ଦ୍ବିତୀୟ ଶିକାର ହୋଇଥିଲେ ବିରାଟ କୋହଲି। ସେ ଆଉଟ୍ ହୋଇ ପାଭିଲିଅନ ଫେରିଯିବା ପୂର୍ବରୁ ବ୍ୟକ୍ତିଗତ ଭାବେ ୨୮ ରନ୍ ସଂଗ୍ରହ କରିଥିଲେ। ସେ ୧୩ଟି ବଲ୍ର ସାମ୍ନା କରି ୫ଟି ଚୌକା ଏବଂ ଗୋଟିଏ ଛକା ମାରିଥିଲେ। ୧୫୬ ରନ୍ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ଶୁବମନ ଗିଲ୍ଙ୍କ ଦଳ ୧୫.୫ ଓଭରରେ ୬ ୱିକେଟ୍ ହରାଇ ୧୫୮ ରନ୍ ସଂଗ୍ରହ କରିଛି। ଶୁବମନ ଗିଲ ଦଳ ପାଇଁ ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିଛନ୍ତି। ଗିଲ୍ ୧୮ଟି ବଲ୍ର ସାମ୍ନା କରିଥିଲେ, ଯେଉଁଥିରେ ସେ ୪ଟି ଚୌକା ଏବଂ ୩ଟି ଛକା ମାରିଥିଲେ।
ରଣନୀତି ହିସାବରେ ଗୁଜରାଟ ବ୍ୟାଟିଂ କରିଥିଲା। ପ୍ରଥମ ୱିକେଟ୍ ପାଇଁ ସାଈ ସୁଦର୍ଶନ ଏବଂ ଶୁବମନ ଗିଲ ୪୨ ରନ୍ର ଭାଗିଦାରୀ କରିଥିଲେ। ଏଥିରେ ସୁଦର୍ଶନଙ୍କର ବ୍ୟକ୍ତିଗତ ସ୍କୋର ୬ ରନ୍ ଥିଲା। ସେ ଗୋଟିଏ ଚୌକା ମାରିଥିଲେ। ବେଙ୍ଗାଲୁରୁର ଦ୍ବିତୀୟ ଶିକାର ହୋଇଥିଲେ ଶୁବମନ ଗିଲ। ସେତେବେଳକୁ ଦଳର ସ୍କୋର ୫୭ ରନ୍ରେ ପହଞ୍ଚି ଥିଲା। ଗୁଜରାଟ ୯୨ ରନ୍ରେ ଜୋସ ବଟଲର, ୧୦୯ ରନ୍ରେ ଶାହରୁଖ ଖାନ ଏବଂ ୧୧୫ ରନ୍ରେ ୱାସିଂଟନ ସୁନ୍ଦରଙ୍କୁ ହରାଇଥିଲା।
ବ୍ୟାଟ୍ରେ ଲାଗିଛି ଏଆଇ ଚିପ୍!
ଲାହୋର: ବ୍ୟାଟ୍ରେ ଲାଗିଛି ଚିପ୍ ସେଥିପାଇଁ ହେଉଛି ମେସିନ୍ ଭଳି ରନ୍ । ଏଭଳି ହାଇଟେକ୍ ବ୍ୟାଟ୍ ବ୍ୟବହାର କରୁଛନ୍ତି ଜଣେ ଭାରତୀୟ ବ୍ୟାଟ୍ସମାନ୍ । ଏକଥା ଆମେ କହୁନୁ କହୁଛନ୍ତି ଜଣେ ପାକିସ୍ତାନି କମେନ୍ଟ୍ରେଟର । ପାକିସ୍ତନର ଜଣେ କ୍ରୀଡ଼ା…

