ଭୂମିକମ୍ପ :ଭେନେଜୁଏଲାକୁ ସହାୟତାର ହାତ ବଢାଇଲା ଭାରତ

ନୂଆଦିଲ୍ଲୀ : ଭେନେଜୁଏଲାରେ ବ୍ୟାକ୍‌ ଟୁ ବ୍ୟାକ୍‌ ଶକ୍ତିଶାଳୀ ଭୂମିକମ୍ପ ଝଟ୍‌କା। ମାତ୍ର ୩୯ ସେକେଣ୍ଡରେ ୨ ଥର ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ପ୍ରଥମ ଭୂକମ୍ପର ତୀବ୍ରତା ୭.୨ ଏବଂ ଦ୍ଵିତୀୟ ଭୂକମ୍ପର ତୀବ୍ରତା ୭.୫ ରେକର୍ଡ ହୋଇଛି। ଫଳରେ ଭେନେଜୁଏଲାର କାରାକାସ୍‌ ରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଖବର ଲେଖାଯିବା ସୁଦ୍ଧା ୩୨ ଜଣଙ୍କର ମୃତଦେହ ଉଦ୍ଧାର ହୋଇଥିବା ବେଳେ ୭୦୦ରୁ ଅଧିକ ଆହତ ହୋଇଥିବା ଅନୁମାନ କରାଯାଉଛି। ଭୂକମ୍ପ ପରେ କାରିବିଆନ୍ ଦ୍ଵୀପରେ ସୁନାମୀ ଆଲର୍ଟ ଜାରି ହୋଇଛି। ଫଳରେ ରାଷ୍ଟ୍ରପତି ଜରୁରୀକାଳିନ ପରିସ୍ଥିତି ଘୋଷଣା କରିଛନ୍ତି।
ସେପଟେ ଭେନେଜୁଏଲାକୁ ଭାରତ ସହାୟତାର ହାତ ବଢାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋସିଆଲ ମିଡିଆରେ ପୋଷ୍ଟ କରି ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ସଙ୍କଟ ସମୟରେ ଠିଆ ହେଉଛୁ, ସମସ୍ତ ସହାୟତା ଯୋଗାଇବାକୁ ପ୍ରସ୍ତୁତ ଅଛୁ ବୋଲି ମୋଦି କହିଛନ୍ତି। ଭେନେଜୁଏଲାର ବିରୋଧୀ ଦଳ ନେତା ମାରିଆ କୋରିନା ମଚାଡୋ ଲୋକଙ୍କ ପାଇଁ ପ୍ରାର୍ଥନା କରିବା ସହ ଲୋକମାନଙ୍କୁ ଆତ୍ମବିଶ୍ଵାସର ସହ ବିପଦର ମୁକାବିଲା କରିବା ପାଇଁ ଅପିଲ କରିଛନ୍ତି। ଏଲ୍ ସାଲଭାଡୋରର ରାଷ୍ଟ୍ରପତି ନାୟିବ୍ ବୁକେଲେ କହିଛନ୍ତି ଯେ ତାଙ୍କ ଦେଶ ଏହି କଷ୍ଟକର ସମୟରେ ଭେନେଜୁଏଲା ଲୋକଙ୍କ ସହିତ ଠିଆ ହୋଇଛି। ଫ୍ଲୋରିଡାର ରିପବ୍ଲିକାନ୍ ସେନେଟର ମାରିଆ ଏଲଭିରା ସାଲାଜାର ମଧ୍ୟ ପ୍ରଭାବିତ ପରିବାର, ନିଖୋଜଙ୍କ ସମ୍ପର୍କୀୟ ଏବଂ ରିଲିଫ୍ କର୍ମୀଙ୍କ ପ୍ରତି ସମର୍ଥନ ପ୍ରକାଶ କରିଛନ୍ତି।

ଆମେରିକୀୟ ଭୂତତ୍ତ୍ୱ ସର୍ଭେ ଅନୁଯାୟୀ, ଭୂମିକମ୍ପକର ତୀବ୍ରତା ୭.୧ ଏବଂ ୭.୫ ଥିଲା ଏବଂ ଏହା କାରିବିଆନ୍ ଉପକୂଳରେ ମୋରୋନ୍ ସହରରୁ ପ୍ରାୟ ୨୮ କିଲୋମିଟର ପଶ୍ଚିମରେ କେନ୍ଦ୍ରିତ ଥିଲା । ଏହାର ଗଭୀରତା ୧୩ କିଲୋମିଟର ଥିଲା । କାରାକାସ୍ ରେ ଥରୁଥିବା କୋଠା ଏବଂ ଘର ଦେଖି ଲୋକମାନେ ବାହାରକୁ ଦୌଡ଼ି ପଳାଇ ଆସିଥିଲେ । ଶକ୍ତିଶାଳୀ ଭୂମିକମ୍ପରେ ଅନେକ ସୁଉଚ୍ଚ ଅଟ୍ଟାଳିକା ମାଟିରେ ମିଶାଇ ଦେଇଥିଲା। ତେବେ ଭୂମିକମ୍ପ ପରେ କାରିବିଆନ୍ ଦ୍ୱୀପରେ ସୁନାମୀ ଆଲର୍ଟ ଜାରି ହୋଇଛି । ଅନେକ ଦେଶକୁ ସୁନାମୀ ବିପଦ ରହିଛି।

  • Related Posts

    ମନ୍ଦିରରେ ଦଳାଚକଟା: ୭ ଶ୍ରଦ୍ଧାଳୁଙ୍କ ମୃତ୍ୟୁ

    ବିହାରର ଲକ୍ଷୀସରାଇ ଜିଲ୍ଲାସ୍ଥିତ ଅଶୋକ ଧାମ ମନ୍ଦିରରେ ସୋମବାର ଦଳାଚକଟାରେ ୭ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଥିବା ବେଳେ ୧୨ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି। ପ୍ରାରମ୍ଭିକ ସୂଚନା ଅନୁଯାୟୀ, ଏକ ବିଦ୍ୟୁତ୍ ତାର ଛିଣ୍ଡିଯିବାରୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା…

    Continue reading
    ହୋଟେଲରେ ଅଗ୍ନିକାଣ୍ଡ, 7 ମୃତ

    କଲିକତା : ଆଜି ସକାଳୁ ପଶ୍ଚିମବଙ୍ଗ ବୀରଭୂମିର ତାରାପୀଠରେ ଏକ ଘରୋଇ ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏହି ଘଟଣାରେ 7 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରାଯାଇ ରାମପୁରହାଟ ମେଡିକାଲ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ