ଭୁବନେଶ୍ୱରରେ ହିଟ୍ ଆଣ୍ଡ ରନ୍: ମୁଣ୍ଡ ବିହୀନ ମୃତଦେହ ଉଦ୍ଧାର

ଭୁବନେଶ୍ୱର: ଭୁବନେଶ୍ୱରରେ ହିଟ୍ ଆଣ୍ଡ ରନ୍ । ତମାଣ୍ଡୋ ଫୁଟ୍ ଓଭରବ୍ରିଜ୍ ନିକଟରେ ଦେଲା ଧକ୍କା। ଜଣେ ମୃତ, ଜଣେ ଆହତ । ହିଟ୍ ଆଣ୍ଡ ରନ୍ ପରେ ବରମୁଣ୍ଡା ପର୍ଯ୍ୟନ୍ତ ଘୋଷାଡ଼ି ଆଣିଲା ଗାଡ଼ି। ମୃତକଙ୍କ ମୁଣ୍ଡ ବିହୀନ ମୃତଦେହ ଉଦ୍ଧାର ।
ସୂଚନା ଅନୁଯାୟୀ, ଲୁନା ଗାଡ଼ିରେ ଦୁଇ ଭାଇ ଭୁବନେଶ୍ବର ଆସୁଥିଲେ । ସେହି ସମୟରେ ହିଟ୍ ଆଣ୍ଡ୍ ରନ୍ ଘଟିଥିବା ସୂଚନା ମିଳିଛି । ତମାଣ୍ଡୋ ଫୁଟ୍ ଓଭରବ୍ରିଜ୍ ନିକଟରେ ଧକ୍କା ଦେଇଥିଲା ଅଜଣା ଗାଡ଼ି । ଦୁର୍ଘଟଣା ପରେ ବରମୁଣ୍ଡା ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିଲା । ମୃତଦେହ ଘୋଷାଡ଼ି ବରମୁଣ୍ଡା ଛକ ନିକଟରେ ପକାଇ ଚାଲିଗଲା ଅଜଣା ଗାଡ଼ି । ମୃତକଙ୍କ ମୁଣ୍ଡ ବିହୀନ ମୃତଦେହ ଉଦ୍ଧାର ହୋଇଛି ।

ତେବେ ମିଳିଥିବା ସୂଚନା ଅନୁସାରେ, ମୃତକ ହେଲେ ହାଡ଼ୁ ମଲ୍ଲିକ । ଆହତ ହୋଇଥିବା ବ୍ୟକ୍ତି କବି ମଲ୍ଲିକ । ଉଭୟ ଖୋର୍ଦ୍ଧା ବାଘମାରୀର ବୋଲି ଜଣାପଡିଛି । ମେଡିକାଲରେ ଆହତଙ୍କ ଚିକିତ୍ସା ଚାଲିଥିବା ବେଳେ ପୋଲିସ ମୃତକଙ୍କ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ସେପଟେ ଆଖପାଖ ସିସିଟିଭି ଫୁଟେଜ୍ ଆଧାରରେ ପୋଲିସ ତଦନ୍ତ ଚଳାଇଛି ।

  • Related Posts

    ସାମ୍ବାଦିକ ପ୍ରତାପ କିଶୋର ନାୟକଙ୍କ ପରଲୋକ

    ଦେବଗଡ଼:ନକ୍ଷତ୍ରନ୍ୟୁଜ ଦେବଗଡ଼ ଜିଲ୍ଲା ପ୍ରତିନିଧି ପ୍ରତାପ କିଶୋର ନାୟକଙ୍କ ଆଜି ସକାଳେ ପରଲୋକ ହୋଇଯାଇଛି।ସ୍ବର୍ଗତ ନାୟକ ବେଶ କିଛି ଦିନ ହେବ ଅସୁସ୍ଥ ଥିବାବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତାଙ୍କର ମୃତ୍ୟୁ ଘଟିଥିଲା।ମୃତ୍ୟୁ ଶର୍ଯ୍ୟା ନିକଟରରେ ତାଙ୍କ ପରିବାରର ସମସ୍ତ ସଦସ୍ୟ…

    Continue reading
    ‘ଗୋଟେ ଦିନ ମୋ ଗାଁ ପାଇଁ’ ଅଭିଯାନ,ପରିଚ୍ଛନ୍ନତା ସହ ସୌରଶକ୍ତି ଯୋଜନା ଉପରେ ସଚେତନତା

    ରାଇକିଆ: କନ୍ଧମାଳ ଜିଲ୍ଲାର ରାଇକିଆ ବ୍ଲକରେ ସରକାରଙ୍କ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ‘ଗୋଟେ ଦିନ ମୋ ଗାଁ ପାଇଁ’ ଅଭିଯାନ ଆରମ୍ଭ ହୋଇଛି। ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗ୍ରାମପଞ୍ଚାୟତର ସମସ୍ତ ୱାର୍ଡରେ କ୍ରମାଗତ ୬ଦିନ ଧରି ଏହି ଅଭିଯାନ ଚାଲିବ। ଏହା ଅନ୍ତର୍ଗତ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ