ବ୍ଲକ ସ୍ତରୀୟ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ

ଦେବଗଡ -ଦେଶପ୍ରେମ, ଜାତୀୟ ଏକତା ଓ ତ୍ରିରଙ୍ଗା ପ୍ରତି ଗର୍ବର ଭାବନାକୁ ନେଇ ‘ହର ଘର ତିରଙ୍ଗା’ ଅଭିଯାନ 2026ର ଅବସରରେ ତିଳେଇବଣି ବ୍ଲକ ପକ୍ଷରୁ ସୁଗୁଡା ଠାରେ ତିରଙ୍ଗା ପଦ ଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଅଛି। ଆଜି ପୂର୍ବାହ୍ନରେ ସ୍ଥାନୀୟ ପି.ଏମ. ଶ୍ରୀ ଅପୂର୍ବ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରୁ ଆରମ୍ଭ ହୋଇଥିବା ପଦଯାତ୍ରାରେ ମୁଖ୍ୟ ଅତିଥି ଭାବେ ତିଳେଇବଣି ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରିୟଦର୍ଶିନୀ ମିର୍ଦ୍ଧା, ସମ୍ମାନିତ ଅତିଥି ଭାବେ ସୁଗୁଡା ସରପଞ୍ଚ କୁନୁ ବେହେରା,ଦେବଗଡ଼ ପୋଲିସ ଏସ. ଆଇ ଅସିତ କୁମାର ସାହୁ,ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ଦମୟନ୍ତୀ ବେହେରା,ତିଳେଇବଣି ବ୍ଲକ ବିତ୍ତ ଅଧିକାରୀ ସୁମନ୍ତ୍ର ସିଂ, ଏମ. ଆଇ. ସୁନୀଲ କୁମାର ଜେନା,ପଞ୍ଚାୟତ ନିର୍ବାହୀ ଅଧିକାରୀ ନୀଳକଣ୍ଠ ପ୍ରଧାନ, ବିଦ୍ୟାଳୟ ପରିଚାଳନା ସମିତି ସଭାପତି ଶାନ୍ତନୁ କୁମାର ସାହୁ, ସୁଗୁଡା ସି. ଆର. ସି. ସି. ପ୍ରାଣବନ୍ଧୁ ଘଡେଇ ପ୍ରମୁଖ ଯୋଗ ଦେଇ ଦ୍ବୀପ ପ୍ରଜ୍ଜଳନ ପୂର୍ବକ ଜାତୀୟ ପତାକା ଦେଖାଇ କାର୍ଯ୍ୟକ୍ରମ ଶୁଭ ଉଦଘାଟନ କରିଥିଲେ। ବିଦ୍ୟାଳୟ ଘୋଷ ବାଜାରେ ପଦଯାତ୍ରା ରେ ରେ ଅଂଶଗ୍ରହଣକାରୀମାନେ ୫୦ ଫୁଟ୍ ଲମ୍ବ ବିଶିଷ୍ଟ ଆକର୍ଷଣୀୟ ବିଶାଳ ଜାତୀୟ ପତାକା ଧରି ଦେଶପ୍ରେମର ନାରା ଦେଇ ଗ୍ରାମ ପରିକ୍ରମା କରି ଗ୍ରାମ ଖେଳ ପଡିଆ ନିକଟରେ ଏକତ୍ରିତ ହୋଇଥିଲେ।ସେଠାରେ ଅତିଥି ଅଧିକାରୀ ମାନଙ୍କ ଦ୍ୱାରା ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ଫୋଟୋ ଚିତ୍ରରେ ପୁଷ୍ପ ମାଲ୍ୟ ଅର୍ପଣ କରାଯାଇଥିଲା। ପରେ ସମସ୍ତ ଅତିଥି ଓ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ରାଷ୍ଟ୍ର ଗୀତ ବନ୍ଦେ ମାତରମ ଓ ଜାତୀୟ ସଂଗୀତ ଜନ ଗଣ ମନ ବୋଲାଯାଇଥିଲା।

  • Related Posts

    ଭୁବନେଶ୍ୱରରେ ଧରାପଡ଼ିଲା ହାଇଡ୍ରୋପୋନିକ୍ ଗଞ୍ଜେଇ

    ଭୁବନେଶ୍ୱର: ବ୍ୟାଙ୍କକ୍‌ରୁ ଆସୁଥିଲା ହାଇଡ୍ରୋପୋନିକ୍ ଗଞ୍ଜେଇ । ଭୁବନେଶ୍ୱର ବିମାନବନ୍ଦରରେ ଯାଞ୍ଚ ବେଳେ ଧରାପଡ଼ିଲା ନିଶାଦ୍ରବ୍ୟ ଚାଲାଣ। ୪ ଜଣ ଯାତ୍ରୀଙ୍କଠାରୁ ପ୍ରାୟ ୧.୮୫ କୋଟି ଟଙ୍କା ମୂଲ୍ୟର ୫.୨୯୧ କିଲୋଗ୍ରାମ ହାଇଡ୍ରୋପୋନିକ୍ ଗଞ୍ଜେଇ ଜବତ କରାଯାଇଛି। ଡିଆରଆଇ ଓ କଷ୍ଟମ୍ସ…

    Continue reading
    ଓଡ଼ାପଡ଼ା ତହସିଲଦାର ମନୋଜ କୁମାର ମାଝୀ ନିଲମ୍ବିତ

    ଭୁବନେଶ୍ୱର: ଢେଙ୍କାନାଳ ଜିଲ୍ଲାର ଓଡ଼ାପଡ଼ା ତହସିଲଦାର ମନୋଜ କୁମାର ମାଝୀଙ୍କୁ ନିଲମ୍ବିତ କରିଛନ୍ତି ରାଜ୍ୟ ସରକାର। ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ତତ୍କାଳ ପ୍ରଭାବରୁ ଏହି ନିଲମ୍ବନ ଆଦେଶ ଜାରି କରାଯାଇଛି।ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଜାରି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି